ବିରୋଧୀଙ୍କ ସମାଲୋଚନାର ଜବାବ ଦେଲେ ବିଜେଡି ନେତା

ଭୁବନେଶ୍ୱର,୧୭ା୩(ଅନିଲ ଦାସ)ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପର୍କୀୟ ଅରିନ୍ଦମ ରାୟ ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ଭାଜପାରେ ଯୋଗଦେଇଥିଲେ। ଭାଜପାରେ ସାମିଲ ହେବା ପରେ ସେ ବିଜେଡିକୁ ସମାଲୋଚନା କରିଥିଲେ। ସାମାଜିକ ଗଣମାଧ୍ୟମରେ କେତେକ ୟୁଜର୍ସ ଓ ବିରୋଧୀ ନେତାମାନେ ପ୍ରଣବଙ୍କୁ ଟାର୍ଗେଟ କରିଥିଲେ। ଏହା ପରେ ପ୍ରଣବଙ୍କୁ ସମର୍ଥନ ଜଣାଇ ବିଜେଡି ପକ୍ଷରୁ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ସୌଭିକ୍‌ ବିଶ୍ୱାଳ ଓ ଅନ୍ୟ କେତେକ ନେତା ସୋସିଆଲ ମିଡିଆ ‘ଏକ୍ସ’ରେ ପ୍ରଣବଙ୍କୁ ପ୍ରଶଂସା କରି ପୋଷ୍ଟ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଏମିତି ନେତା ପାଇଁ ବିଜେଡିର ପ୍ରତିଟି କର୍ମୀ ଗର୍ବିତ। ପ୍ରଣବ ପରିବାର ଅପେକ୍ଷା ଦଳର କର୍ମୀଙ୍କୁ ଅଧିକ ଗୁରୁତ୍ୱ ଦେଇଥାଆନ୍ତି। ସେ ଚାହିଁଥିଲେ ପରିବାରର ଏକାଧିକ ସଦସ୍ୟଙ୍କୁ ଟିକେଟ ବାଣ୍ଟିବାରେ କୌଣସି ସମସ୍ୟା ନ ଥିଲା। ଯାହାକୁ ପାରିଥାନ୍ତେ ତାକୁ ଟିକେଟ ଦେଇଥାନ୍ତେ। ହେଲେ ସେ ଜାଣିଥିଲେ, ରାଜନୀତିରେ ସେ ଯେଉଁ ଟ୍ରେଣ୍ଡ ତିଆରି କରିବେ, ତାହା ଦଳର ଅନେକ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଭାବିତ କରିବ। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ହିଁ ପାଥେୟ କରି ସେ କାର୍ଯ୍ୟ କରନ୍ତି। ଏହା ଆଜି ପ୍ରମାଣିତ।
ଯାଜପୁର ପୌରାଞ୍ଚଳ କାହିଁ କେତେ ଦଶନ୍ଧିରୁ ତାଙ୍କ ପାରିବାରିକ ନିୟନ୍ତ୍ରଣରେ ଥିଲା, ତାକୁ ପଛରେ ଛାଡ଼ି ଦେଇଥିଲେ ବବି ଭାଇ। କାରଣ ସେ ଟ୍ରେଣ୍ଡ ସେଟ୍‌ କରୁଥିଲେ, ଗୋଟିଏ ପରିବାର ଗୋଟିଏ ଟିକେଟ। ସେ ଉଦାହରଣ ସୃଷ୍ଟି କରୁଥିଲେ, ପରିବାର ପଛ, ପାର୍ଟି ଆଗ। ସେ ବାର୍ତ୍ତା ଦେଉଥିଲେ, ନବୀନ ପଟ୍ଟନାୟକ ଯାହା କହିବେ ତାହା ଚୂଡ଼ାନ୍ତ।
ରାଜନୈତିକ ଘଟଣାକ୍ରମରେ ଯେଉଁ ସନ୍ଦେଶ ଆସିଛି, ତାହା ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଦଳୀୟ ପ୍ରେମ ଏବଂ ନବୀନ ପ୍ରେମରେ ଉଦ୍‌ବୁଦ୍ଧ କରିବ । ଦଳ ସର୍ବମାନ୍ୟ, ନବୀନ ସର୍ବମାନ୍ୟ । ପ୍ରତିଟି କର୍ମୀ ନିଜ ଆଉ ନିଜ ପରିବାରର ସ୍ବାର୍ଥ କଥା ଛାଡ଼ି ରାଜ୍ୟ ଏବଂ ଦଳୀୟ ସ୍ବାର୍ଥରେ କାର୍ଯ୍ୟ କରିବାର ଯେଉଁ ବାର୍ତ୍ତା ଆମ ପ୍ରିୟ ସାଙ୍ଗଠନିକ ସମ୍ପାଦକ ଦେଇଛନ୍ତି, ସେଇ ଅନୁସାରେ କାର୍ଯ୍ୟ କରିବା ନେଇ ଉପରୋକ୍ତ ନେତାମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୩।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri