ପଞ୍ଚାୟତ ନିର୍ବାଚନର ପ୍ରଥମ ଫଳାଫଳ: ସୋରଡ଼ାର ୬୩ ନଂ ଜୋନ୍‌ରେ ବାଜି ମାରିଲା ବିଜେଡି

ସୋରଡ଼ା,୨୬ା୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନ ଗଣତିର ପ୍ରଥମ ଦିନରେ ଫଳାଫଳ ଆସିଛି। ଗଞ୍ଜାମ ଜିଲା ସୋରଡ଼ାର ୬୩ ନମ୍ବର ଜୋନ୍‌ର ବିଜେଡି ପ୍ରାର୍ଥୀ ସମରେନ୍ଦ୍ର କୁମାର ସାହୁ ବିଜୟୀ ହୋଇଛନ୍ତି। ବିଜେଡି ୬୩ ନମ୍ବର ଜୋନରେ ୨୯୪୪ ଖଣ୍ଡ ଭୋଟ୍‌ ପାଇଥିବାବେଳେ ଭାଜପା ପ୍ରାର୍ଥୀ ୧୦୩୬ ଖଣ୍ଡ ଭୋଟ୍‌ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ମାତ୍ର ୩୭୭ ଖଣ୍ଡ ଭୋଟ୍‌ ପାଇ ୩ ନମ୍ବର ସ୍ଥାନରେ ରହିଛନ୍ତି।

ସୂଚନାଯୋଗ୍ୟ, ଚଳିତମାସ ୧୬ରୁ ପଞ୍ଚମ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନ ୨୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟର ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨%, ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩%, ତୃତୀୟ ପର୍ଯ୍ୟାୟରେ ୭୮.୬%, ଚତୁର୍ଥ ପର୍ଯ୍ୟାୟରେ ୭୯% ଓ ପଞ୍ଚମ ପର୍ଯ୍ୟାୟରେ ୭୬% ମତଦାନ ରେକର୍ଡ କରାଯାଇଥିଲା।