ପିଏମ୍‌ଏଓ୍ବାଇ(ଗ୍ରାମୀଣ) ପୋର୍ଟାଲ ଖୋଲିବାକୁ ବିଜେଡି ଏମ୍‌ପିଙ୍କ ଦାବି

ଭୁବନେଶ୍ବର, ୬ା୮(ବ୍ୟୁରୋ): ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଅର୍ଥ ପ୍ରଦାନ କରିବା ସହିତ ତୁରନ୍ତ ଏ ସମ୍ପର୍କିତ ପୋର୍ଟାଲ ଖୋଲିବା ଲାଗି ବିଜେଡି ଏମ୍‌ପି ମଞ୍ଜୁଲତା ମଣ୍ଡଳ ପାର୍ଲାମେଣ୍ଟରେ ଦାବି କରିଛନ୍ତି। ଅନ୍ୟପଟେ ପିଏମ୍‌ ଆବାସ୍‌ ଯୋଜନା ପୋର୍ଟାଲ ଓଡ଼ିଶାରେ ଖୋଲିବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଦେଇ ଅନୁରୋଧ କରିଛନ୍ତି।
ତେବେ ପାର୍ଲାମେଣ୍ଟରେ ବିଜେଡି ଏମ୍‌ପି କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ୍‌ ଯୋଜନା(ଗ୍ରାମୀଣ)ରେ ସାମିଲହେବାକୁ ଥିବା ହିତାଧିକାରୀଙ୍କ ତାଲିକା ବହୁ ବଢିଗଲାଣି। ୨୦୨୨ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ଘର ଦେବା ଲକ୍ଷ୍ୟ ଫେଲ୍‌ ହେବାକୁ ବସିଲାଣି। ତେଣୁ ତାଲିକାଭୁକ୍ତ ହୋଇଥିବା ସମସ୍ତ ନୂଆ ହିତାଧିକାରୀଙ୍କୁ ଘର ଯୋଗାଇବାର କାର୍ଯ୍ୟାଦେଶ ଏବଂ ଏହି ଅର୍ଥ ତୁରନ୍ତ ପ୍ରଦାନ କରାଯାଉ। ଆବାସ୍‌ ଯୋଜନା ପୋର୍ଟାଲ ତୁରନ୍ତ ଖୋଲିଲେ ହିତାଧିକାରୀମାନେ ଏହି ଯୋଜନା ଲାଗି ତାଲିକାରେ ସାମିଲ ହୋଇପାରିବେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିଲେ। ରାଜ୍ୟର ୬ ଲକ୍ଷ ୬୫ ହଜାର ପରିବାର ଏବଂ ଲକ୍ଷେ ୮୪ ହଜାର ଫନୀ କ୍ଷତିଗ୍ରସ୍ତ ଘର ଏହି ଯୋଜନାରେ ସାମିଲ ହେବା ଅପେକ୍ଷାରେ ଅଛନ୍ତି। ଏହାକୁ ବାଦ୍‌ ଦେଲେ ଭଦ୍ରକ ଲୋକ ସଭା ମଣ୍ଡଳୀର ୫୭ ହଜାର ୧୯୦ ହିତାଧିକାରୀ ଏହି ଯୋଜନାରେ ଆଲଟମେଣ୍ଟ ଅର୍ଥ ପାଇବା ଲାଗି ଅପେକ୍ଷାରେ ରହିଥିବା ମଞ୍ଜୁଲତା କହିଛନ୍ତି।
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଚିଠିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପୋର୍ଟାଲ ଖୋଲିବାକୁ କହିବା ସହିତ ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବାକୁ ଥିବା ହିତାଧିକାରୀଙ୍କ ଲାଗି ପୋର୍ଟାଲ ଖୋଲାଯାଉ। ହେଲେ ଯୋଗ୍ୟ ହିତାଧିକାରୀ ଏଥିରୁ ଯେପରି ବାଦ୍‌ ନ ପଡିବେ ସେଥିପ୍ରତି ଧ୍ୟାନ ଦେଇ ଠିକ୍‌ ତାଲିକା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେବା ଜରୁରୀ। କାରଣ ୨୦୨୧-୨୨ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଣରେ ଓଡ଼ିଶାରେ ବ୍ୟାପକ ଅନିୟମିତତା ହୋଇଥିବା ମନ୍ତ୍ରଣାଳୟ ରିପୋର୍ଟ କରିଥିଲା। ବହୁ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଲୋଗୋରେ ମଧ୍ୟ ଓଡ଼ିଶା ସରକାର ଟ୍ୟାମ୍ପରିଂ କରିଥିଲେ। ଏହି ଯୋଜନାର ପାଣ୍ଠିକୁ ଅନ୍ୟ କାହାକୁ ହସ୍ତାନ୍ତର କରିବା ଲାଗି ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ନମ୍ବରକୁ ପରିବର୍ତ୍ତନ କରାଯାଇଥିଲା। ସବୁ ଜିଲାକୁ ରାଜ୍ୟ ସରକାର ସମାନ ଘର ନ ଦେଇ ଭୋଟ୍‌ ହାର ଅଧିକ ଥିବା ଜିଲାକୁ ଅଧିକ ଘର ଆବଣ୍ଟିତ କରିଛନ୍ତି। ୧୪ ଜିଲାକୁ ମାତ୍ର ୬ ହଜାର ୬୪୮ ଘର ଦେଇଥିଲେ। ଫନୀ ସ୍ପେଶାଲ ଓ୍ବିଣ୍ଡୋ ସମୟରେ ଆବାସ ପ୍ଲସ୍‌ ପ୍ଲାଟ୍‌ଫର୍ମରେ ୫.୫ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଉକ୍ତ ତାଲିକା ତଦାରଖ କରିବାକୁ ହେବ ବୋଲି ସେ କହିଛନ୍ତି। ଏସବୁ କହିବା ପରେ ଧର୍ମେନ୍ଦ୍ର ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆବାସ ପ୍ଲସ୍‌ ପୋର୍ଟାଲ ଖୋଲିବାକୁ ପୁଣି ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଖାଲେଦା ଜିଆ କରିଥିଲେ ନାମାଙ୍କନ, ଏବେ ଆଲୋଚନା ପୁଅଙ୍କୁ ମିଳିବକି ସହାନୁଭୁତି? ଜାଣନ୍ତୁ ବାଂଲାଦେଶ ରାଜନୀତିର…

ଢାକା,୩୦।୧୨: ଆସନ୍ତା ବର୍ଷ ଫେବୃଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ମୃତ୍ୟୁକୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହୁକିଟୋଲାର ସୌନ୍ଦର୍ଯ୍ୟ

ମହାକାଳପଡ଼ା,୩୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ନୀଳ ଜଳରାଶି ସହ ବିଶାଳ ବାଲୁକା ଶଯ୍ୟା ଆଇଲାଣ୍ଡ ହୁକିଟୋଲା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌...

ଭୟଙ୍କର ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୦।୧୨: ଉତ୍ତରାଖଣ୍ଡରୁ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଅଲମୋରା ଜିଲାରେ ଏକ ଯାତ୍ରୀବାହୀ ବସ ନିୟନ୍ତ୍ରଣ ହରାଇ ଘାଇକୁ ଖସି ଯାଇଥିଲା ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri