ବିଜେଡି ରାଜ୍ୟ ସଭା ଏମପି ମୁନା ଖାନ୍‌ଙ୍କ ଦମଦାର୍‌ ଭାଷଣ, ପ୍ରଶଂସା କଲେ ଧନକର, ଟାର୍ଗେଟରେ ଥିଲେ ମୋଦି

ଭୁବନେଶ୍ୱର,୫।୭: ରାଜ୍ୟ ସଭାରେ ବଦଳିଛି ବିଜୁ ଜନତା ଦଳର ଆଭିମୁଖ୍ୟ। ଆକ୍ରାମଣତ୍ମକ ଢଙ୍ଗରେ ଶାସକ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରୁଛନ୍ତି ବିଜେଡି ଏମପି। ପୂର୍ବରୁ ସବୁ ପ୍ରସଙ୍ଗରେ ବିଜେଡିକୁ ସାଥ୍‌ ଦେଉଥିବା ଏହି ଦଳ ଏବେ କିନ୍ତୁ ବିରୋଧୀଙ୍କ ସ୍ବରରେ ତାଳ ମିଳାଇଛି। ସେହି କ୍ରମରେ ରାଜ୍ୟ ସଭାର ବିଜେଡି ଏମପି ମୁନା ଖାନ(ମୁଜିବୁଲା ଖାନ୍‌)ଙ୍କ ଭାଷଣ ଏବେ ଏସବୁ ପରିସ୍ଥିତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏମିତିକି ତାଙ୍କ ଭାଷଣକୁ ରାଜ୍ୟ ସଭା ଚେୟାରମ୍ୟାନ ଜଗଦୀପ ଧନକର ପ୍ରଶଂସା କରିଛନ୍ତି। ମୁନା ଖାନ୍‌ ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ନ ନେଇ ମଧ୍ୟ ତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଯେଉଁଥିରେ ସେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବ୍ୟକ୍ତିତ୍ୱକୁ ଖୁବ୍‌ ନିଆରା ଢଙ୍ଗରେ ବର୍ଣ୍ଣନା କରିଛନ୍ତି।

ମୁନା ପ୍ରଥମେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ହରିୟାଣାର ଏକ ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହେଉଥିଲା। ଜଣେ ଯୁବ ନେତା ନିର୍ବାଚନ ପ୍ରଚାର ପାଇଁ କର୍ପୁରୀଙ୍କୁ ଆଣିବାକୁ ଦିଲ୍ଲୀ ଯାଇଥିଲେ। ତେବେ ସେଠାରେ ପହଞ୍ଚିବା ପରେ କର୍ପୁରୀ ତାଙ୍କୁ ପଚାରିଲେ, ତୁମେ ଗାଡି ଆଣିଛ? ଯୁବ ନେତା କହିଲେ, ‘ମୋର ଗାଡି ନାହିଁ ମୁଁ ବସ୍‌ରେ ଆସିଛି’। ଏହାପରେ କର୍ପୁରୀ କହିଲେ, ‘ମୋର ବି ଗାଡି ନାହିଁ ଚାଲ ବସ୍‌ରେ ଯିବା’। ଏହାପରେ ସେମାନେ ଦୁଇଜଣ ବସ୍‌ରେ ଯାତ୍ରା କରିଥିଲେ। ବସ୍‌ରେ ଏତେ ଭିଡ ଭିତରେ ବି କର୍ପୁରୀ ଠିଆ ହୋଇ ଦିଲ୍ଲୀରୁ ହରିୟାଣା ଆସିଥିଲେ। ବଡ଼ କଥା ହେଲା କର୍ପୁରୀ ସାରାଦିନର ପ୍ରଚାରରେ ଗୋଟିଏ ଡ୍ରେସ ପିନ୍ଧିଥିଲେ। ଯାହାକୁ ଦେଖି ଉକ୍ତ ଯୁବକଜଣକ ପ୍ରଶ୍ନ କଲେ, ଆପଣ ଆଉ ଡ୍ରେସ୍‌ ଆଣି ନାହାନ୍ତି କି? ଏହାର ଉତ୍ତରରେ ସେ କହିଥିଲେ, ମୁଁ ୩ଟା ଡ୍ରେସ୍‌ ଏକାଥରେ ପିନ୍ଧିକି ଆସିଛି। ଆଜି ପ୍ରଚାର ସରିଲା। ପୁଣି କାଲି ଉପର ଡ୍ରେସ୍‌କୁ ତଳ ଏବଂ ତଳ ଡ୍ରେସ୍‌କୁ ଉପର କରି ପିନ୍ଧିବି। ତେବେ ମୁନା ଏହି ଉଦାହରଣ ଦେଇ କହିଛନ୍ତି, ଆମର ନେତାଏ ତ ଘଣ୍ଟାକୁ ଥରେ ଡ୍ରେସ୍‌ ବଦଳୁଛନ୍ତି। ମୁନା ଏହାକୁ କହି ପରୋକ୍ଷରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଉଦାହରଣ ଦେଇ ମଧ୍ୟ ସେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ରାଜ୍ୟ ସଭା ଏମପି ମୁନା ସଂସଦରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ଯେତେବେଳେ ନବବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ତାଙ୍କ ପାଖରେ ପୂର୍ଣ୍ଣ ବହୁମତ ଥାଇ ବି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫାର କାରଣ ଥିଲା, ତାଙ୍କ ଦଳର ଦୁଇ ବିଧାୟକଙ୍କର ମତଭେଦ। ଯେଉଁଥିପାଇଁ ତାଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ଥାଇ ବି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ସେ ଅନୁଗୁଳର ବାଜି ରାଉତ ଆଶ୍ରମକୁ ଚାଲି ଯାଇଥିଲେ। ସେଠାରେ ସେ ଶିକ୍ଷକତା କରିଥିଲେ। ନବକୃଷ୍ଣଙ୍କର ଏହି ଉଦାହରଣ ଦେଇ ମୁନା କହିଛନ୍ତି, ଆଜିର ଦଳଗୁଡିକ ନିଜ ପାଖରେ ବହୁମତ ନ ଥାଇବି ସରକାର ଗଠନ କରିବାକୁ ଅନ୍ୟ ଦଳ ଭାଙ୍ଗୁଛନ୍ତି। ଏହି ଉଦାହରଣ ଦେଇ ମଧ୍ୟ ସେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶରେ କ୍ଷମତା ହାସଲ କରିଛନ୍ତି, କିନ୍ତୁ ୨୦୨୪ର ନିର୍ବାଚନ ଫଳାଫଳ ସଂସଦର ଚିତ୍ର ବଦଳାଇ ଦେଇଛି। ଅଦ୍ୟାବଧି ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ଭାଜପା ଏବଂ ମୋଦି ସରକାରଙ୍କ ସଙ୍କଟମୋଚନ ସାଜିଥିବାବେଳେ ଏବେ ବିଜେଡି ତା’ର ରାଜନୈତିକ ରଣନୀତି ପରିବର୍ତ୍ତନ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପରେ ମୋଦି ସରକାରଙ୍କୁ ସମର୍ଥନ କରୁଥିବା ବିଜେଡି ଏବେ ବିରୋଧୀ କ୍ୟାମ୍ପ ସହ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଏହାର ଏକ ଉଦାହରଣ ବୁଧବାର ରାଜ୍ୟ ସଭାର ଶେଷ ଅଧିବେଶନରେ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ବିଜେଡିର ବଦଳିଥିବା ରାଜନୈତିକ ମନୋଭାବ ଭାଜପା ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।

୨୦୨୪ ଲୋକ ସଭା ନିର୍ବାଚନ ପରେ ପରିସ୍ଥିତି ବଦଳି ଯାଇଛି। ଓଡିଶାରେ କ୍ଷମତା ହରାଇବା ଏବଂ ଲୋକ ସଭା ନିର୍ବାଚନରେ ପରାଜୟ ପରେ ନବୀନ ପଟ୍ଟନାୟକଙ୍କ ରାଜନୈତିକ ମନୋଭାବରେ ପରିବର୍ତ୍ତନ ଆସିଛି। ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣବେଳେ ବିରୋଧୀ ନେତାଙ୍କ ସହ ବିଜେଡି ଏମପିମାନେ ଏକାଠି ଛିଡା ହୋଇ ହୋହଲ୍ଲା କରୁଥିବାର ଦେଖିବାକୁ ମିଳିଥିଲା। ଯେତେବେଳେ ଇଣ୍ଡିଆ ମେଣ୍ଟ କକ୍ଷତ୍ୟାଗ କରିଥିଲେ ସେତେବେଳେ ବିଜେଡି ଏମପିମାନେ ମଧ୍ୟ ତାଙ୍କୁ ତାଳ ଦେଇ ବାହାରକୁ ଯାଉଥିବାର ଦେଖାଯାଇଥିଲା। ଗୋଟିଏ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଥର ଥିଲା ଯେ ବିଜେଡି ଏମପିମାନେ ରାଜ୍ୟ ସଭାରୁ କକ୍ଷତ୍ୟାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri