ବିଜେଡି ଛାଡ଼ିଲେ ବ୍ଲକ ଅଧ୍ୟକ୍ଷ

ରାଇରଙ୍ଗପୁର,୨୦ା୯: ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଟାଣୁଆ ଆଦିବାସୀ ନେତା ତଥା ତିରିଂ ବ୍ଲକ୍‌ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼୍‌ ବୁଧବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ରକୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିକଟକୁ ପଠାଇଛନ୍ତି। ଶ୍ରୀ ସାମାଡ଼ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେ ତିରିଂ ବ୍ଲକ୍‌ରେ ଜେ.ଏମ୍‌.ଏମ୍‌ର ସଭାପତି ରୂପେ କାର୍ଯ୍ୟ କରିଛନ୍ତି। ୨୦୧୪ ବିଧାନସଭା ନିର୍ବାଚନ ସମୟରେ ତତ୍କାଳୀନ ଜେ.ଏମ୍‌.ଏମ୍‌ ରାଜ୍ୟ ସଭାପତି ତଥା ବର୍ତ୍ତମାନର ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି ବିଜେଡିରେ ସାମିଲ ହୋଇଥିଲେ। ଏହାପରେ ପରେ ଶ୍ରୀ ସାମାଡ଼ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ। ଦଳରେ ଚାଲିଥିବା ଆଭ୍ୟନ୍ତରୀଣ ଓ ଗୋଷ୍ଠୀ କନ୍ଦଳ ପାଇଁ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ତିରିଂ ଅଞ୍ଚଳର ମୟୂରଭଞ୍ଜ-୨ ବିଜେଡି ଜିଲା ସଭାପତି କାଶୀନାଥ ହେମ୍ବ୍ରମ, ଜିଲା ସଭାପତିଙ୍କ ବଡ଼ଭାଇ ତଥା ବିଜୁ ଜନତା ଦଳର ତିରିଂ ବ୍ଲକ୍‌ ସଭାପତି ବଳଦେବ ହେମ୍ବ୍ରମ, ମୟୂରଭଞ୍ଜ-୨ ଜିଲା ବିଜେଡି ମହିଳା ଶାଖାର ଉପସଭାପତି ଜେମାମଣି ସୁଣ୍ଡି, ତିରିଂ ବ୍ଲକ୍‌ ୨୦ ନଂ ଜୋନ୍‌ର ଜିଲା ପରିଷଦ ସଭ୍ୟ ପରେଶଚନ୍ଦ୍ର ମୁଣ୍ଡାଙ୍କ ପାଇଁ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି। ଗତ ପଞ୍ଚାୟତିରାଜ ନିର୍ବାଚନ ବେଳେ ବିଜେଡି ବ୍ଲକ୍‌ ସଭାପତି ବଳଦେବ ହେମ୍ବ୍ରମ, ମହିଳା ଶାଖା ଜିଲା ଉପସଭାପତି ଜେମାମଣି ସୁଣ୍ଡି ମୁଖ୍ୟ ପ୍ରତିଦ୍ୱଦ୍ୱୀ ଥିଲେ। ଏହାସତ୍ତ୍ୱେ ଦଳକୁ ମଜବୁତ୍‌ କରିବା ପାଇଁ ମତ ପାର୍ଥକ୍ୟଠାରୁ ଦୂରରେ ରହି କାର୍ଯ୍ୟ କରି ଆସୁଥିଲେ। ମାତ୍ର ବିଜେଡିର ଜିଲା ସଭାପତି କାଶୀନାଥଙ୍କ ସମେତ ଉକ୍ତ ନେତାମାନେ ବାରମ୍ବାର ତାଙ୍କୁ ବଦନାମ କରିବାକୁ ବାରମ୍ବାର ଷଡ଼ଯନ୍ତ୍ର କରି ଆସୁଥିଲେ। ଏ ସମ୍ପର୍କରେ ଦଳର ସହ-ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କାଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସମାଧାନ ହେଲା ନାହିଁ। ଫଳରେ ନିଜର ଆତ୍ମସମ୍ମାନ ଓ ସ୍ବାଭିମାନ ପାଇଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି ‘ଧରିତ୍ରୀ’କୁ ସୂଚନା ଦେଇଛନ୍ତି। ତିରିଂ ବ୍ଲକ୍‌ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼ଙ୍କ ଇସ୍ତଫା ବିଜେଡିକୁ ଶକ୍ତ ଝଟକା ଲାଗିଛି। ଆଗକୁ ଆହୁରି ଅନେକ ନେତା ଓ କର୍ମୀମାନେ ବିଜେଡି ଛାଡ଼ିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଙ୍କୀରେ ୧୬୩ ଧାରା ଉଲ୍ଲଂଘନ: ଭାଜପା-ବିଜେଡି ମୁହାଁମୁହିଁ, ୭ ଦିନିଆ ଚେତାବନୀ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଏନ୍‌ଏସ୍‌ର ୧୬୩ ଧାରା ଜାରି ହୋଇଥିବା ସତ୍ତ୍ବେ ଦୁଇ ପ୍ରମୁଖ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା-ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଗଞ୍ଜାମ, ୧୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପରିସରରେ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର…

ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଘଟିଥିଲା ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ: ବର୍ଷେ ପରେ ୩ ଅଭିଯୁକ୍ତ ଗଲେ ଜେଲ 

ଦିଗପହଣ୍ଡି, ୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଉଦ୍ୟମ ମାମଲାରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

ଭିଟାମାଟିରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ରେଡକ୍ରସରୁ ସହାୟତା, ଗୃହହୀନ ପରିବାରକୁ ଥଇଥାନ ଦାବି

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ତାମିଲନାଡ଼ୁରେ ଟ୍ରେନରୁ ଖସି ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଦାଦନ ଶ୍ରମିକ ଟୁନା ବେହେରାଙ୍କ ମୃତଦେହ ମଙ୍ଗଳବାର…

ପ୍ରଶାସନିକ ଅବହେଳାର ପ୍ରତିବାଦ: ବର୍ଷାଜଳ ନିଷ୍କାସନ ନ ହେବାରୁ ଅନେକ ଗ୍ରାମର ଚାଷ ଜମି ଜଳମଗ୍ନ, ଆନ୍ଦୋଳନ ଚେତାବନୀ

ହାଟଡିହୀ/ଛେନାପଦୀ,୧୧।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ, ଯାହାଫଳରେ ଚାଷ କାର୍ଯ୍ୟରେ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri