ସମବାୟ ବ୍ୟାଙ୍କ ସଭାପତି ପଦବୀରୁ ହଟିଲେ ଟି ପ୍ରସାଦ ରାଓ ଦୋରା  

ଭୁବନେଶ୍ୱର,୧୨।୮: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ଓ ସଭାପତି ପଦବୀରୁ ବିଜେଡି ନେତା ଟି ପ୍ରସାଦରାଓ ଦୋରାଙ୍କୁ ହଟାଇ ଦିଆଯାଇଛି। ଏଥିସହିତ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିର ସଦସ୍ୟତା ଓ ପରିଚାଳନା କମିଟିର ସଭାପତି ପଦବୀକୁ ତତ୍କାଳ ପ୍ରଭାବରୁ ରଦ୍ଦ ଘୋଷଣା କରାଯାଇଛି ।  ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ପ୍ରଭୁକଲ୍ୟାଣ ପଟ୍ଟନାୟକ ଅଗଷ୍ଟ ୯ ତାରିଖରେ ଦୋରାଙ୍କୁ ଚିଠି ଲେଖି ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାରଙ୍କ ନିର୍ଦ୍ଦେଶ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଅବଗତ କରାଇଛନ୍ତି।
୨୦୨୪ ଜୁଲାଇ ୩୧ରେ ସମବାୟ ରେଜିଷ୍ଟ୍ରାର ଦୋରା ସଭାପତି ଥିବା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିକୁ ତତ୍କାଳ ପ୍ରଭାବରୁ ନିଲମ୍ବିତ କରିଥିଲେ। ସେହିପରି ରାଜ୍ୟ ସମବାୟ ବିଭାଗ ସୂତ୍ରରୁ  ମିଳିଥିବା ସୂଚନା ଅନୁଯାୟୀ ଦୋରାଙ୍କ ବିରୋଧରେ ଅର୍ଥ ତୋଷାରପାତ ଅଭିଯୋଗର ପ୍ରମାଣ ମିଳି ସାରିଥିବାରୁ ସମ୍ପୃକ୍ତ ଅର୍ଥକୁ ତାଙ୍କଠୁ ଆଦାୟ ନିମନ୍ତେ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆବଶ୍ୟକ ପଡ଼ିଲେ ଏହି ଅର୍ଥ ତୋଷାରପାତ ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗକୁ ସୁପାରିସ କରାଯିବ । ଯେହେତୁ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ବୋର୍ଡକୁ ନିଲମ୍ବନ ସହ ଦୋରାଙ୍କୁ ଅଯୋଗ୍ୟ ଘୋଷଣା କରି ପଦବୀରୁ  ହଟାଯାଇଛି,  ତେଣୁ ‘ଆପେକ୍ସ ବ୍ୟାଙ୍କ ସଭାପତି’ ପଦ ପାଇଁ ଆଉଥରେ ନିର୍ବାଚନ  ହେବାର ସମ୍ଭାବନା ରହିଛି । ଏନେଇ ସରକାରଙ୍କ ସବୁଜ ସଙ୍କେତ ମିଳିବା ପରେ ନିର୍ବାଚନ  ପ୍ରକ୍ରିୟା ଆରମ୍ଭ ହେବ ।

Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ତାବିତ ନୂତନ ମଦ ଭାଟି ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅର୍ତଲ ପଞ୍ଚାୟତ କାନ୍ଦୁଲଝର ଗ୍ରାମରେ ଏକ ନୂତନ ମଦ ଭାଟି ଓ ଦୋକାନ ନିର୍ମାଣକୁ ନେଇ ଗ୍ରାମବାସୀଙ୍କ…

ଗଞ୍ଜାମରେ ବନ୍ୟା ବିପତ୍ତି: ଫର୍ମ ପୂରଣ ଫି’ ଛାଡ଼ ପାଇଁ ଛାତ୍ରଛାତ୍ରୀଙ୍କ ଦାବି, ଆନ୍ଦୋଳନ ଚେତାବନୀ

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତ ୨୮ ତାରିଖ ରାତିରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଛାତ୍ରଛାତ୍ରୀ, ଚାଷୀ, ବ୍ୟବସାୟୀଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକେ ଗୁରୁତର…

ଶାନ୍ତିପୁରକୁ ସ୍ବତନ୍ତ୍ର ୱାର୍ଡ ମାନ୍ୟତା ଦାବି ତେଜିଲା, ଜିଲାପାଳଙ୍କୁ ଜିଲାପରିଷଦ ଉପାଧ୍ୟକ୍ଷାଙ୍କ ଦାବିପତ୍ର ପ୍ରଦାନ

ଭବାନୀପାଟଣା,୫ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ପଞ୍ଚାୟତର ଶାନ୍ତିପୁର ରାଜସ୍ବ ଗ୍ରାମ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ୱାର୍ଡ ମାନ୍ୟତା ପାଇପାରିନାହିଁ।…

ମୁଣ୍ଡ କାଟି ଚାଷ ଜମିରେ ଫିଙ୍ଗିଦେଲେ ଦୁର୍ବୃତ୍ତ: କୋକସରାରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ

କୋକସରା,୫ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଲଡ଼ୁଗାଁ-ସୁପାଡ଼ ରାସ୍ତା ପାର୍ଶ୍ୱରେ ଥିବା ଏକ ଚାଷ ଜମିରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ବୀଭତ୍ସ…

ହିନ୍ଦୀ ଶିକ୍ଷକ ରାଜେଶ ପାଇବେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମାଲକାନଗିରି,୫।୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ କୃଷୁୱାଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ରାଜେଶ କୁମାର ମେହେର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ତୃତୀୟ…

ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ବିଜୟ ହେଲେ ଭାରତୀୟ ବଂଶୋଦ୍ଭବ ଅମିଶ ଶାହା

ଓ୍ବାଶିଂଟନ,୫ା୧୧: ଭାରତୀୟ ବଂଶୋଦ୍ଭବ ୪୮ ବର୍ଷୀୟ ଡାକ୍ତର ଅମିଶ ଶାହା ଆରିଜୋନାର ପ୍ରଥମ କଂଗ୍ରେସ ନିର୍ବାଚନ ମଣ୍ଡଳୀରୁ ୟୁଏସ୍‌ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ନିର୍ବାଚନରେ ବିଜୟୀ ହୋଇଛନ୍ତି।…

ପୁଣି ଥରେ ଏସଆଇଆର୍‌ (SIR) ବିରୋଧରେ ଏକ ବଡ଼ ଘୋଷଣା କଲା ସିଜେପି (CJP)

ନୂଆଦିଲ୍ଲୀ,୫।୧୧: ‘କକରୋଚ ଜନତା ପାର୍ଟି’ (CJP) ନଭେମ୍ବର ୭ରେ କେରଳର କୋଚି ଠାରେ ଏକ ବଡ଼ ଧରଣର ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଘୋଷଣା କରିଛି। ଏହି…

OPSC ପକ୍ଷରୁ ୩୪୦ ASO ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ: ଏହି ଦିନରୁ ଆବେଦନ, ବୟସସୀମା ୨୧ରୁ…

ଭୁବନେଶ୍ୱର,୫ା୧୧: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ରାଜ୍ୟର ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି। ଗୃହ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?