ଜିତିବା ପାଇଁ ଭାଜପା ନେତାଙ୍କ ଶରଣ ପଶିଲେ ବିଜେଡି ବିଧାୟକ

ନୟାଗଡ଼/ରଣପୁର,୧୬।୪(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ):ନିର୍ବାଚନ ସମୟରେ ସାଧାରଣତଃ ଦେଖାଯାଇଥାଏ ପ୍ରାର୍ଥୀମାନେ ବିରୋଧୀ ଦଳର କର୍ମୀ ଓ ନେତାଙ୍କ ସମର୍ଥନ ପାଇବା ପାଇଁ ନିବେଦନ କରିଥାନ୍ତି। ଏହା ଅଧିକାଂଶ ପ୍ରାର୍ଥୀ କରିଥିବା ଶୁଣିବାକୁ ମିଳେ। ଏହିଭଳି ଏକ କଥୋପକଥନର ଅଡିଓ ଏବେ ନୟାଗଡ଼ରେ ଭାଇରାଲ ହୋଇଥିବା ନଜରକୁ ଆସିଛି।
ଜିଲାରେ ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଲଢ଼େଇ ଆରମ୍ଭ ହୋଇଯାଇଛି। ଏହାରି ଭିତରେ ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ (ବାଦଲ)ଙ୍କର ଏକ ଅଡିଓର ବାର୍ତ୍ତାଳାପ ଭାଇରାଲ ହେବାରେ ଲାଗିଛି। ବିଜେଡି ପାଇଁ ଭୋଟ କରାଇଦେବାକୁ ଓଡ଼ଗଁା ବ୍ଲକ ଭାଜପା ନେତା ତଥା ଶିଖରପୁର ସରପଞ୍ଚ ସନ୍ନ୍ୟାସୀ ପ୍ରଧାନଙ୍କୁ ବିଧାୟକ ପ୍ରାର୍ଥୀ କାକୁତିମିନତି ହୋଇ ସହଯୋଗ କରିବାକୁ ଅନୁରୋଧ କରଛନ୍ତିି। ଏଥିସହ ସନ୍ନ୍ୟାସୀଙ୍କୁ ଭାଜପାରେ ମିଶିବାକୁ ବିଧାୟକ ପ୍ରଧାନ ପରାମର୍ଶ ଦେଇଥିବା ଶୁଣିବାକୁ ମିଳୁଛି। ଭାଇରାଲ ଅଡିଓକୁ ନେଇ ରଣପୁର ନିର୍ବାଚନମଣ୍ଡଳୀ ରାଜନୀତି ସରଗରମ ହୋଇ ଉଠିଛି।
ରଣପୁର ବିଜେଡିରେ ଗୋଷ୍ଠୀ କନ୍ଦଳ ବଢ଼ି ଚାଲିଥିବାବେଳେ ବିଧାୟକ ପ୍ରାର୍ଥୀ ନିଜର ପରାଜୟକୁ ଏଡ଼ାଇବା ପାଇଁ ନୂଆ କୌଶଳ ଆପଣେଇବାରେ ଲାଗିଛନ୍ତି। ବାର୍ତ୍ତାଳାପରେ ବିଧାୟକ ପ୍ରଧାନ କହୁଛନ୍ତି, କିଏ ସନ୍ନ୍ୟାସୀ ମୁଁ ବାଦଲ କହୁଛି। କ’ଣ ନମ୍ବର କଟି ଗଲାଣି କି। ସନ୍ନ୍ୟାସୀ କହୁଛନ୍ତି, ଆପଣତ ବିଜେଡିରେ ମୁଁ ଭାଜପାରେ ଆଉ ନମ୍ବର କ’ଣ ରଖିବି। ମୋ ଉପରେ କାହିଁକି ରାଗିଛ ବୋଲି ବାଦଲ ପଚାରୁଛନ୍ତି। କାଳୁ (ଦେବାଶିଷ ପଟ୍ଟନାୟକ, ଯିଏ କି ନୟାଗଡ଼ ଜିଲା ପରିଷଦର ଚେୟାରମ୍ୟାନ) କଥାରେ ଏପରି ରାଗିବା ଠିକ୍‌ ନୁହେଁ। ସନ୍ନ୍ୟାସୀ କହୁଛନ୍ତି, ପଞ୍ଚାୟତ ନିର୍ବାଚନ ପାଇଁ ଆପଣ ମୋତେ ଆପଣଙ୍କର ନୟାଗଡ଼ ଘରେ ଫାଇନାଲ କଲେ। ହେଲେ ସହଯୋଗ ନ କରିବାରୁ ଅସନ୍ତୋଷ ବ୍ୟକ୍ତ କଲେ। ନିର୍ବାଚନର ୨ ବର୍ଷ ପରେ ଏବେ ଆପଣଙ୍କର ମୋ କଥା ମନେପଡ଼ିିଲା। ଏକଥା ମୋତେ କେତେ ବାଧୁଛି। ବାଦଲ କହୁଛନ୍ତି, ତୁମେ ନିଲମ୍ବିତ ହେଲା ପରେ ମୁଁ ଅନେକ ଥର କହିଛି ନିଲମ୍ବନ ଉଠାଇବାକୁ। ଏପରିକି