ଶଙ୍ଖଭବନରେ ବିଧାୟକ ଦଳ ବୈଠକ ପରେ ବଡ଼ ନିଷ୍ପତ୍ତି ନେବ ବିଜେଡି, ନିଲମ୍ବିତ ହୋଇଥିବା ବିଧାୟକଙ୍କୁ…

ଭୁବନେଶ୍ୱର,୨୭ା୪: ଶଙ୍ଖଭବନରେ ବିଧାୟକ ଦଳ ବୈଠକ ପରେ ବଡ଼ ନିଷ୍ପତ୍ତି ନେବ ବିଜେଡି। ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ପାଇଁ ୬ ବିଧାୟକଙ୍କୁ ନିଲମ୍ବନ କରିଥିଲା ବିଜେଡି। ତେବେ ଏହି ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିବ ବିଜେଡି।

ବିଧାୟକ ଦେବୀ ତ୍ରିପାଠୀ, ସୌଦ୍ଭିକ ବିଶ୍ୱାଳ, ରମାକାନ୍ତ ଭୋଇ, ନବ ମଲ୍ଲିକ, ସୁବାସିନୀ ଜେନା ଓ ଚକ୍ରମଣି କହଁର ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ୨ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ଆଗରୁ ନିଲମ୍ବିତ କରିଥିଲା ବିଜେଡି।

Dharitri – Odisha’s No.1 Odia Daily

Share