ଖୁବ୍‌ ଶୀଘ୍ର ଟିକେଟ୍‌ ଘୋଷଣା କରିବ ବିଜେଡି

ଭୁବନେଶ୍ୱର,୨୭।୨: ବିଜେଡି ଆଗୁଆ ଟିକେଟ ଘୋଷଣା ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପରଜଙ୍ଗ ବିଧାୟକ ନୃସିଂହ ସାହୁ କହିଛନ୍ତି ବିଜେଡି ପୂର୍ବରୁ ଟିକେଟ ଘୋଷଣାରେ ବିଳମ୍ବ କରୁଥିଲା । ମାତ୍ର ଏବେ ଖୁବଶୀଘ୍ର ଟିକେଟ ଘୋଷଣା କରାଯାଇପାରେ ବୋଲି ବିଧାୟକ ସାହୁ କହିଛନ୍ତି।