ନବୀନ ନିବାସରେ କହିଛି। ତେବେ ପୂର୍ବତନ ବିଧାୟକ ରବି ମହାପାତ୍ର ମୋ ବିରୋଧରେ ସବୁବେଳେ ଲାଗିଲେ। କାଳୁଙ୍କୁ ମତାଇ ହଇରାଣ କଲେ। ନିର୍ବାଚନ ବେଳେ ଲେଖି କରି ଦେଲେ ମୁଁ ସପୋର୍ଟ କରୁଛି ସସ୍‌ପେଣ୍ଡ କରାଯାଉ। ସନ୍ନ୍ୟାସୀ କହୁଛନ୍ତି, ସସ୍‌ପେଣ୍ଡ ହେଲା ପରେ ମୁଁ ଅନ୍ୟ କୌଣସି ଦଳରେ ମିଶି ନ ଥିଲି। ମୋତେ ଆପଣଙ୍କ ନୟାଗଡ଼ ଘରକୁ ଡକାଇ ଭାଜପାରେ ମିଶିବାକୁ ପରାମର୍ଶ ଦେଇଥିଲେ।
ବାଦଲ କହୁଛନ୍ତି, ମୁଁ ସ୍ବାଧୀନରେ ଯିବାକୁ କହୁଥିଲି। ତୁମେ କହିଲ ସ୍ବାଧୀନରେ ଜିତିବା ସମ୍ଭବ ନୁହେଁ। ଏଣୁ ଭାଜପାକୁ ହିଁ ଯିବାକୁ ପଡ଼ିବ। ଜିତିବାକୁ ପଡ଼ିବ। ବାଦଲ କହୁଛନ୍ତି, ରବି ମହାପାତ୍ରଙ୍କୁ ଠୋକର ଦେବାକୁ ଏପରି କରିବାକୁ ପଡ଼ିଥିଲା। ରବିଙ୍କ ମୁହଁରେ ସେ ସମୟରେ କାଳି ଚୂନ ବୋଳିବାକୁ ହିଁ ଥିବାରୁ ଏପରି କରିବାକୁ ପଡ଼ିଲା। ବୁଝାମଣା ଭିତରେ ମୁଁ ଭାଜପାକୁ ଗଲି ବୋଲି ସନ୍ନ୍ୟାସୀ କହିବା ପରେ ବାଦଲ ସ୍ବୀକାର କରୁଛନ୍ତି। ଏଥିସହ ସନ୍ନ୍ୟାସୀ କହୁଛନ୍ତି, ପୁରୀ ଏମ୍‌ପି ପିନାକୀ ମିଶ୍ର ମୋତେ ଡାକିଥିଲେ ଆଲୋଚନାକୁ ଯାଇଥିଲି। ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ମୁଁ ମଧ୍ୟ ଏହି କଥା କହିଛି। ଅରୁଣବାବୁ କହିଲେ ପିନାକୀବାବୁ, ଆଉ ଆମେ ୩ଜଣ ବସିବା। ବାଦଲ କହୁଛନ୍ତି, ଏହି ନିର୍ବାଚନ ମୋର ଶେଷ ଥର। ମୋର ଆଗକୁ ଆଉ ନିର୍ବାଚନ ଲଢ଼ିବାର ନାହିଁ। ମୋତେ ତୁମର ସହଯୋଗ ଦରକାର। ମୁଁ ଯିବି କଥା ହେବା କହିବା ପରେ ସନ୍ନ୍ୟାସୀ ସହମତି ପ୍ରକାଶ କରୁଛନ୍ତି। ତେବେ ସନ୍ନ୍ୟାସୀ କହୁଛନ୍ତି, ମୋ ପ୍ରତି ଅନ୍ୟାୟ ଓ ମୋତେ ହଇରାଣ କରାଯାଇଛି। ଚେୟାରମ୍ୟାନ ପାଇଁ ଅରୁଣବାବୁ ମୋତେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଇ ହଇରାଣ କଲେ। ବାଦଲ କହୁଛନ୍ତି, ତୁମେ ଚେୟାରମ୍ୟାନ ହୁଅ ବୋଲି ମୁଁ ବାରମ୍ବାର ଚେଷ୍ଟା କଲି। ହେଲେ ଚେୟାରମ୍ୟାନ ନିର୍ବାଚନ ପରଠାରୁ ମୋର ସେମାନେ ଶତ୍ରୁ ହୋଇଗଲେ। ସନ୍ନ୍ୟାସୀ ପୁଣି କହୁଛନ୍ତି ମୋତେ ଚେୟାରମ୍ୟାନ କଲେନି। ଭାଇସ୍‌ ଚେୟାରମ୍ୟାନ କରିବାକୁ ୬ମାସ ପରେ ନିଷ୍ପତ୍ତି ହୋଇଥିଲା। ତାହା ମଧ୍ୟ ହେଲାନି। ବାଦଲ କହିଥିଲେ, ଏଥିପାଇଁ ନିୟମ ବି ହୋଇଥିଲା ହେଲେ ନିୟମ ରଖିଲେନି। ବାର୍ତ୍ତାଳପ ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri