ରାୟଗଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ

ରାୟଗଡ଼ା,୨୬।୧(ସ୍ବ.ପ୍ର.): ରାୟଗଡ଼ା ଜିଲାରେ ବିଜେଡି ଏବେ ଦୁଇ ଗୋଷ୍ଠୀରେ ପରିଣତ ହୋଇଛି। ଦଳର ଦୁଇ ଟାଣୁଆ ନେତାଙ୍କ ମଧ୍ୟରେ ବିବାଦ ଏଭଳି ପରିସ୍ଥିତି ସୃଷ୍ଟି କରିଥିବା ଆଲୋଚନା ହେଉଛି। ଜିଲାରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏନ୍‌. ଭାସ୍କର ରାଓଙ୍କ ପତିଆରା ରହିଥିବାବେଳେ ଜିଲାର କେତେଜଣ ନେତା ଏହି ପୁରୁଖା ନେତାଙ୍କୁ କୋଣଠେସା କରିବାକୁ ଯୋଜନା ଚଳାଇଥିବା ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଏଭଳି ସମୟରେ ରବିବାର ଚଇତି ମହୋତ୍ସବ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେବାକୁ ଆସି ମନ୍ତ୍ରୀ ପ୍ରମିଳା ମଲ୍ଲିକ ଭାସ୍କରଙ୍କୁ ତାଙ୍କ ରାୟଗଡ଼ା ସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି। ଏହାପରେ ମନ୍ତ୍ରୀ ମଲ୍ଲିକ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଫୋନ୍‌ରେ ଆଲୋଚନା କରି ଭାସ୍କରଙ୍କୁ ଭୁବନେଶ୍ୱର ଡକାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ଜିଲାରେ ଶୀତଦିନରେ ରାଜନୀତି ସରଗରମ ହୋଇଛି। ଆଗକୁ ଜିଲା ରାଜନୀତିରେ ବଡ଼ ପରିବର୍ତ୍ତନ ହେବା ସହ ଭାସ୍କରଙ୍କୁ ବଡ଼ ଦାୟିତ୍ୱ ମିଳିବା ସମ୍ଭାବନା ରହିଥିବା ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ସେହିପରି ଦଳୀୟ ଗୋଷ୍ଠୀ କନ୍ଦଳର ସମାଧାନ ପାଇଁ ମଧ୍ୟ ଆଲୋଚନା ହେବ ବୋଲି ଶୁଣିବାକୁ ମିଳୁଛି। ଏ ବିଷୟରେ ଭାସ୍କରଙ୍କୁ ପଚାରିବାରୁ ମନ୍ତ୍ରୀ ସୌଜନ୍ୟମୂଳକ ସାକ୍ଷାତ କରିଥିବା କହିଛନ୍ତି। ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ସନ୍ଧ୍ୟାରେ ଭାସ୍କରଙ୍କ ଘରକୁ ଯାଇ ସାକ୍ଷାତ କରିବା କାର୍ଯ୍ୟକ୍ରମ ଥିଲା। ହେଲେ ସମୟ ଅଭାବ ଯୋଗୁ ସେ ଯାଇପାରି ନ ଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ୧୯୯୭ରେ ବିଜେଡି ଗଠନ ପରେ ଭାସ୍କରଙ୍କ ଦକ୍ଷତା ବଳରେ ଦଳ ଅବିଭକ୍ତ କୋରାପୁଟ ଜିଲାରେ ପତିଆରା ବିସ୍ତାର କରିଥିଲା। ଏବେ ଭାସ୍କରଙ୍କ ପତିଆରା କମାଇବା ପାଇଁ ଭିତିରିଆ ଯୋଜନା ଚାଲିଥିବା ନେଇ ଚର୍ଚ୍ଚା ହେଉଛି। ଏପରିକି ପୂର୍ବତନ ଏମ୍‌ପି ଝିନ୍ନ ହିକ୍‌କା ଓ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କୁ ମଧ୍ୟ ଅଣଦେଖା କରାଯାଉଥିବା ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଅନ୍ୟପକ୍ଷରେ ବିଜେଡିର ଗୋଷ୍ଠୀକନ୍ଦଳରୁ ଫାଇଦା ଉଠାଉଛନ୍ତି ବିରୋଧୀ କଂଗ୍ରେସ ଏବଂ ଭାଜପା। ଏମିତି ମଧ୍ୟ ଚର୍ଚ୍ଚା ହେଉଛି ଯେ, ୨୦୧୯ ନିର୍ବାଚନରେ ରାୟଗଡ଼ା ବିଧାନସଭା ଆସନ ଏବଂ କୋରାପୁଟ ଲୋକ ସଭା ଆସନରେ ବିଜେଡିକୁ ପରାଜିତ କରିବା ପାଇଁ କେତେଜଣ ଦଳୀୟ ନେତା ଯୋଜନା କରିଥିଲେ। ରାୟଗଡ଼ା ବିଧାନସଭା ଆସନରେ କେତେଜଣ ବିଜେଡି ନେତା ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କୁ ଭିତିରିଆ ସମର୍ଥନ କରି ଲାଲବିହାରୀ ହିମିରିକାଙ୍କୁ ପରାଜିତ କରାଇଥିବା ମଧ୍ୟ କୁହାଯାଉଛି। ସେହିଭଳି ଭାସ୍କରଙ୍କୁ ଅଣଦେଖା କରି ଜିଲାର ବିଷମକଟକ ଓ ଗୁଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ସ୍ବାଧୀନ ବିଧାୟକଙ୍କୁ ଆମନ୍ତ୍ରିତ କରାଯାଇଥିଲେ ମଧ୍ୟ ଜିଲାସ୍ତରୀୟ ନେତା ଭାସ୍କରଙ୍କୁ ଭୁଲି ଯାଇଥିଲେ। ଏ ନେଇ ଜିଲା ବିଜେଡି ସଭାପତି ସୁଧୀର ଦାଶଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ଏନ୍‌. ଭାସ୍କର ରାଓଙ୍କୁ ପଚାରିବାରୁ ସେ କହିଛନ୍ତି, ଦଳରେ କୌଣସି କନ୍ଦଳ ନାହିଁ। ନିର୍ବାଚନ ବେଳେ ଦିଆଯାଇଥିବା ଦାୟିତ୍ୱ ସମ୍ପାଦନ କରିବାରେ ସଫଳ ହୋଇଥିଲି। ତେବେ ଯେଉଁଠି ମୋର ଆବଶ୍ୟକ ପଡ଼େ ଡାକିଲେ ମୁଁ ଯାଏ ବୋଲି ଭାସ୍କର କହିଛନ୍ତି। ସେହିପରି ଜିଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକଙ୍କୁ ଏବିଷୟରେ ପଚାରିବାରୁ, ଦଳରେ କୌଣସି କନ୍ଦଳ ନାହିଁ ବୋଲି କହିଛନ୍ତି। ଦଳ ଦୃଢ଼ ଅଛି, ଦଳରେ ଜଣେ ନେତା ଆଉ ସମସ୍ତେ କର୍ମୀ। ଯଦି କୌଣସି ସମସ୍ୟା ରହିଥାଏ ତେବେ ଶୀଘ୍ର ସମାଧାନ ହୋଇଯିବ ବୋଲି ଅତନୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri