‘ସ୍ବତନ୍ତ୍ର ଫୋକସ ଷ୍ଟେଟ୍‌’ ମାନ୍ୟତା ଦାବି ଉଠାଇଲା ବିଜେଡି

ଭୁବନେଶ୍ୱର, ୭।୮(ବ୍ୟୁରୋ): ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ନେଇ ପାର୍ଲାମେଣ୍ଟରେ ଶୁକ୍ରବାର ବିଜେଡି ଦାବି ଉଠାଇଛି। ରାଜ୍ୟ ସଭାର ଶୂନ୍ୟକାଳରେ ବିଜେଡି ଏମ୍‌ପି ତଥା ମୁଖପାତ୍ର ସସ୍ମିତ ପାତ୍ର ପ୍ରଭାବୀ ଢ଼ଙ୍ଗରେ ଏହି ପ୍ରସଙ୍ଗ ଉପସ୍ଥାପନ କରି କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାର ପୂରୁଣା ଦାବିକୁ ଦୋହରାଇଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଫୋରମ୍‌ରେ ଓଡ଼ିଶାର ଏହି ନାଯ୍ୟ ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଉପସ୍ଥାପିତ କରିଥିବା ମଧ୍ୟ ସେ ମନେ ପକାଇ ଦେଇଛନ୍ତି। ସସ୍ମିତ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ବିକାଶ ଦିଗରେ ଗତି କରୁଛି। ହେଲେ ଏହି ପ୍ରଗତିରେ ପ୍ରାକୃତିକ ଦୁର୍ବିପାକ ବାଧକ ସାଜୁଛି। ନିୟମିତ ବ୍ୟବଧାନରେ ରାଜ୍ୟ ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛି। ବାତ୍ୟା ଓ ବନ୍ୟା ରାଜ୍ୟର ଅର୍ଥନୀତିକୁ ବିଗାଡ଼ି ଦେଉଛି। ପ୍ରାକୃତିକ ଦୁର୍ବିପାକ ଭରା ଓଡ଼ିଶାର ଅର୍ଥନୀତି ଅଣ୍ଟା ସଳଖି ଆଗକୁ ବଢ଼ିବା ପାଇଁ ସ୍ବତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା ନିହାତି ଜରୁରୀ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ସ୍ବତନ୍ତ୍ର ଫୋକସ୍‌ ରାଜ୍ୟ ଭାବେ କେନ୍ଦ୍ରୀୟ ଯୋଜନାରେ ଖର୍ଚ୍ଚ ହେଉଥିବା କେନ୍ଦ୍ର-ରାଜ୍ୟ ଅର୍ଥ ଭାଗର ଆନୁପାତିକ ହାର ବଦଳିବା ଆବଶ୍ୟକ। ପ୍ରାକୃତିକ ବିପର୍ଯ୍ୟୟର ୩ ବର୍ଷ ପର୍ଯ୍ୟନ୍ତ ଏହା ୬୦:୪୦ରୁ ବଦଳି ୯୦:୧୦ ଅନୁପାତ ରହୁ। ଏହି ୩ ବର୍ଷ କେନ୍ଦ୍ର ସରକାର ୯୦% ପାଣ୍ଠି ବହନ କରନ୍ତୁ ବୋଲି ସେ ଦାବି କରିଛନ୍ତି। ବର୍ତ୍ତମାନ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାରଙ୍କୁ ୬୦% ଏବଂ ରାଜ୍ୟ ସରକାରଙ୍କୁ ୪୦% ପାଣ୍ଠି ଦେବାର ନିୟମ ରହିଛି। ବାସ୍ତବରେ ଯୋଜନା କାର୍ଯ୍ୟାନ୍ବୟନ ପାଇଁ ରାଜ୍ୟ ସରକାରଙ୍କ ପ୍ରଶାସନିକ ବ୍ୟୟକୁ ମିଶାଇଲେ କେନ୍ଦ୍ର ଓ ରାଜ୍ୟ ପାଣ୍ଠି ଅନୁପାତ ୫୦:୫୦ ରହୁଛି। ତେଣୁ ପ୍ରାକୃତିକ ବିପର୍ଯ୍ୟୟର ୩ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରୀୟ ଯୋଜନାରେ ରାଜ୍ୟର ଖର୍ଚ୍ଚ ଭାଗ ୧୦% ରଖାଗଲେ ଏହି ବଳକା ଅର୍ଥ ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମି ଓ ପୁନଃନିର୍ମାଣ କାର୍ଯ୍ୟରେ ଲଗାଯାଇପାରିବ ବୋଲି ସସ୍ମିତ ଦର୍ଶାଇଛନ୍ତି। ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। କେବିକେ ଅଞ୍ଚଳର ସମସ୍ୟା ନେଇ ମଧ୍ୟ ସସ୍ମିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?