ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ ହେଉଛି। ବିଜେଡିରୁ ରମେଶ ଚନ୍ଦ୍ର ବେହେରା, କଂଗ୍ରେସରୁ ନକୁଳ ନାଏକ ଏବଂ ଭାଜପାରୁ ରାଘବ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି। ଏଠାରେ ବିଜେଡି ଏବଂ ଭାଜପା ଅପେକ୍ଷା କଂଗ୍ରେସ ପ୍ରାର୍ଥୀ ଦେବାରେ ବିଳମ୍ବ କରିଛିି। ଦଶପଲ୍ଲା ବ୍ଳକ ଏବଂ ଏନ୍‌ଏସି, ଗଣିଆ ଓ ନୂଆଗଁା ବ୍ଳକକୁ ନେଇ ଦଶପଲ୍ଲା ନିର୍ବାଚନମଣ୍ଡଳୀ ଗଠିତ। ଦଶପଲ୍ଲା ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିଲେ ମଧ୍ୟ ଏଠାରେ ଆଦିବାସୀଙ୍କ ସଂଖ୍ୟା କିଛି କମ୍‌ ନାହିଁ। ଏବେ ବି ନିର୍ବାଚନମଣ୍ଡଳୀର ଅନେକ ଗଁାକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରୁନାହିଁ। ଏଣୁ ଗୁରୁତର ରୋଗୀ ଦୋଳା, ଖଟିଆରେ ବୁହା ହୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ଏଠାରେ ବିଜେଡିର ରମେଶ ଚନ୍ଦ୍ର ବେହେରା ବିଧାୟକ ଅଛନ୍ତି। ରମେଶ ୨୦୧୯ରେ ନିର୍ବାଚିତ ହେବା ପରେ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗିରହିଛି। ବିଭିନ୍ନ ସମୟରେ ଦଳର ଅସନ୍ତୁଷ୍ଟ ନେତାମାନେ ସଭାସମିତି କରି ବିଧାୟକଙ୍କୁ ଅଡୁଆରେ ପକାଇଛନ୍ତି। ଚଳିତ ନିର୍ବାଚନରେ ରମେଶଙ୍କ ପ୍ରାର୍ଥିତ୍ୱକୁ ନେଇ ବିରୋଧାଭାସ ଦେଖାଦେଇଥିଲେ ହେଁ ଦଳ ପକ୍ଷରୁ ତାଙ୍କୁ ପୁଣି ପ୍ରାର୍ଥୀ କରାଯିବା ପରେ ବିରୋଧ ଥମିଯାଇଛି। କିନ୍ତୁ ଅନ୍ତର୍ଦ୍ୱନ୍ଦ୍ୱ ଦୂର ହୋଇପାରିନାହିଁ। ଏହା ରମେଶଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀ ଏହାର ଫାଇଦା ନେଇପାରିଲେ ନିର୍ବାଚନ ଫଳାଫଳ ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି। ତେବେ ଭାଜପା ନୂଆ ଚେହେରା ଭାବେ ରାଘବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ସେ ନୂଆ ହେଲେ ମଧ୍ୟ ପ୍ରାୟ ୮ ବର୍ଷ ହେଲା ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ଭାଜପାର ସଙ୍ଗଠନ କାର୍ଯ୍ୟ କରିଆସୁଛନ୍ତି ।
ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ କନ୍ଧମାଳର ପୂର୍ବତନ ଏମ୍‌ପି ନକୁଳ ନାଏକଙ୍କୁ ପ୍ରାର୍ଥୀ କରାଯାଇଛି। ସେ ଅଭିଜ୍ଞ ହୋଇଥିଲେ ମଧ୍ୟ ସ୍ବଳ୍ପଦିନରେ ଦଳୟ ସଙ୍ଗଠନକୁ ସକ୍ରିୟ କରି ଭୋଟରଙ୍କ ପ୍ରିୟଭାଜନ ହୋଇପାରୁଛନ୍ତି କି ନାହିଁ ତାହା ଜୁନ୍‌ ୪ ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ। କନ୍ଧମାଳ ଲୋକ ସଭା ଆସନ ଅଧୀନରେ ଆସୁଥିବା ଦଶପଲ୍ଲା ବିଧାନସଭା ଆସନରେ ମେ’ ମାସ ୨୦ ତାରିଖରେ ଭୋଟଗ୍ରହଣ ହେବ। ହେଲେ ଏଯାଏ ପ୍ରଚାର ଜୋର ଧରିନାହିଁ। ବିଜେଡି ପ୍ରାର୍ଥୀ ରମେଶ ବେହେରା ଦଶପଲ୍ଲା ସହର ଓ ବ୍ଲକରେ ପ୍ରଚାର କରୁଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଗଣିଆ ଓ ନୂଆଗଁା ବ୍ଳକ ଅଞ୍ଚଳରେ କୌଣସି ପ୍ରାର୍ଥୀଙ୍କୁ ଦେଖିବାକୁ ମିଳୁନାହିଁ।
ସୂଚନାଥାଉ କି, ୨୦୧୪ରେ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ୨୦୧୯ରେ ଦଳ ପ୍ରାର୍ଥୀ କରି ନ ଥିଲା। ଫଳରେ ପୂର୍ଣ୍ଣଚନ୍ଦ୍ର ବିଜେଡି ଛାଡ଼ି ଭାଜପାରେ ଯୋଗଦେଇ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ୩୯,୭୧୫ (୩୧%) ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ରମେଶ ୭୫,୦୦୬(୫୮%) ଭୋଟ ପାଇଥିଲେ। କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ କୁମାର ନାଏକ ୭,୯୪୯(୬%) ଭୋଟ ପାଇଥିଲେ। ଚଳିତ ନିର୍ବାଚନରେ ଭାଜପା ପୂର୍ଣ୍ଣଚନ୍ଦ୍ରଙ୍କ ଉପରେ ଭରସା ନ କରି ଶିକ୍ଷକ ନେତା ରାଘବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri