କେନ୍ଦ୍ରାପଡ଼ା ଅଫିସ,୨୭ା୨: ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଗଣନାରେ କେନ୍ଦ୍ରାପଡ଼ା ଜିଲାର ୯ଟି ଜିଲା ପରିଷଦ ଜୋନ୍‌ରେ ବିଜେଡି ବାଜିମାତ କରିଛି। ପ୍ରଥମ ପର୍ଯ୍ୟାୟର ସମସ୍ତ ୯ଟି ଜୋନ୍‌ ବିଜେଡି ଦଖଲ କରିଛି।

ଜୋନ-୧ରେ କନକଲତା ବେହେରା, ଜୋନ୍‌ ୫ରେ ଲିଲିତା ଦାସ, ଜୋନ୍‌ ୯ରେ ଏଲିଜା ସ୍ବାଇଁ, ଜୋନ୍‌ ୧୨ରେ ଧନେଶ୍ୱର ସେଠୀ, ଜୋନ୍‌ ୧୫ରେ ପ୍ରିୟଦର୍ଶିନୀ ତରାଇ, ଜୋନ୍‌ ୧୯ରେ ସସ୍ମିତା ସ୍ବାଇଁ, ଜୋନ୍‌ ୨୪ରେ ପ୍ରମୋଦ କୁମାର ରଥ, ଜୋନ୍‌ ୨୭ରେ ପ୍ରବୀଣା ଦାସ ଓ ଜୋନ୍‌୍‌ ୩୦ରେ ସୁରେନ୍ଦ୍ର କୁମାର ରାଉତ ବିଜୟୀ ହୋଇଛନ୍ତି।

ସୂଚନାଯୋଗ୍ୟ, ୨୦୧୭ରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଏହି ୯ଟି ଜୋନ୍‌ ମଧ୍ୟରୁ ବିଜେଡି ୫ଟି ଜିଲା ପରିଷଦ ଆସନ ଦଖଲ କରିଥିବା ବେଳେ ଭାଜପା ୪ଟି ଜୋନ୍‌ରେ ବିଜୟୀ ହୋଇଥିଲା।