ବଦଳିପାରେ ନିମାପଡ଼ା ବିଜେଡି ସମୀକରଣ

ନିମାପଡ଼ା,୫।୪(ରଞ୍ଜନ ପଟ୍ଟନାୟକ):ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରମୁଖ ୩ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରୁ କେବଳ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ପ୍ରଭାତୀ ପରିଡ଼ା ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ଚାଲିଛି। ଭାଜପା ଟିକେଟ ନ ପାଇବାରୁ ଦିଲୀପ ନାୟକ ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ଯୋଗଦାନ ପରେ ବିଜେଡି ସମୀକରଣ ବଦଳିବା ନେଇ ଆଲୋଚନା ହେଲାଣି।
ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର, ସୁବ୍ରତ ଛାଟୋଇ, ଜିତେନ୍ଦ୍ର ମହାନ୍ତି ଟିକେଟ ଲବିରେ ଥିବା ବେଳେ ଦିଲୀପ ନୂଆ ଭାବେ ଆଶାୟୀ ତାଲିକାରେ ଯୋଡ଼ି ହୋଇଛନ୍ତି। ପୁଣି କୁହାଯାଉଛି, ବିଜେଡି ଏହି ଆସନରେ ମହିଳାଙ୍କୁ ଗୁରୁତ୍ୱ ଦେଇପାରେ। ସୁଶ୍ରୀ ରୋଜାଲିନ ନାୟକ, ନିମାପଡ଼ା ଏନ୍‌ଏସି ଅଧ୍ୟକ୍ଷା ସସ୍ମିତା ସାହୁ ଏବଂ ୬ଥର ଜିଲା ପରିଷଦ ଜିତିଥିବା କୁଞ୍ଜଲତା ସାମଲ ପ୍ରମୁଖ ଦାବିଦାର ରହିଛନ୍ତି। ତେବେ ୨୦୦୯ରୁ କ୍ରମାଗତ ସମୀର ଦାଶ ଜିତି ଚାଲିଛନ୍ତି। ୨୦୦୯ରେ କଂଗ୍ରେସରୁ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ ସତ୍ୟବ୍ରତ ପାତ୍ର ଓ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରତିଦ୍ବନ୍ଦ୍ୱିତା କରି ତୃତୀୟ ସ୍ଥାନରେ ରହିଥିଲେ ଦିଲୀପ l ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦିଲୀପ କଂଗ୍ରେସ ଛାଡି ପଦ୍ମ ଧରିଥିଲେ। ଏବେ ଟିକେଟ ପ୍ରତିଶ୍ରୁତି ପାଇବା ପରେ ଦିଲୀପ ବିଜେଡିରେ ଯୋଗଦେଇଛନ୍ତି ବୋଲି ତାଙ୍କ ସମର୍ଥକମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ପୂର୍ବରୁ ହାତ ଛାଡି ଶଙ୍ଖ ଧରିଥିଲେ ସତ୍ୟବ୍ରତ। ସିଏ ରାଜନୀତିରେ ଜଣେ ପୋଖତ ଖେଳୁଆଡ଼। ଏଥର ଦଳୀୟ ଟିକେଟ ଆଶାରେ ସେ ଅଛନ୍ତି। ୨୦୧୯ ଶିକ୍ଷାବିତ୍‌ରୁ ପ୍ରତ୍ୟକ୍ଷ ରାଜନୀତିରେ ରୁଚି ରଖିଥିବା ସୁବ୍ରତ ଛାଟୋଇ ଏବେ ନିମାପଡ଼ାରେ ବିଜେଡି ମଙ୍ଗ ଧରିବା ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି। ବର୍ଷେ ତଳୁ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ସେ। ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ନିଜକୁ ସାମିଲ କରି ଜନସମର୍ଥନ ହାସଲ କରିଚାଲିଛନ୍ତି। ସେହିଭଳି କର୍ପୋରେଟର କ୍ଷେତ୍ରରୁ ରାଜନୀତିରେ ପାଦ ରଖିଥିବା ଜିତେନ୍ଦ୍ର ମହାନ୍ତି ଦଳୀୟ ଟିକେଟ ଲବିରେ ପ୍ରମୁଖ ଦାବିଦାର ରହିଛନ୍ତି।
ସୁଶ୍ରୀ ରୋଜାଲିନ ନାୟକ ପାଇଲଟ ଭାବେ ପ୍ରଶିକ୍ଷଣ ନେବା ପରେ ସିଧାସଳଖ ରାଜନୀତି ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ସେହିପରି ନିମାପଡା ନଗରପାଳ ସସ୍ମିତା ସାହୁ ଦଳୀୟ ଟିକେଟ ଦୌଡ଼ରେ ନିଜକୁ ସାମିଲ କରିଛନ୍ତି ଓ ଭୁବନେଶ୍ୱରରେ ରହି ରାଜ୍ୟ ନେତୃତ୍ୱଙ୍କ ସହିତ ସେ ଯୋଗାଯୋଗରେ ଥିବା କୁହାଯାଉଛି। ଛଅ ଥର ଜିଲା ପରିଷଦ ଭାବେ ଶଙ୍ଖ ଚିହ୍ନରୁ ଜିତି ରେକର୍ଡ ସୃଷ୍ଟି କରିଛନ୍ତି କୁଞ୍ଜଲତା ସାମଲ। ତାଙ୍କର ମଧ୍ୟ ବିଜେଡି ଟପ୍‌ ନେତାଙ୍କ ସହ ଭଲ ଯୋଗାଯୋଗ ରହିଛି ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଦଳ କାହାକୁ ଟିକେଟ ଦେବ ସେନେଇ ବିଜେଡି ଶୀର୍ଷ ନେତୃତ୍ୱ ଦ୍ବନ୍ଦ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri