ପରାଜୟ ଜାଣି ବିଜେଡି ଅଧିକ ଟଙ୍କା ବାଣ୍ଟୁଛି: ଭାଜପାର ଗୁରୁତର ଅଭିଯୋଗ

ଭୁବନେଶ୍ୱର, ୨୮।୫(ବ୍ୟୁରୋ):ଚଳିତ ନିର୍ବାଚନର ୩ୟ ପର୍ଯ୍ୟାୟ ଶେଷ ପରେ ବିଭିନ୍ନ ସଂସ୍ଥାର ଆକଳନ ଭାଜପା ସପକ୍ଷରେ ଯାଉଥିବା ଜାଣିପାରି ଶାସକ ବିଜେଡି ୪ର୍ଥ ପର୍ଯ୍ୟାୟ ନିର୍ବାଚନକୁ ନିଜ ସପକ୍ଷରେ ଆଣିବା ପାଇଁ ସବୁ ପ୍ରକାର କଳବଳ କୌଶଳ ପ୍ରୟୋଗ କରୁଛି। କିନ୍ତୁ ଓଡ଼ିଶାର ଜନତା ମନସ୍ଥ କରିଛନ୍ତି ରାଜ୍ୟରେ ଭାଜପା ସରକାର ଗଠନ କରିବେ। ବିଜେଡି ୨୫ ବର୍ଷ ଶାସନରେ କ’ଣ କରିଛି ତାହା ଉପରେ ଭାଜପା ପ୍ରଶ୍ନ କରିବା ପରେ ଶାସକ ଦଳ ବ୍ୟତିବ୍ୟସ୍ତ ହୋଇଛି। ରାଜ୍ୟବାସୀଙ୍କୁ ଉତ୍ତର ଦେବା ପରିବର୍ତ୍ତେ କିଛି ସରକାରୀ କର୍ମଚାରୀଙ୍କୁ ଲଗାଇ ଟଙ୍କା ବାଣ୍ଟିବା ଆରମ୍ଭ କରିଥିବା ଭାଜପା ଅଭିଯୋଗ କରିଛି। ଏନେଇ ଭାଜପାର ଏକ ପ୍ରତିନିଧିମଣ୍ଡଳୀ ସୋମବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛିି ଯେ, ପୂର୍ବ ନିର୍ବାଚନଗୁଡ଼ିକରେ ଅଭ୍ୟାସଗତ ଭାବେ ଟଙ୍କା ବାଣ୍ଟି ଆସୁଥିବା ବିଜେଡି ଏଥର ପରାଜୟ ସୁନିଶ୍ଚିତ ଜାଣି ଅଧିକ ମାତ୍ରାରେ ଟଙ୍କା ବାଣ୍ଟୁଛି। ଯାଜପୁର ଜିଲା କୋରେଇ ବ୍ଲକ କରଦା ପଞ୍ଚାୟତ ରାଣୀଗୋଡା ଗଁାର ସିଆର୍‌ପି ବାସନ୍ତୀ ଓଝା ବିଜେଡି କର୍ମୀ ଭଳି କାର୍ଯ୍ୟ କରୁଛନ୍ତି। ଓଝା କେତେକ ଗଁାରେ ବୈଠକ କରି ଲୋକଙ୍କୁ ଟଙ୍କା ବାଣ୍ଟି ବିଜେଡିକୁ ଭୋଟ ଦେବାକୁ ପ୍ରବର୍ତ୍ତାଉଛନ୍ତି। ଏହାଦ୍ୱାରା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ହେଉଥିଲେ ମଧ୍ୟ ଓଝାଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ସିଆର୍‌ପି ପଦରୁ ବହିଷ୍କାର ଓ ଗିରଫ କରାଯାଉ ବୋଲି ଭାଜପା ପ୍ରତିନିଧିମଣ୍ଡଳୀ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri