ବିଜେଡି ପାଖ ମାଡ଼ିପାରିଲେନି ବିରୋଧୀ

ଭୁବନେଶ୍ୱର,୪।୬(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ଫଳ ବିରୋଧୀଙ୍କୁ ଚକିତ କରିଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ବିରୋଧୀ ଏକପ୍ରକାର ଚିତ୍‌ପଟାଙ୍ଗ ମାରିଛନ୍ତି। ଏପରି କି ଭୋଟ ହାସଲ କରିବାରେ ବିରୋଧୀ ଦଳଗୁଡ଼ିକ ବିଜେଡିର ପାଖ ମାଡ଼ିପାରି ନାହାନ୍ତି। ଗତ ନିର୍ବାଚନଗୁଡ଼ିକୁ ଯଦି ଦେଖାଯାଏ ତେବେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ଭାଜପା ବିଜେଡିକୁ ଟକ୍କର ଦେବା ପରିସ୍ଥିତିକୁ ଆସିପାରୁ ନାହାନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପରାଜୟର ମୁହଁ ଦେଖିବାକୁ ପଡ଼ିଥିବା ବେଳେ ବ୍ରଜରାଜନଗର ଉପନିର୍ବାଚନରେ ମଧ୍ୟ ଉଭୟ ଦଳକୁ ସମଦଶା ଭୋଗିବାକୁ ପଡ଼ିଛି। ଯଦିଓ ଭାଜପାକୁ ପଛରେ ପକାଇ କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଉଠିଛି, ତେବେ ପୁରାତନ ଗଡ଼ କୁହାଯାଉଥିବା ଝାରସୁଗୁଡ଼ାରେ ଦଳ ସେତେଟା ଭଲ ପ୍ରଦର୍ଶନ କରିପାରି ନାହିଁ। ଉଭୟ ଦଳ ତଳ ଉପର ହେଉଥିଲେ ମଧ୍ୟ ବିଜେଡିକୁ କଡ଼ା ମୁକାବିଲା କରିବାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛନ୍ତି। ଚଳିତ ଉପନିର୍ବାଚନରେ ବିଜେଡି ୯୩ ହଜାର ଭୋଟ ପାଇଥିବା ବେଳେ କଂଗ୍ରେସକୁ ୨୭ ହଜାର ଓ ଭାଜପାକୁ ୨୨ ହଜାର ଭୋଟ ମିଳିଛି। ଉଭୟ ଦଳକୁ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିଲେ ମଧ୍ୟ ବିଜେଡିଠାରୁ ଅପହଞ୍ଚ ଦୂରତାରେ ରହିଛନ୍ତି। ରାଜନୀତି ଗଣିତ କହୁଛି ଯଦି ବିଜୟୀ ପ୍ରାର୍ଥୀଙ୍କଠାରୁ ନିକଟତମ ପ୍ରାର୍ଥୀଙ୍କର ଭୋଟ ବ୍ୟବଧାନ ୧୦ରୁ ୨୦ ହଜାର କିମ୍ବା ଏହାଠାରୁ କମ୍‌ ରୁହେ ତେବେ ସେଠାରେ କଡ଼ା ସଂଘର୍ଷ ଅଥବା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବୋଲି ଧରାଯିବ। ତେବେ ଏହି ଉପନିର୍ବାଚନରେ ଭାଜପା ଓ କଂଗ୍ରେସ କେହି ହେଲେ ବିଜେଡି ପାଖ ମାଡ଼ିପାରି ନାହାନ୍ତି।
ପଶ୍ଚିମ ଓଡ଼ିଶାରେ ଭାଜପାର ଦବ୍‌ଦବା ରହିଛି। ଗତ ସାଧାରଣ ନିର୍ବାଚନରେ ଏଠାରୁ ଦଳକୁ ୭ଟି ଲୋକ ସଭା ଆସନ ମିଳିଥିଲା। ଏଥିସହିତ ଅଧିକାଂଶ ବିଧାନସଭା ଆସନ ଜିତି ଭାଜପା କଂଗ୍ରେସକୁ ହଟାଇ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଛି। ମାତ୍ର ଗତ ୨/୩ ବର୍ଷରେ ଦଳ ନିଜର ପୂର୍ବ କ୍ରେଜ୍‌ ରଖିପାରି ନାହିଁ। ଦଳୀୟ କନ୍ଦଳ ଓ ତ୍ରୁଟିପୂର୍ଣ୍ଣ ନିର୍ବାଚନ ରଣନୀତି ଉଭୟ ଦଳର ପ୍ରାର୍ଥୀଙ୍କ ପାଇଁ କାଳ ହୋଇଛି ବୋଲି ରାଜନୀତି ବିଶେଷଜ୍ଞ ମତ ଦେଉଛନ୍ତି।
ବ୍ରଜରାଜନଗର ଆସନ ପ୍ରଥମରୁ କଂଗ୍ରେସ କବ୍‌ଜାରେ ରହି ଆସିଥିଲା। ଲଗାତର ବିଜୟୀ ହେଉଥିବା କଂଗ୍ରେସ ପ୍ରାର୍ଥୀ ଅନୁପ ସାଏ ୨୦୧୪ରେ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେ ବିଜେଡି ଟିକେଟରେ ବ୍ରଜରାଜନଗରରୁ ଲଢ଼େଇ କରିଥିଲେ ମଧ୍ୟ ନିର୍ବାଚନମଣ୍ଡଳୀ ମତଦାତା ତାଙ୍କୁ ଅନ୍ୟ ଦଳରେ ଗ୍ରହଣ କରି ନ ଥିଲେ। ଫଳରେ ଏହାର ଫାଇଦା ନେଇଥିଲେ ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡା। ତେବେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ ମଧ୍ୟ ସେହି ଆସନ ରଖିବାରେ ବିଫଳ ହୋଇଥିଲେ। ୨୦୧୯ରେ କିଶୋର ମହାନ୍ତିଙ୍କୁ ବିଜେଡି ପ୍ରଥମ ଥର ପାଇଁ ବ୍ରଜରାଜନଗର ଆସନରୁ ପ୍ରାର୍ଥୀ କରିଥିଲା। କିଶୋର ଭାଜପା ପ୍ରାର୍ଥୀ ରାଧାରାଣୀଙ୍କୁ ୨୦ ହଜାର ଭୋଟରେ ହରାଇ ପ୍ରଥମ ଥର ପାଇଁ ବ୍ରଜରାଜନଗରରେ ବିଜେଡି ବାନା ଉଡ଼ାଇଥିଲେ। କିଶୋରଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ଅଳକାଙ୍କୁ ଏହି ନିର୍ବାଚନମଣ୍ଡଳୀରେ ବିପୁଳ ସମର୍ଥନ ମିଳିଛି। ସ୍ବାମୀଙ୍କଠାରୁ ପ୍ରାୟ ୪୫ ହଜାର ଅଧିକ ଭୋଟ ପାଇଛନ୍ତି।
ଅନ୍ୟପକ୍ଷରେ ଗତ କିଛି ବର୍ଷ ଧରି ଯଦି ଉପନିର୍ବାଚନ କଥା ଦେଖାଯାଏ ତେବେ ବିଜେଡି କୌଣସି ଆସନ ହାତଛଡ଼ା କରିନାହିଁ। ସ୍ବର୍ଗତ ବିଧାୟକଙ୍କ ସ୍ତ୍ରୀ କିମ୍ବା ପୁତ୍ରମାନଙ୍କୁ ଟିକେଟ ଦେଇ ଉପନିର୍ବାଚନ ଜିତିବା ପରମ୍ପରାକୁ ବଜାୟ ରଖିଛି। ଏହି ଉପନିର୍ବାଚନରେ ମଧ୍ୟ ଏହାକୁ ଦୋହରାଇଛି।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପୂର୍ବରୁ ବିଜେପୁର ଉପନିର୍ବାଚନରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ବିଜେଡି ଟିକେଟ ଦେଇ ସିଟ୍‌ ହାତେଇଥିଲା। ସେହିପରି ପାଟକୁରା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଟକ୍କର ଦେବା ପାଇଁ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଅନ୍ୟପକ୍ଷରେ ଯେଉଁଠି ସ୍ବର୍ଗତ ବିଧାୟକଙ୍କ ସ୍ତ୍ରୀ ପ୍ରାର୍ଥୀ ହେବାକୁ ରାଜି ହୋଇନାହାନ୍ତି ସେଠାରେ ତାଙ୍କ ପୁଅଙ୍କୁ ବିଜେଡି ଟିକେଟ ଦେଇ ବଂଶଗତ ରାଜନୀତିକୁ ଆଗକୁ ନେବାରେ ସଫଳ ହୋଇଛି। ତିର୍ତ୍ତୋଲ ବିଧାୟକ ଥିବା ବିଷ୍ଣୁ ଚରଣ ଦାସଙ୍କ ବିୟୋଗ ପରେ ତାଙ୍କ ପୁତ୍ର ବିଜୟ ଶଙ୍କର ଦାସ ଏବଂ ପିପିଲି ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ଉପନିର୍ବାଚନରେ ପ୍ରାର୍ଥୀ କରିଥିଲା। ଏ ସମସ୍ତ ଉପନିର୍ବାଚନରେ ବିଜେଡି ସବୁ ଆସନକୁ ନିଜ ଅକ୍ତିଆରରେ ରଖିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?