ବିଜେଡି ପାଖ ମାଡ଼ିପାରିଲେନି ବିରୋଧୀ

ଭୁବନେଶ୍ୱର,୪।୬(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ଫଳ ବିରୋଧୀଙ୍କୁ ଚକିତ କରିଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ବିରୋଧୀ ଏକପ୍ରକାର ଚିତ୍‌ପଟାଙ୍ଗ ମାରିଛନ୍ତି। ଏପରି କି ଭୋଟ ହାସଲ କରିବାରେ ବିରୋଧୀ ଦଳଗୁଡ଼ିକ ବିଜେଡିର ପାଖ ମାଡ଼ିପାରି ନାହାନ୍ତି। ଗତ ନିର୍ବାଚନଗୁଡ଼ିକୁ ଯଦି ଦେଖାଯାଏ ତେବେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ଭାଜପା ବିଜେଡିକୁ ଟକ୍କର ଦେବା ପରିସ୍ଥିତିକୁ ଆସିପାରୁ ନାହାନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପରାଜୟର ମୁହଁ ଦେଖିବାକୁ ପଡ଼ିଥିବା ବେଳେ ବ୍ରଜରାଜନଗର ଉପନିର୍ବାଚନରେ ମଧ୍ୟ ଉଭୟ ଦଳକୁ ସମଦଶା ଭୋଗିବାକୁ ପଡ଼ିଛି। ଯଦିଓ ଭାଜପାକୁ ପଛରେ ପକାଇ କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଉଠିଛି, ତେବେ ପୁରାତନ ଗଡ଼ କୁହାଯାଉଥିବା ଝାରସୁଗୁଡ଼ାରେ ଦଳ ସେତେଟା ଭଲ ପ୍ରଦର୍ଶନ କରିପାରି ନାହିଁ। ଉଭୟ ଦଳ ତଳ ଉପର ହେଉଥିଲେ ମଧ୍ୟ ବିଜେଡିକୁ କଡ଼ା ମୁକାବିଲା କରିବାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛନ୍ତି। ଚଳିତ ଉପନିର୍ବାଚନରେ ବିଜେଡି ୯୩ ହଜାର ଭୋଟ ପାଇଥିବା ବେଳେ କଂଗ୍ରେସକୁ ୨୭ ହଜାର ଓ ଭାଜପାକୁ ୨୨ ହଜାର ଭୋଟ ମିଳିଛି। ଉଭୟ ଦଳକୁ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିଲେ ମଧ୍ୟ ବିଜେଡିଠାରୁ ଅପହଞ୍ଚ ଦୂରତାରେ ରହିଛନ୍ତି। ରାଜନୀତି ଗଣିତ କହୁଛି ଯଦି ବିଜୟୀ ପ୍ରାର୍ଥୀଙ୍କଠାରୁ ନିକଟତମ ପ୍ରାର୍ଥୀଙ୍କର ଭୋଟ ବ୍ୟବଧାନ ୧୦ରୁ ୨୦ ହଜାର କିମ୍ବା ଏହାଠାରୁ କମ୍‌ ରୁହେ ତେବେ ସେଠାରେ କଡ଼ା ସଂଘର୍ଷ ଅଥବା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବୋଲି ଧରାଯିବ। ତେବେ ଏହି ଉପନିର୍ବାଚନରେ ଭାଜପା ଓ କଂଗ୍ରେସ କେହି ହେଲେ ବିଜେଡି ପାଖ ମାଡ଼ିପାରି ନାହାନ୍ତି।
ପଶ୍ଚିମ ଓଡ଼ିଶାରେ ଭାଜପାର ଦବ୍‌ଦବା ରହିଛି। ଗତ ସାଧାରଣ ନିର୍ବାଚନରେ ଏଠାରୁ ଦଳକୁ ୭ଟି ଲୋକ ସଭା ଆସନ ମିଳିଥିଲା। ଏଥିସହିତ ଅଧିକାଂଶ ବିଧାନସଭା ଆସନ ଜିତି ଭାଜପା କଂଗ୍ରେସକୁ ହଟାଇ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଛି। ମାତ୍ର ଗତ ୨/୩ ବର୍ଷରେ ଦଳ ନିଜର ପୂର୍ବ କ୍ରେଜ୍‌ ରଖିପାରି ନାହିଁ। ଦଳୀୟ କନ୍ଦଳ ଓ ତ୍ରୁଟିପୂର୍ଣ୍ଣ ନିର୍ବାଚନ ରଣନୀତି ଉଭୟ ଦଳର ପ୍ରାର୍ଥୀଙ୍କ ପାଇଁ କାଳ ହୋଇଛି ବୋଲି ରାଜନୀତି ବିଶେଷଜ୍ଞ ମତ ଦେଉଛନ୍ତି।
ବ୍ରଜରାଜନଗର ଆସନ ପ୍ରଥମରୁ କଂଗ୍ରେସ କବ୍‌ଜାରେ ରହି ଆସିଥିଲା। ଲଗାତର ବିଜୟୀ ହେଉଥିବା କଂଗ୍ରେସ ପ୍ରାର୍ଥୀ ଅନୁପ ସାଏ ୨୦୧୪ରେ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେ ବିଜେଡି ଟିକେଟରେ ବ୍ରଜରାଜନଗରରୁ ଲଢ଼େଇ କରିଥିଲେ ମଧ୍ୟ ନିର୍ବାଚନମଣ୍ଡଳୀ ମତଦାତା ତାଙ୍କୁ ଅନ୍ୟ ଦଳରେ ଗ୍ରହଣ କରି ନ ଥିଲେ। ଫଳରେ ଏହାର ଫାଇଦା ନେଇଥିଲେ ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡା। ତେବେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ ମଧ୍ୟ ସେହି ଆସନ ରଖିବାରେ ବିଫଳ ହୋଇଥିଲେ। ୨୦୧୯ରେ କିଶୋର ମହାନ୍ତିଙ୍କୁ ବିଜେଡି ପ୍ରଥମ ଥର ପାଇଁ ବ୍ରଜରାଜନଗର ଆସନରୁ ପ୍ରାର୍ଥୀ କରିଥିଲା। କିଶୋର ଭାଜପା ପ୍ରାର୍ଥୀ ରାଧାରାଣୀଙ୍କୁ ୨୦ ହଜାର ଭୋଟରେ ହରାଇ ପ୍ରଥମ ଥର ପାଇଁ ବ୍ରଜରାଜନଗରରେ ବିଜେଡି ବାନା ଉଡ଼ାଇଥିଲେ। କିଶୋରଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ଅଳକାଙ୍କୁ ଏହି ନିର୍ବାଚନମଣ୍ଡଳୀରେ ବିପୁଳ ସମର୍ଥନ ମିଳିଛି। ସ୍ବାମୀଙ୍କଠାରୁ ପ୍ରାୟ ୪୫ ହଜାର ଅଧିକ ଭୋଟ ପାଇଛନ୍ତି।
ଅନ୍ୟପକ୍ଷରେ ଗତ କିଛି ବର୍ଷ ଧରି ଯଦି ଉପନିର୍ବାଚନ କଥା ଦେଖାଯାଏ ତେବେ ବିଜେଡି କୌଣସି ଆସନ ହାତଛଡ଼ା କରିନାହିଁ। ସ୍ବର୍ଗତ ବିଧାୟକଙ୍କ ସ୍ତ୍ରୀ କିମ୍ବା ପୁତ୍ରମାନଙ୍କୁ ଟିକେଟ ଦେଇ ଉପନିର୍ବାଚନ ଜିତିବା ପରମ୍ପରାକୁ ବଜାୟ ରଖିଛି। ଏହି ଉପନିର୍ବାଚନରେ ମଧ୍ୟ ଏହାକୁ ଦୋହରାଇଛି।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପୂର୍ବରୁ ବିଜେପୁର ଉପନିର୍ବାଚନରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ବିଜେଡି ଟିକେଟ ଦେଇ ସିଟ୍‌ ହାତେଇଥିଲା। ସେହିପରି ପାଟକୁରା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଟକ୍କର ଦେବା ପାଇଁ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଅନ୍ୟପକ୍ଷରେ ଯେଉଁଠି ସ୍ବର୍ଗତ ବିଧାୟକଙ୍କ ସ୍ତ୍ରୀ ପ୍ରାର୍ଥୀ ହେବାକୁ ରାଜି ହୋଇନାହାନ୍ତି ସେଠାରେ ତାଙ୍କ ପୁଅଙ୍କୁ ବିଜେଡି ଟିକେଟ ଦେଇ ବଂଶଗତ ରାଜନୀତିକୁ ଆଗକୁ ନେବାରେ ସଫଳ ହୋଇଛି। ତିର୍ତ୍ତୋଲ ବିଧାୟକ ଥିବା ବିଷ୍ଣୁ ଚରଣ ଦାସଙ୍କ ବିୟୋଗ ପରେ ତାଙ୍କ ପୁତ୍ର ବିଜୟ ଶଙ୍କର ଦାସ ଏବଂ ପିପିଲି ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ଉପନିର୍ବାଚନରେ ପ୍ରାର୍ଥୀ କରିଥିଲା। ଏ ସମସ୍ତ ଉପନିର୍ବାଚନରେ ବିଜେଡି ସବୁ ଆସନକୁ ନିଜ ଅକ୍ତିଆରରେ ରଖିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri