ଧର୍ମଶାଳାରେ ଭୁଷୁଡୁଛି ବିଜେଡି ଗଡ: ୧୦ ରେ ଭାଜପାର ମହାମିଶ୍ରଣ ପାଇଁ ସଜବାଜ

ଧର୍ମଶାଳା,୮।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେଡି ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଆଗକୁ ବିଜେଡି ଗଡ ଭୁଷୁଡି ଯିବ ବୋଲି ଆଲୋଚନା ଜୋର୍‌ ଧରିଛି। ନିର୍ବାଚନ ପରଠାରୁ ମିଶ୍ରଣ ପ୍ରକ୍ରିୟା ମାଧ୍ୟମରେ ବିଜେଡି କର୍ମୀମାନେ ଆସି ଭାଜପାରେ ସାମିଲ ହେଉଛନ୍ତି। ଆସନ୍ତା ୧୦ ତାରିଖ ଦିନ ଏକ ବଡ଼ ମିଶ୍ରଣ ପର୍ବ ପାଇଁ ପ୍ରସ୍ତୁତି ଜୋର୍‌ ସୋର ଚାଲିଛି। ନିର୍ବାଚନ ମାହୋଲ ପରି ପଞ୍ଚାୟତ ଓ ଗାଁ ଗାଁରେ କର୍ମୀମାନଙ୍କ ମଧ୍ୟରେ ଘନଘନ ବୈଠକ ଦେଖିବାକୁ ମିଳୁଛି। ଗତ ମାସରେ ୭୫ରୁ ଊଦ୍ଧର୍‌ବ ସରପଞ୍ଚ ଓ ସମିତି ସଭ୍ୟ ବିଜେଡି ଶିବିର ଛାଡ଼ି ବିଧାୟକ ହିମାଂଶୁ ସାହୁଙ୍କ ଶିବିରରେ ସାମିଲ ହେବା ପରେ ବ୍ଳକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ବାଧ୍ୟ ହୋଇ ଅନାସ୍ଥା ଭୋଟିଂ ପୂର୍ବରୁ ନିଜ ପଦବିରୁ ଇସ୍ତଫା ଦେଇଥିଲେ। ଦଳରେ ସାମିଲ ହୋଇ ଥିବା ଜନ ପ୍ରତିନିଧିଙ୍କ ସମର୍ଥକମାନେ ଆସନ୍ତା ୧୦ ତାରିଖ ରେ ମଧ୍ୟ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଶିବିରରେ ସାମିଲ ହେବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ୫୦ହଜାରରୁ ଊର୍ଦ୍ଧ୍ୱକର୍ମୀମାନଙ୍କୁ ନେଇ ସଭା ଆୟୋଜନ କରାଯିବ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତି ରହିବେ ବୋଲି ମଧ୍ୟ ସୂଚନା ମିଳିଛି। ଅନ୍ୟପଟେ ବିଜେଡି ଦଳର ବହୁ ଟାଣୁଆ ନେତା କର୍ମୀ , ସଭାପତି, ସରପଞ୍ଚ , ସମିତି ସଭ୍ୟ ମାନେ ମଧ୍ୟ ହିମାଂଶୁଙ୍କ ଶିବିରରେ ସାମିଲ ହେବେ ବୋଲି ବିଧାୟକ କହିଛନ୍ତି ଏବଂ ଧର୍ମଶାଳାରୁ ବିଜେଡି ଦଳ ସମ୍ପୂର୍ଣ୍ଣ ସଫା ହୋଇ ଯିବ ବୋଲି ଜୋରଦାର ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

୨ ଦିନ ପ୍ରବଳ ବର୍ଷିବ, ୪୦-ରୁ ୫୦ କିମି ବେଗରେ ବହିବ ପବନ: ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୭ା୩(ବନ୍ଦନା ସେଠୀ):ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ…

ମା’ ସମଲେଶ୍ୱରୀଙ୍କ ପୀଠରେ ଅପବିତ୍ର କାଯର୍ର୍‌ୟ: ଦୀପଘର ପଛପଟେ ଜମୁଥିଲା…

ସମ୍ବଲପୁର,୭ା୩(ପ୍ରମୋଦ ବହିଦାର):ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସର ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପ୍ରତୀକ…

ଓଡ଼ିଶାର ଏହି ୩ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କଲେ ଶାହା: ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର,୭ା୩(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଳମ୍ବିତ ସାରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ଶାହା ତାଙ୍କ ଗସ୍ତ କାଳରେ ବିଭିନ୍ନ ସରକାରୀ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ଭାରତ ବିପକ୍ଷ ଫାଇନାଲ ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ବିସ୍ଫୋରକ ବୟାନ, ବୁମ୍‌ରାଙ୍କୁ ନେଇ କହିଲେ ଆଶ୍ଚର୍ଯ୍ୟଜନକ କଥା

ନୂଆଦିଲ୍ଲୀ,୭।୩: ୨୦୨୬ ଟି୨୦ ବିଶ୍ୱକପ ଫାଇନାଲ ଏକ ରୋମାଞ୍ଚକର ମୁକାବିଲା ହେବାକୁ ଯାଉଛି। ସେମିଫାଇନାଲରେ ଏକ ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଟାଇଟଲଠାରୁ ମାତ୍ର ଗୋଟିଏ…

ଜଣ୍ଡିସ୍‌ରେ ୬ ସ୍କୁଲ ପିଲା ଆକ୍ରାନ୍ତ

ଖଇରା,୭।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ୍‌ ଝିଙ୍କିରିଆ ପଞ୍ଚାୟତ ଅଧୀନ ଅରଖପଦା ଗଁାରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ପ୍ରଥମେ ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬…

ବେକରେ ଧୋତି ବାନ୍ଧି ଝୁଲିପଡ଼ିଲେ ଜେଲ ଓ୍ବାର୍ଡର

ଭୁବନେଶ୍ୱର,୭ା୩(ତ୍ରିନାଥ ମହାନ୍ତି):ଝାରପଡ଼ା ଜେଲ ପରିସର ସରକାରୀ କ୍ୱାର୍ଟର୍ସରେ ଜଣେ ଜେଲ ଓ୍ବାର୍ଡର ବେକରେ ଧୋତି ବାନ୍ଧି ଫ୍ୟାନ୍‌ରେ ଝୁଲି ଆମତ୍ହତ୍ୟା କରିଛନ୍ତି। ମୃତ ଓ୍ବାର୍ଡର ଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri