ଖଇରା,୩୧।୧(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ବାଲେଶ୍ୱର ଜିଲା ଖଇରା ବ୍ଲକର ୪ଟି ଜୋନରେ ଉଷ୍ମତା ସେତେ ବଢ଼ିବା ସହ ସମୀକରଣ ମଧ୍ୟ ବଦଳିବାରେ ଲାଗିଛି। ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ୩ନଂ. ଜୋନରେ ୪ଜଣ, ୪ନଂ ଜୋନରେ ୫ଜଣ, ୫ନଂ. ଜୋନରେ ୪ଜଣ, ୬ନଂ ଜୋନରେ ୩ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମସ୍ତ ୪ଟି ଯାକ ଜୋନରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ୪ନଂ. ଜୋନରେ ସିପିଏମ୍, ୩ ଓ ୪ନଂ ଜୋନରେ ବିଏସ୍ପି, ୫ନଂ. ଜୋନରେ ଆପ ଦଳ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଛନ୍ତି। ମୋଟ ୧୮ଜଣ ସମିତି ସଭ୍ୟା/ସଭ୍ୟ ଓ ୨୯ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିବା ପରେ ୯୪ଜଣ ସମିତିସଭ୍ୟା/ସଭ୍ୟ ଓ ୯୭ଜଣ ସରପଞ୍ଚ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। କିଛି ପଞ୍ଚାୟତରେ ବିଦ୍ରୋହୀ କଣ୍ଟା ସାଜି ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ସମର୍ଥୀତ ପ୍ରାର୍ଥୀମାନଙ୍କ ବିଜୟରେ ବାଟ ଓଗାଳିଛନ୍ତି। ବିଜେଡି ନେତୃବୃନ୍ଦ ଡାଲଙ୍ଗ-୨, ସୁଣ୍ଢିରାଗଣ୍ଡିବେଡ ଭଳି କିଛି ପଞ୍ଚାୟତରେ ଅସନ୍ତୁଷ୍ଟଙ୍କୁ ମନାଇବାରେ ସଫଳ ହୋଇଥିଲେ ହେଁ ଡୁଙ୍ଗୁରା, ଗଡ଼ପୋଖରୀ, ମହତୀପୁର, ନୟାଖଣ୍ଡି ଭଳି ଆଉକିଛି ପଞ୍ଚାୟତରେ ବିଦ୍ରୋହୀଙ୍କ ଜିଦଖୋର ଆଚରଣ ବିଜେଡି ସମର୍ଥୀତ ପ୍ରାର୍ଥୀମାନଙ୍କୁ ଅଡୁଆରେ ପକାଇପାରେ। ପଳସା ପଞ୍ଚାୟତରେ ଅସନ୍ତୁଷ୍ଟ ବିଜେଡି କୁହାଯାଉଥିବା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ପୁନର୍ବାର ସମତି ସଭ୍ୟା ଭାବେ ଲଢୁଥିବା ବେଳେ ବିଜେଡି ମଧ୍ୟ ଜଣେ ଟାଣୁଆ ପ୍ରାର୍ଥୀଙ୍କୁ ଛିଡ଼ା କରାଇଥିବାରୁ ଫଳାଫଳ ପାଇଁ ସମଗ୍ର ଖଇରା ବ୍ଲକବାସୀ ଉତ୍ସୁକତାର ସହ ଚାହିଁ ବସିଛନ୍ତି। ସେହିଭଳି ମୁଖ୍ୟ ବିରୋଧି ଭାଜପାରେ ମଧ୍ୟ ବିଦ୍ରୋହ ଦେଖିବାକୁ ମିଳିଛି। ୪ନଂ. ଜୋନରେ ଆଶାୟୀଥିବା ଜଣେ ବରିଷ୍ଠ ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ସେ ତାଙ୍କ ସ୍ତ୍ରୀଙ୍କୁ ଗୋବିନ୍ଦପୁର ପଞ୍ଚାୟତରେ ସମିତିସଭ୍ୟା ଭାବେ ଛିଡ଼ା କରାଇଛନ୍ତି। ପ୍ରାର୍ଥତ୍ତ୍ୱ ଚୟନରେ ଅସନ୍ତୋଷ ପ୍ରକାଶ କରି ଏହି ଜୋନର ସମସ୍ତ ପୁରୁଖା ନେତା ନିରବ ରହିଛନ୍ତି ଏବଂ ସମସ୍ତ ବୈଠକକୁ ବର୍ଜନ କରୁଥିବା ଦେଖିବାକୁ ମିଳିଛି। ଯଦି ସେମାନଙ୍କୁ ମନାଇବାରେ ଭାଜପା ନେତୃବୃନ୍ଦ ବିଫଳ ହୁଅନ୍ତି ତେବେ ଏହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି କୁହାଯାଉଛି। କିଛି ପଞ୍ଚାୟତରେ ଅସନ୍ୁଷ୍ଟ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ଅଘୋଷିତ ମେଣ୍ଟ କରି ନିର୍ବାଚନ ଲଢୁଥିବା ଦେଖିବାକୁ ମିଳିଛି। ଦଳୀୟ ନେତା ଏବେ ବିଦ୍ରୋହୀଙ୍କ ମାନଭଞ୍ଜନ ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଥିବାରୁ ଏଥିରେ ସଫଳ କି ବିଫଳ ହେବେ ଆଗାମୀ ଦିନରେ ଜଣାପଡ଼ିବ ା
ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ
ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…
ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ
ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…
ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…
ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…
ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……
ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…
ଖାଉଥିଲେ ପରିବାର ଲୋକେ: ହଠାତ୍ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…
ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍ ୬ଜଣ…
ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି
ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…
ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…
ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…
ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ
ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…
Archives

