କୋରେଇ ପାଇଁ ଚିନ୍ତାରେ ବିଜେଡି

ଯାଜପୁର ଅଫିସ,୧ା୪: ଯାଜପୁର ଜିଲାର କୋରେଇ ନିର୍ବାଚନ ମଣ୍ଡଳୀରେ ୨୦୦୦ ମସିହା ପରେ କେହି ଜଣେ ନେତା ତିଷ୍ଠି ପାରିନାହାନ୍ତି। ଏବେ ପୁଣି ବାହାର ଅଞ୍ଚଳ ନେତାଙ୍କ ନଜର ଏହି ନିର୍ବାଚନ ମଣ୍ଡଳୀ ଉପରେ ପଡ଼ିିଛି। ୨୦୦୦ ପୂର୍ବରୁ ଏଠାରେ ଅଶୋକ ଦାସ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପରବର୍ତ୍ତୀ ସମୟ ହୋଇଆସିଥିବା ନିର୍ବାଚନଗୁଡ଼ିକରେ ନୂଅଁା ମୁହଁ ଜିତି ଆସିଛନ୍ତି। ଏବେ ବିଜେଡି ନେତା ଅଶୋକ ବଳ ବିଧାୟକ ଅଛନ୍ତି। ତେବେ ତାଙ୍କ ନେତୃତ୍ୱକୁ ଦୁର୍ବଳ ମନେକରି ଅନ୍ୟ ନିର୍ବାଚନ ମଣ୍ଡଳୀର ନେତାମାନେ କୋରେଇ ଉପରେ ଆଗ୍ରହ ଦେଖାଉଥିବା ଚର୍ଚ୍ଚା ହେଉଛି।
ପରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହିକ୍ରମରେ ଯାଜପୁର ଜିଲାର କୋରେଇ ନିର୍ବାଚନ ମଣ୍ଡଳୀରେ ଆଧିପତ୍ୟ ବିସ୍ତାର ପାଇଁ ଯାଜପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ପ୍ରତିନିଧି ଭବପ୍ରସାଦ ଦାସ(ଲଲ) ବିଭିନ୍ନ ସମୟରେ କୋରେଇ ଗସ୍ତ କରି ଉନ୍ନୟନ କାର୍ଯ୍ୟର ତଦାରଖ କରୁଛନ୍ତି। ଏଠାରେ ବିଜେଡି ଫାଳଫାଳ ହୋଇଥିବାରୁ ନିଜର ଭୋଟମୁଣିକୁ ସୁରକ୍ଷା ଦେବାକୁ ଯାଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା କୁହାଯାଉଛି। ଅନ୍ୟପକ୍ଷେ ଆଗାମୀ ନିର୍ବାଚନରେ ଲଲଙ୍କୁ କୋରେଇର ପ୍ରତିନିଧି କରିବାର ସୁଯୋଗ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷେ ପୂର୍ବତନ ବିଧାୟକ ଆକାଶ ଦାସନାୟକ ମଧ୍ୟ କୋରେଇର ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ କୋରେଇ ପାଇଁ ପୁଣି ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ ସମ୍ଭାବନା ଦେଖାଦେଇଛି। ଜିଲାର ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୬ଟିରେ ପ୍ରାୟ ୨୩ ବର୍ଷ ଧରି ବିଜେଡି ଟିକେଟରେ ନେତା ପ୍ରତିନିଧିତ୍ୱ କରି ଆସୁଛନ୍ତି। ଏହି ନେତା ଓ ସେମାନଙ୍କ ଉତ୍ତରାଧିକାରୀ ଜିତି ଆସୁଛନ୍ତି। କିନ୍ତୁ କୋରେଇ ନିର୍ବାଚନ ମଣ୍ଡଳୀରେ ଭିନ୍ନ ସ୍ଥିତି। ଏଠାରେ ଗତ ୪ ନିର୍ବାଚନରେ ଶାସକ ଦଳ ବିଜେଡି ପ୍ରାର୍ଥୀ ବଦଳାଇବାରେ ରେକର୍ଡ ସୃଷ୍ଟି କରିଛି। ଏହାକୁ ଅନୁସରଣ କରି ଅନ୍ୟ ଦୁଇ ଜାତୀୟ ଦଳ ଭାଜପା ଓ କଂଗ୍ରେସ ମଧ୍ୟ ପ୍ରାର୍ଥୀ ବଦଳାଇବାରେ କୌଣସି ହେଳା କରିନାହିଁ। ତେବେ ୨୦୦୯ରେ ଭାଜପା ଓ ବିଜେଡି ମେଣ୍ଟ ଭାଙ୍ଗିବା ପରେ ବିଜେଡି ଯାହାକୁ ପ୍ରାର୍ଥୀ କରିଛି ସେ ବିଜୟୀ ହୋଇଛନ୍ତି। ଏହିକ୍ରମରେ ୨୦୦୯ରେ ପ୍ରୀତିରଞ୍ଜନ ଘଡେଇ, ୨୦୧୪ରେ ଆକାଶ ଦାସନାୟକ ଓ ୨୦୧୯ ନିର୍ବାଚନରେ ଅଶୋକ ବଳ ବିଜୟୀ ହୋଇଛନ୍ତି। ଜିଲାରେ ବିରୋଧୀ ଦଳର ପ୍ରଭାବ ଅତି ନଗଣ୍ୟ ହୋଇ ଆସିଥିବାରୁ ଜିଲାର ଉନ୍ନୟନ କାର୍ଯ୍ୟରେ ବ୍ୟାପକ ହରିଲୁଟ ହେଉଥିବା ଅଭିଯୋଗ ହୋଇଆସୁଛି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଭାଜପାର ବିଫଳତା ବିଜେଡି ନେତାଙ୍କୁ ବହୁ ବଳ ଦେଇଛି। ତେବେ ଏହି ୪ ବର୍ଷରେ କୋରେଇ ବିଧାୟକ ଅଶୋକ ବଳ ଦଳୀୟ ବହୁ ନେତା ଓ କର୍ମୀଙ୍କ ଅସନ୍ତୋଷର କାରଣ ହୋଇଛନ୍ତି। ଶତାଧିକ କର୍ମୀଙ୍କୁ କୌଣସି କାମ ମିଳୁ ନ ଥିବାରୁ ସେମାନେ ବିଜେଡି ପ୍ରତି ମୁହଁ ଫେରାଉଥିବା କୁହାଯାଉଛି। ଫଳରେ କୋରେଇରେ ଦଳୀୟ ପରିଚାଳନାକୁ ଦୃଷ୍ଟିରେ ରଖି ପୁଣି ନୂଆ ମୁହଁକୁ ସୁଯୋଗ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଗୋଟିଏ ପରିବାରରୁ ଏକାଧିକ ନେତୃତ୍ୱକୁ ବିଜେଡି ବିରୋଧ କରୁଥିବାରୁ କୋରେଇରେ ଲଲଙ୍କ ଭାଗ୍ୟ ଫିଟିବ କି ନାହିଁ ତାହା ସନ୍ଦେହରେ ରହିଛି। ଅନ୍ୟପକ୍ଷେ କୋରେଇ ନିର୍ବାଚନ ମଣ୍ଡଳୀରେ ବ୍ୟାସନଗର ରହିଛି। ଏହି ସହରବାସୀଙ୍କ ଭୋଟ ଉପରେ ପ୍ରାର୍ଥୀଙ୍କ ଭାଗ୍ୟ ଫିଟିଥାଏ। ତେବେ ସହରର ବିକାଶରେ ବିଜେଡି ସେତେଟା ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବାରୁ ସହରବାସୀ କ୍ଷୁବ୍ଧ ଥିବା ମନେହେଉଛି। ବିରୋଧୀ ଭାଜପା ଓ କଂଗ୍ରେସର କାର୍ଯ୍ୟ ମଧ୍ୟ ସନ୍ତୋଷଜନକ ନୁହେଁ। ତେଣୁ ବିଜେଡି କିଭଳି ନିଜର ଭୋଟମୁଣିକୁ ସାଇତି ରଖିବ ସେ ନେଇ ତପତ୍ର ହୋଇଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri