ନିର୍ବାଚନବେଳେ ବିଜେଡିକୁ ମିଳିଛି ଏତେ କୋଟି ନିର୍ବାଚନୀ ଚାନ୍ଦା, କଂଗ୍ରେସକୁ…

ଭୁବନେଶ୍ୱର,୨୮।୧: ଯଦିଓ ସୁପ୍ରିମକୋର୍ଟ ର୍ନିବାଚନୀ ବଣ୍ଡ ଉପରେ ନିଷେଧ ଲଗାଇଛନ୍ତି, ତଥାପି ରାଜନୈତିକ ଦଳଗୁଡ଼ିକୁ ର୍ନିବାଚନୀ ଦାନରେ ବିପୁଳ ବୃଦ୍ଧି ଘଟିଛି। ବର୍ତ୍ତମାନ ର୍ନିବାଚନ କମିଶନର ବାର୍ଷିକ ଅଡିଟ ରିପୋର୍ଟ ପ୍ରକାଶ କରିଛନ୍ତି। ଯେଉଁଥିରେ ଭାଜପା ର୍ନିବାଚନୀ ଦାନରେ ଶୀର୍ଷରେ ଥିବା ବେଳେ କଂଗ୍ରେସକୁ ମିଳିଥିବା ଦାନରେ ୩୨୦ ପ୍ରତିଶତ ବୃଦ୍ଧି ଦେଖାଯାଇଛି।

୨୦୨୪ ଲୋକ ସଭା ର୍ନିବାଚନ ପୂର୍ବରୁ, ଭାରତୀୟ ଜନତା ପାର୍ଟିକୁ ମିଳିଥିବା ଦାନ ୮୭% ବୃଦ୍ଧି ପାଇଛି, ଯାହା ୩,୯୬୭.୧୪ କୋଟି ଟଙ୍କାରେ ପହଞ୍ଚିଛି। ଦଳର ୨୦୨୩-୨୦୨୪ ବର୍ଷର ବାର୍ଷିକ ଅଡିଟ ରିପୋର୍ଟରେ ଏହା ପ୍ରକାଶ ପାଇଛି। ତଥାପି, ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୨୦୨୩-୨୪ରେ ର୍ନିବାଚନୀ ବଣ୍ଡରୁ ଭାଜପାକୁ ମିଳିଥିବା ଦାନ ହ୍ରାସ ପାଇଛି। ୨୦୨୨-୨୩ରେ, ଭାଜପା ର୍ନିବାଚନୀ ବଣ୍ଡରୁ ୨୩୬୦ କୋଟି ଟଙ୍କାର ଦାନ ପାଇଥିଲା, ଯାହା ୨୦୨୩-୨୦୨୪ରେ ୧୨୯୪.୧୪ କୋଟି ଟଙ୍କାକୁ ହ୍ରାସ ପାଇଥିଲା। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଭାଜପା ୨୦୨୩-୨୦୨୪ରେ ସ୍ବେଚ୍ଛାକୃତ ଅବଦାନ ଭାବରେ ୩,୯୬୭.୧୪ କୋଟି ଟଙ୍କା ପାଇଥିଲା, ଯେତେବେଳେ ୨୦୨୨-୨୦୨୩ରେ ଏହା ୨,୧୨୦.୦୬ କୋଟି ଟଙ୍କା ଥିଲା।

ଅଡିଟ ରିପୋର୍ଟରୁ ଜଣାପଡ଼ିଛି ଯେ ଭାଜପା ର୍ନିବାଚନୀ ବଣ୍ଡରୁ ୧,୬୮୫.୬୨ କୋଟି ଟଙ୍କା ପାଇଛି, ଯାହା ଏହାର ମୋଟ ଅବଦାନର ୪୩%। ୨୦୨୨-୨୦୨୩ରେ, ଦଳ ର୍ନିବାଚନୀ ବଣ୍ଡରୁ ୧,୨୯୪.୧୪ କୋଟି ଟଙ୍କା ପାଇଥିଲା, ଯାହା ମୋଟ ଅବଦାନର ୬୧% ଥିଲା। ଭାଜପାର ପ୍ରଚାର ପାଇଁ ହୋଇଥିବା ଖର୍ଚ୍ଚରେ ମଧ୍ୟ ବୃଦ୍ଧି ଘଟିଥିଲା।

ରିପୋର୍ଟରୁ ଜଣାପଡୁଛି ଯେ ର୍ନିବାଚନ ବର୍ଷରେ, କଂଗ୍ରେସ ଦାନ ଭାଜପା ଅପେକ୍ଷା ଅଧିକ ବୃଦ୍ଧି ପାଇଛି। ୨୦୨୨-୨୦୨୩ ବର୍ଷରେ କଂଗ୍ରେସକୁ ୨୬୮.୬୨ କୋଟି ଟଙ୍କାର ଦାନ ମିଳିଥିଲା, ଯାହା ୨୦୨୩-୨୦୨୪ ଆର୍ଥିକ ବର୍ଷରେ ୩୨୦ ପ୍ରତିଶତ ବୃଦ୍ଧି ପାଇ ୧,୧୨୯.୬୬ କୋଟି ଟଙ୍କାରେ ପହଞ୍ଚିଛି। କଂଗ୍ରେସର ଦାନରେ ର୍ନିବାଚନୀ ବଣ୍ଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହା ଗତ ବର୍ଷ ପ୍ରାପ୍ତ ୧୭୧.୦୨ କୋଟି ଟଙ୍କାରୁ ବୃଦ୍ଧି ପାଇ ୮୨୮.୩୬ କୋଟି ଟଙ୍କା ହୋଇଛି। ମୋଟ ୭୩ ପ୍ରତିଶତ ବୃଦ୍ଧି ଦେଖାଯାଇଥିଲା। କଂଗ୍ରେସର ର୍ନିବାଚନ ଖର୍ଚ୍ଚ ୨୦୨୨-୨୦୨୩ ରେ ୧୯୨.୫୫ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୩-୨୪ ରେ ୬୧୯.୬୭ କୋଟି ଟଙ୍କାରେ ପହଞ୍ଚିଛି।

Rise in TDP, YSRCP income, DMK's falls

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତୃଣମୂଳ କଂଗ୍ରେସ (ଟିଏମସି)ର ୨୦୨୩-୨୦୨୪ ବାର୍ଷିକ ଅଡିଟ ରିପୋର୍ଟ ଅନୁଯାୟୀ, ମମତା ବାନାର୍ଜୀଙ୍କ ଦଳର ଆୟ ଗତ ବର୍ଷ ୩୩୩.୪୬ କୋଟି ଟଙ୍କାରୁ ବୃଦ୍ଧି ପାଇ ୬୪୬.୩୯ କୋଟି ଟଙ୍କା ହୋଇଛି। ବିଆରଏସ ୪୯୫କୋଟି, ବିଜୁ ଜନତା ଦଳ ୨୪୫ କୋଟି ଇତ୍ୟାଦି ପାଇଛି। କହିରଖୁଛୁ କି, ଟିଏମସି ୯୫ଶତକଡା ଆୟ ନିର୍ବାଚନୀ ବଣ୍ଡରୁ କରିଛି। ଯେତେବେଳେ କି ବିଜେଡି ୬୧% ଆୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?