ମହାତ୍ମା ଗାନ୍ଧୀଙ୍କ ସହ ନବରଙ୍ଗପୁର ଏମ୍‌ପିଙ୍କୁ ତୁଳନା କରି ଅଡୁଆରେ ବିଜେଡି ପଦାଧିକାରୀ

ଚନ୍ଦାହାଣ୍ଡି, ୨୮।୩: ମହାତ୍ମା ଗାନ୍ଧୀଙ୍କ ସହ ନବରଙ୍ଗପୁର ଏମ୍‌ପିଙ୍କୁ ତୁଳନା କରି ଜିଲା ବିଜେଡି ସଂଯୋଜକ ଏବେ ଅଡୁଆରେ। କଂଗ୍ରେସ କର୍ମୀ ଜିଲା ସଂଯୋଜକ ପ୍ରମୋଦ ପାଢୀଙ୍କ ଗିରଫ ଦାବି କରି ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି। ସୂଚନା ଅନୁଯାୟୀ, ଗତ ୨୬ରେ ନବରଙ୍ଗପୁର ଏମ୍‌ପି ରମେଶ ମାଝିଙ୍କ ବାସ ଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ସେଠାରେ ଜିଲା ସଂଯୋଜକ ପ୍ରମୋଦ ଏମ୍‌ପି ରମେଶ ମାଝିଙ୍କୁ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କରିଥିଲେ। ଏହି ଭିଡିଓ ଭାଇରାଲ ହେବାପରେ କଂଗ୍ରେସ ଏହାକୁ ନାପସନ୍ଦ କରିଛି। ପୂର୍ବତନ ପିସିସି ସମ୍ପାଦକ କ୍ଷେମରାଜ ବାଘଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରିଥିଲା। ସେମାନେ ମଧ୍ୟ ପ୍ରମୋଦଙ୍କ ଗିରଫ ଦାବି କରିଛନ୍ତି।