ପିପିଲିରେ ବିଜେଡି କରିବନି ନିର୍ବାଚନ ଶୋଭାଯାତ୍ରା

ଭୁବନେଶ୍ୱର,୧୯।୪: ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ବିଜେଡି ଆଉ ପିପିଲିରେ ନିର୍ବାଚନ ସଭା କିମ୍ବା ଶୋଭାଯାତ୍ରା କରିବ ନାହିଁ ବୋଲି ସୋମବାର ଘୋଷଣା କରିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଏହି ସୂଚନା ଦେଇ କହିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ।