ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ ଜନତା ଦଳ (ବିଜେଡି) ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର କାଶୀନଗରଠାରେ ଦଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଜେଡି ଜିଲା ସଭାପତି ପ୍ରଦୀପ ନାୟକ ଓ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତାମାନେ ଏହି ବୈଠକରେ ଯୋଗଦେଇ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରଭାବିତ ଜମି ମାଲିକ ଓ ସ୍ଥାନୀୟ ପରିବାରଗୁଡ଼ିକ ସହ ଆବଶ୍ୟକ ଆଲୋଚନା ନକରି ଏହି ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଅନୁଚିତ ବୋଲି ନେତୃବୃନ୍ଦ ମତପୋଷଣ କରିଥିଲେ।

ଦଳ ପକ୍ଷରୁ ଦାବି କରାଯାଇଛି ଯେ, ପ୍ରଭାବିତ ପରିବାରଗୁଡ଼ିକୁ ଉଚିତ କ୍ଷତିପୂରଣ ପ୍ରଦାନ ସହ ତାଙ୍କର ପୁନର୍ବାସ ଓ ଜୀବିକାର ସୁରକ୍ଷା ନିଶ୍ଚିତ କରାଯାଉ। ଜମି ହରାଇବା ପରେ ଏହି ପରିବାରଗୁଡ଼ିକର ଭବିଷ୍ୟତ କ’ଣ ହେବ, ସେ ନେଇ ସରକାର ସ୍ପଷ୍ଟ ନୀତି ଆପଣାଇବା ଆବଶ୍ୟକ।

ବୈଠକରେ ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ, “ବିଜେଡି ସବୁବେଳେ ଜନସାଧାରଣଙ୍କ ସହ ରହିଛି ଏବଂ ଆଗକୁ ମଧ୍ୟ ରହିବ। ଲୋକଙ୍କ ସ୍ୱାର୍ଥ ଓ ଅଧିକାର ସୁରକ୍ଷା ପାଇଁ ଦଳ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ନେବ।” ବିକାଶ ନାଁରେ ସ୍ଥାନୀୟ ଲୋକଙ୍କ ଜୀବିକା ଓ ସ୍ୱାର୍ଥକୁ ଅଣଦେଖା କରାଯିବା ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ ପ୍ରକାଶ କ

Dharitri – Odisha’s No.1 Odia Daily

Share