ବଡ଼ ଗେମ୍‌ ଖେଳିଦେଲା ବିଜେଡି, ଏହି ହେବେ ନୂଆପଡାରୁ ପ୍ରାର୍ଥୀ, ହୋଇଗଲା ନିଷ୍ପତ୍ତି!

ନୂଆପଡା,୧୪।୧୦(ମକାରୁ ବେମାଳ): ନୂଆପଡା ଉପନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ଗୋଟେ ପଟେ କହିବାକୁ ଗଲେ ବିଜେଡି ପାଇଁ ଅଡୁଆ ବଢ଼ିଛି। ଆସନ୍ତା ନଭେମ୍ବର ୧୧ରେ ଉପନିର୍ବାଚନ ହେବାକୁ ଥିବାବେଳେ ଏଯାଏ ବିଜେଡିର ଅଙ୍କ ଛିଣ୍ଡୁନି। ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଆଶା ବାନ୍ଧିଥିବା ବେଳେ ଶନିବାର ଜୟ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାମିଲ ହୋଇ ଭାଜପାରେ ଯୋଗ ଦେଇଥିଲେ । ଏହି ଖବର ପ୍ରକାଶ ପାଇଲା ପରେ ବିଜେଡି ଦଳରେ ବର୍ତ୍ତମାନ ହଇଚଇ ସୃଷ୍ଟି ହୋଇଛି। ଦଳୀୟ ପ୍ରାର୍ଥୀ କିଏ ହେବ ସେ ନେଇ କର୍ମୀ ଓ ଜନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଭାଜପାର ପ୍ରାର୍ଥୀ ଜୟ ହେବା ନେଇ ଏକପ୍ରକାର ନିଶ୍ଚତ ହେବା ପରେ ବର୍ତ୍ତମାନ ବିଜେଡିରେ ଆଶାୟୀଙ୍କ ଲମ୍ବା ଲାଇନ ଲାଗିଛି । ଏହି ସମୟରେ ଖବର ସାମ୍ନାକୁ ଆସିଛି କି ବିଜେଡିର ପୂର୍ବତନ ନୂଆପଡା ଜିଲା ସଭାପତି ମନୋଜ ମିଶ୍ର ବିଜେଡିର ନୂଆପଡ଼ା ପ୍ରାର୍ଥୀ ହୋଇପାରନ୍ତି । ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିବାବେଳେ କେବଳ ଘୋଷଣା ବାକିଥିବା ସୂଚନା ମିଳିଛି । ମନୋଜ ମିଶ୍ର ଏବେ ବିଜେଡିର ସାଧାରଣ ସମ୍ପାଦକ ଅଛନ୍ତି। ପୂର୍ବରୁ କୋମନା ବ୍ଲକର ୨ ଥର ଅଧ୍ୟକ୍ଷ ହୋଇଥିଲେ ମନୋଜ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ଜନିତ ବଧୂହତ୍ୟା ଘଟଣା, ୩ ମାସ ପରେ ବନ୍ଧା ହେଲେ ଶ୍ବଶୁର-ଦିଅର

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଜକରାପଲ୍ଲୀ ଗ୍ରାମର ଅଜିତ ବିଷୋୟୀଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବିଷୋୟୀଙ୍କୁ ଗତ ଫେବୃଆରୀ ୪ ତାରିଖରେ ଅଧିକା ଯୌତୁକ…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା’ପରେ…

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ…

ବରଗଡ଼ ଜିଲା ପ୍ରିମିୟର ଲିଗ୍ ଉଦଘାଟିତ

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ବରଗଡ଼ ଜିଲା ପ୍ରିମିୟର ଲିଗ୍(ବିଡିପିଏଲ) ଉଦଘାଟିତ ହୋଇଛି। ବରଗଡ ଜିଲା କ୍ରିକେଟ ଏସୋସିଏସନର ସଭାପତି…

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

ଶୁଦ୍ଧି ହେବେ ଜିତୁ ମୁଣ୍ଡା

ପାଟଣା,୩ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଭଊଣୀ କାଲାରା ମୁଣ୍ଡାଙ୍କ କଙ୍କଳା ନେଇ ମଲ୍ଲିପୋଷି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କୁ…

‘ମୁଁ ୬ ଜଣ ପୀଡିତାଙ୍କ ମଧ୍ୟରୁ ଜଣେ’, ବ୍ରିଜଭୂଷଣ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୩ା୫: ଭାରତର ପ୍ରସିଦ୍ଧ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରବିବାର ଏକ ଚେତାବନୀ ଜାରି କରିଛନ୍ତି । ଗୋଣ୍ଡାରେ ହେବାକୁ ଥିବା ଜାତୀୟ ଓପନ୍ ରାଙ୍କିଂ ଟୁର୍ନାମେଣ୍ଟରେ ତାଙ୍କ…

ରୁଷିଆରେ ବାଲୁକା କଳା ପ୍ରଦର୍ଶନ କରିବେ ଓଡ଼ିଆ ପୁଅ ଓମ୍‌ ପ୍ରକାଶ

କର୍ଲାମୁଣ୍ଡା:୩।୫(ପ୍ରଦୀପ କୁମାର ସାହୁ): ଭାରତ-ରୁଷିଆ ଦୂତବାସଙ୍କ ମିଳିତ ଆନୁକୂଲ୍ୟରେ ଚଳିତ ମାସ ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ରୁଷିଆର ଏଲିସ୍ଥାଠାରେ ଭାରତୀୟ ସଂସ୍କୃତି ଦିବସ (Day of Indian…

ପରିସ୍ରା ପାଇଁ ଯାଇଥିବା ବେଳେ ଯୁବତୀଙ୍କୁ କାମୁଡିଦେଲା ସାପ, ଚାଲିଗଲା ଜୀବନ

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର): ସାପ କାମୁଡାରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ତଲାସିଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri