ଭୁବନେଶ୍ୱର,୮ା୧୨(ରବିନାରାୟଣ ଜେନା):ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଆମେ ଏମିତି ଜଣେ ନେତା ପାଇଛେ, ଯାହାଙ୍କ ହାତରେ କେନ୍ଦୁଝର ଦାୟିତ୍ୱ ଦେଇ ଆରାମରେ ରହିପାରିବା। ଏହା ଆମ ପାଇଁ ଗର୍ବ ଓ ସୌଭାଗ୍ୟର ବିଷୟ ଯେ କେନ୍ଦୁଝର ମାଟିର ପୁଅ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଏହା ଅତୀତରେ ସମ୍ଭବ ହୋଇ ନ ଥିଲା ଏବଂ ଭବିଷ୍ୟତରେ ମଧ୍ୟ ସମ୍ଭବ ହେବ ନାହିଁ ବୋଲି ବଦ୍ରି କହିଛନ୍ତି।
Dharitri – Odisha’s No.1 Odia Daily


