Odisha Elections 2024

ବିଜେଡି ଛାଡ଼ିଲେ ବ୍ଲକ ଅଧ୍ୟକ୍ଷ

ରାଇରଙ୍ଗପୁର,୨୦ା୯: ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଟାଣୁଆ ଆଦିବାସୀ ନେତା ତଥା ତିରିଂ ବ୍ଲକ୍‌ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼୍‌ ବୁଧବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ରକୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିକଟକୁ ପଠାଇଛନ୍ତି। ଶ୍ରୀ ସାମାଡ଼ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେ ତିରିଂ ବ୍ଲକ୍‌ରେ ଜେ.ଏମ୍‌.ଏମ୍‌ର ସଭାପତି ରୂପେ କାର୍ଯ୍ୟ କରିଛନ୍ତି। ୨୦୧୪ ବିଧାନସଭା ନିର୍ବାଚନ ସମୟରେ ତତ୍କାଳୀନ ଜେ.ଏମ୍‌.ଏମ୍‌ ରାଜ୍ୟ ସଭାପତି ତଥା ବର୍ତ୍ତମାନର ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି ବିଜେଡିରେ ସାମିଲ ହୋଇଥିଲେ। ଏହାପରେ ପରେ ଶ୍ରୀ ସାମାଡ଼ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ। ଦଳରେ ଚାଲିଥିବା ଆଭ୍ୟନ୍ତରୀଣ ଓ ଗୋଷ୍ଠୀ କନ୍ଦଳ ପାଇଁ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ତିରିଂ ଅଞ୍ଚଳର ମୟୂରଭଞ୍ଜ-୨ ବିଜେଡି ଜିଲା ସଭାପତି କାଶୀନାଥ ହେମ୍ବ୍ରମ, ଜିଲା ସଭାପତିଙ୍କ ବଡ଼ଭାଇ ତଥା ବିଜୁ ଜନତା ଦଳର ତିରିଂ ବ୍ଲକ୍‌ ସଭାପତି ବଳଦେବ ହେମ୍ବ୍ରମ, ମୟୂରଭଞ୍ଜ-୨ ଜିଲା ବିଜେଡି ମହିଳା ଶାଖାର ଉପସଭାପତି ଜେମାମଣି ସୁଣ୍ଡି, ତିରିଂ ବ୍ଲକ୍‌ ୨୦ ନଂ ଜୋନ୍‌ର ଜିଲା ପରିଷଦ ସଭ୍ୟ ପରେଶଚନ୍ଦ୍ର ମୁଣ୍ଡାଙ୍କ ପାଇଁ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି। ଗତ ପଞ୍ଚାୟତିରାଜ ନିର୍ବାଚନ ବେଳେ ବିଜେଡି ବ୍ଲକ୍‌ ସଭାପତି ବଳଦେବ ହେମ୍ବ୍ରମ, ମହିଳା ଶାଖା ଜିଲା ଉପସଭାପତି ଜେମାମଣି ସୁଣ୍ଡି ମୁଖ୍ୟ ପ୍ରତିଦ୍ୱଦ୍ୱୀ ଥିଲେ। ଏହାସତ୍ତ୍ୱେ ଦଳକୁ ମଜବୁତ୍‌ କରିବା ପାଇଁ ମତ ପାର୍ଥକ୍ୟଠାରୁ ଦୂରରେ ରହି କାର୍ଯ୍ୟ କରି ଆସୁଥିଲେ। ମାତ୍ର ବିଜେଡିର ଜିଲା ସଭାପତି କାଶୀନାଥଙ୍କ ସମେତ ଉକ୍ତ ନେତାମାନେ ବାରମ୍ବାର ତାଙ୍କୁ ବଦନାମ କରିବାକୁ ବାରମ୍ବାର ଷଡ଼ଯନ୍ତ୍ର କରି ଆସୁଥିଲେ। ଏ ସମ୍ପର୍କରେ ଦଳର ସହ-ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କାଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସମାଧାନ ହେଲା ନାହିଁ। ଫଳରେ ନିଜର ଆତ୍ମସମ୍ମାନ ଓ ସ୍ବାଭିମାନ ପାଇଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି ‘ଧରିତ୍ରୀ’କୁ ସୂଚନା ଦେଇଛନ୍ତି। ତିରିଂ ବ୍ଲକ୍‌ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼ଙ୍କ ଇସ୍ତଫା ବିଜେଡିକୁ ଶକ୍ତ ଝଟକା ଲାଗିଛି। ଆଗକୁ ଆହୁରି ଅନେକ ନେତା ଓ କର୍ମୀମାନେ ବିଜେଡି ଛାଡ଼ିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସସ୍ତ୍ରୀକ ଭୋଟ୍‌ ଦେଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାଶ

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ମତଦାନ କଲେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ

ପୁରୁଷୋତ୍ତମପୁର,୨୦ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ଲାଗି ସୋମବାର ସକାଳୁ ନିର୍ଦ୍ଧାରିତ ସମୟରେ ମତଦାନ ଆରମ୍ଭ ହୋଇଛି। ଏଥିରେ କଂଗ୍ରେସ ପକ୍ଷରୁ ଖଲ୍ଲିକୋଟ...

ପଙ୍କାଳସାହିରେ ଭୋଟ୍‌ ବର୍ଜନ

ନୟାଗଡ଼,୨୦ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଦଶପଲା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଚାଲୁ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଇଭିଏମ୍‌ ଅଚଳ ଥିବା ଦେଖିବାକୁ ମିଳୁଛି। ନୂଆଗାଁ...

ଧାଡ଼ିରେ ଠିଆ ହୋଇ ମତଦାନ କଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବାଧାଡ଼ି ଲାଗିଛି।...

ନୟାଗଡ଼ର ଅଧିକାଂଶ ସ୍ଥାନରେ ଇଭିଏମ୍‌ ଅଚଳ, ବୁଥ୍‌ରେ ଚାପା ଉତ୍ତେଜନା

ନୟାଗଡ଼,୨୦ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଭୋଟ ଚାଲୁ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଇଭିଏମ୍‌ ଅଚଳ ଥିବା ଦେଖିବାକୁ ମିଳୁଛି। ନୂଆଗାଁ...

ଟିଟିଲାଗଡ଼ରେ ଇଭିଏମ୍‌ ଅଚଳ, ମତଦାନ ବିଳମ୍ବ

ଟିଟିଲାଗଡ଼,୨୦ା୫: ବଲାଙ୍ଗୀର ଜିଲା ଟିଟିଲାଗଡ଼ର ୧୯୧ ନଂ ବୁଥ୍‌ରେ ଇଭିଏମ୍‌ ଅଚଳ ହେବାରୁ ମତଦାନରେ ବିଳମ୍ବ ହୋଇଛି। ୭ଟାରେ ବୁଥ୍‌ ଖୋଲିବା ପରେ ଭୋଟରମାନେ ଲମ୍ବା...

ପୁରୀରେ ରୋଡ୍‌ ଶୋ’ କଲେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ବଡ଼ଦାଣ୍ଡରୁ ରୋଡ୍‌...

Video: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ ଭିଡିଓ

ପୁରୀ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ପୁରୀରେ ରୋଡ୍‌ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ବାଇଶି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri