ଗଞ୍ଜାମ,୬।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପୂର୍ବତନ ବ୍ଲକ ଅଧକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୁଧୀର ବିଶ୍ୱାଳଙ୍କ ଗତ ଶୁକ୍ରବାର ଦିନ ଦେହାନ୍ତ ହୋଇଥିଲା । ଶନିବାର ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ମୃତ ପୂର୍ବତନ ବ୍ଲକ ଅଧକ୍ଷଙ୍କ ବାସଭବନ ଯାଇ ତାଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ପ୍ରତିନିଧି ଦଳରେ ଜିଲା ପରିଷଦ ସଭ୍ୟ ସନାତନ ବେହେରା, ବ୍ଲକ ଉପାଧ୍ୟାକ୍ଷ ଅନ୍ତର୍ଯ୍ୟାମୀ ବେହେରା, ବିଜେଡି ବ୍ଲକ ସଭାପତି ରଞ୍ଜନ ପଲାଇ, ପୂର୍ବତନ ସମିତି ସଭ୍ୟ, ବରିଷ୍ଠ ନେତା ରଞ୍ଜିତ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ ।
କଂଗ୍ରେସ ନେତା ତଥା ପୂର୍ବତନ ବ୍ଲକ ଅଧକ୍ଷ ଦଳ ଗତ ନିର୍ବିଶେଷରେ ସମସ୍ତଙ୍କ ପ୍ରିୟ ନେତା ଥିଲେ ବୋଲି ପୂର୍ବତନ ବିଧାୟକ ବେହେରା ସୂଚନା ଦେଇଛନ୍ତି । ମୃତ ବିଶ୍ୱାଳ କଂଗ୍ରେସର ଦଳୀୟ ପଦ ପଦବୀରେ ରହି ୧୯୯୯ରୁ ୨୦୦୨ ପର୍ଯ୍ୟନ୍ତ ଗଞ୍ଜାମ ପଂଚାୟତ ସମିତିର ଅଧ୍ୟକ୍ଷ ଭାବେ ରହିଥିଲେ । ବିଜେଡି ପ୍ରତିନିଧି ଦଳ ଭେଟିବା ବେଳେ ପୁଅ, ଝିଅ ସହ ବଡ଼ ଭାଇ ସୁନୀଲ ବିଶ୍ୱାଳ, ସାନ ଭାଇ ସୁଶାନ୍ତ ବିଶ୍ୱାଳ ଉପସ୍ଥିତ ଥିଲେ ।