ପାଟଣାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଦଳରେ ମିଶିଲେ ୧୩ କର୍ମୀ

ପାଟଣା, ୨୯।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ରବିବାର ଉଖୁଣ୍ଡାଠାରୁ ନିର୍ବାଚନମଣ୍ଡଳୀସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ବାରୀଆରେ ଶେଷ ହେବା ସହ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଛି । ପୂର୍ବତନ ବିଧାୟକ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ଉଖୁଣ୍ଡା ଶିବମନ୍ଦିରରୁ ଏକ ବିଶାଳ ପଟୁଆର ବାହାରି ବଜାର ପରିକ୍ରମା କରି ବିଭିନ୍ନ ଗ୍ରାମକୁ ଯାଇଥିଲା। ପଦଯାତ୍ରାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ହୋଇଥିବା ଜନକଲ୍ୟାଣକାରୀ ଯୋଜନା ଓ ଜନସେବାମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା।
ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବଡ଼ଡୁମୁରିଆ ପଞ୍ଚାୟତର ୧୩ ଜଣ କର୍ମୀ ଅନ୍ୟ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ବିଜେଡି ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ମାଳତୀ ନାଏକ, ପୂର୍ବତନ କେନ୍ଦୁଝର ଏମ୍‌ପି ମାଧବ ସର୍ଦ୍ଦାର, ବରିଷ୍ଠ ନେତା ସତ୍ୟବ୍ରତ ନାଏକ, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ନାଏକ, ବୁଦ୍ଧଦେବ ମହାକୁଡ଼, ରୁନୁ ମହାନ୍ତ, ସୌଭାଗ୍ୟ ମଞ୍ଜରୀ ନାଏକ, ଚମ୍ପାବତୀ ଟୁଡୁ, ସାହାରପଡ଼ା ବ୍ଲକ ବିଜେଡି ସଭାପତି ଦିଲ୍ଲୀପ ସାହୁ, ଝୁମ୍ପୁରା ବ୍ଲକ ସଭାପତି ଡମ୍ବରୁଧର ଦାସ, ପାଟଣା ବ୍ଲକ ପୂର୍ବତନ ଅଧ୍ୟକ୍ଷା ସୁକାନ୍ତି ନାଏକ, ତାରା ମହାକୁଡ଼ ଓ ସାହାରପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀ ଯୋଗଦେଇଥିଲେ।
ସେହିପରି ଜିଲା ସମ୍ପାଦକ ଶତୃଘ୍ନ ସିଂ, ଜିଲା ସାଧାରଣ ସମ୍ପାଦକ ବସନ୍ତ ମିଶ୍ର, ନିରଞ୍ଜନ ତ୍ରିପାଠୀ, ମହେନ୍ଦ୍ର ସାହୁ, ସାହାରପଡ଼ା ବ୍ଲକ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ କର୍ମୀ ଭିକାରୀ ମୁଣ୍ଡା, ଅଜୟ ପଟ୍ଟନାୟକ, ସୁଶାନ୍ତ କୁମାର ପ୍ରଧାନ, ଭାଗିରଥି ଦାଶ, କୁନା ଗିରି, ମୁନା ମହାନ୍ତ, ଅଯୋଧ୍ୟା ବେହେରା, ପରେଶ ବାରିକ, ଟୁନା ବାରିକ, ବୁଲୁ ପ୍ରଧାନ ଓ ଡମ୍ବରୁ ବାରିକଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

Share