ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବି କଲେ ବିଜେଡି ପ୍ରତିନିଧି, ବଲାଙ୍ଗୀର ବିଧାୟକ…

ବଲାଙ୍ଗୀର,୨୫।୪( ସୁନିଲ କୁମାର ମହାନ୍ତି): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ଥାନୀୟ ସର୍କିଟ ହାଉସ ଠାରେ ଭେଟି ବିଜେଡି ପ୍ରତିନିଧି ଦଳ ବଲାଙ୍ଗୀରର ବିଭିନ୍ନ ନ୍ୟାର୍ଯ୍ୟ ଦାବି ସମ୍ପର୍କରେ ଜଣାଇଥିଲେ । ବିଧାୟକ କଲିକେଶ ନାରାୟଣ ସିଂଦେଓଙ୍କ ନିର୍ଦ୍ଦେଶରେ ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଥିଲେ ।

ପ୍ରତିନିଧି ଦଳରେ ବିଜେଡି ନେତା ଲକ୍ଷ୍ମଣ କୁମାର ମେହେର, ବିଜେଡି ଟାଉନ୍ ସଭାପତି ଶମ୍ଭୁ ନାଗ, ଦେଓଗାଁ ବ୍ଲକ ଚେୟାରମେନ ମଣ୍ଟୁ ଖମାରୀ, ବଲାଙ୍ଗୀର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ବଲାଙ୍ଗୀର ଜିଲା ଛାତ୍ର ସଭାପତି ସୁମନ କୁମାର ନନ୍ଦ, ପୂର୍ବତନ ପୌରଧ୍ୟକ୍ଷା ଦମୟନ୍ତୀ ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ବିଜେଡି ନେତା ମନୀଷ ସାଏ, ପ୍ରତ୍ୟୁଷ, ବବୁଲୁ, ଲେଙ୍କା ସାହୁ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ଦାବିପତ୍ରରେ ଦେଓଗାଁ ଚିନିକଳର ପୁନରୁଦ୍ଧାର, କେନ୍ଦ୍ରୀୟ ପାଠାଗାର ନିର୍ମାଣ, ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା, ସୋନଗଡ ନଦୀରେ ବ୍ୟାରେଜ ନିର୍ମାଣ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପାଇଁ ୧୦୦ ଏକର ଜମି ଦେବାକୁ ଅନୁରୋଧ କରିଥିଲେ ।

 

Dharitri – Odisha’s No.1 Odia Daily

Share