ଖଇରା,୩୧।୧(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ବାଲେଶ୍ୱର ଜିଲା ଖଇରା ବ୍ଲକର ୪ଟି ଜୋନରେ ଉଷ୍ମତା ସେତେ ବଢ଼ିବା ସହ ସମୀକରଣ ମଧ୍ୟ ବଦଳିବାରେ ଲାଗିଛି। ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ୩ନଂ. ଜୋନରେ ୪ଜଣ, ୪ନଂ ଜୋନରେ ୫ଜଣ, ୫ନଂ. ଜୋନରେ ୪ଜଣ, ୬ନଂ ଜୋନରେ ୩ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମସ୍ତ ୪ଟି ଯାକ ଜୋନରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ୪ନଂ. ଜୋନରେ ସିପିଏମ୍, ୩ ଓ ୪ନଂ ଜୋନରେ ବିଏସ୍ପି, ୫ନଂ. ଜୋନରେ ଆପ ଦଳ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଛନ୍ତି। ମୋଟ ୧୮ଜଣ ସମିତି ସଭ୍ୟା/ସଭ୍ୟ ଓ ୨୯ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିବା ପରେ ୯୪ଜଣ ସମିତିସଭ୍ୟା/ସଭ୍ୟ ଓ ୯୭ଜଣ ସରପଞ୍ଚ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। କିଛି ପଞ୍ଚାୟତରେ ବିଦ୍ରୋହୀ କଣ୍ଟା ସାଜି ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ସମର୍ଥୀତ ପ୍ରାର୍ଥୀମାନଙ୍କ ବିଜୟରେ ବାଟ ଓଗାଳିଛନ୍ତି। ବିଜେଡି ନେତୃବୃନ୍ଦ ଡାଲଙ୍ଗ-୨, ସୁଣ୍ଢିରାଗଣ୍ଡିବେଡ ଭଳି କିଛି ପଞ୍ଚାୟତରେ ଅସନ୍ତୁଷ୍ଟଙ୍କୁ ମନାଇବାରେ ସଫଳ ହୋଇଥିଲେ ହେଁ ଡୁଙ୍ଗୁରା, ଗଡ଼ପୋଖରୀ, ମହତୀପୁର, ନୟାଖଣ୍ଡି ଭଳି ଆଉକିଛି ପଞ୍ଚାୟତରେ ବିଦ୍ରୋହୀଙ୍କ ଜିଦଖୋର ଆଚରଣ ବିଜେଡି ସମର୍ଥୀତ ପ୍ରାର୍ଥୀମାନଙ୍କୁ ଅଡୁଆରେ ପକାଇପାରେ। ପଳସା ପଞ୍ଚାୟତରେ ଅସନ୍ତୁଷ୍ଟ ବିଜେଡି କୁହାଯାଉଥିବା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ପୁନର୍ବାର ସମତି ସଭ୍ୟା ଭାବେ ଲଢୁଥିବା ବେଳେ ବିଜେଡି ମଧ୍ୟ ଜଣେ ଟାଣୁଆ ପ୍ରାର୍ଥୀଙ୍କୁ ଛିଡ଼ା କରାଇଥିବାରୁ ଫଳାଫଳ ପାଇଁ ସମଗ୍ର ଖଇରା ବ୍ଲକବାସୀ ଉତ୍ସୁକତାର ସହ ଚାହିଁ ବସିଛନ୍ତି। ସେହିଭଳି ମୁଖ୍ୟ ବିରୋଧି ଭାଜପାରେ ମଧ୍ୟ ବିଦ୍ରୋହ ଦେଖିବାକୁ ମିଳିଛି। ୪ନଂ. ଜୋନରେ ଆଶାୟୀଥିବା ଜଣେ ବରିଷ୍ଠ ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ସେ ତାଙ୍କ ସ୍ତ୍ରୀଙ୍କୁ ଗୋବିନ୍ଦପୁର ପଞ୍ଚାୟତରେ ସମିତିସଭ୍ୟା ଭାବେ ଛିଡ଼ା କରାଇଛନ୍ତି। ପ୍ରାର୍ଥତ୍ତ୍ୱ ଚୟନରେ ଅସନ୍ତୋଷ ପ୍ରକାଶ କରି ଏହି ଜୋନର ସମସ୍ତ ପୁରୁଖା ନେତା ନିରବ ରହିଛନ୍ତି ଏବଂ ସମସ୍ତ ବୈଠକକୁ ବର୍ଜନ କରୁଥିବା ଦେଖିବାକୁ ମିଳିଛି। ଯଦି ସେମାନଙ୍କୁ ମନାଇବାରେ ଭାଜପା ନେତୃବୃନ୍ଦ ବିଫଳ ହୁଅନ୍ତି ତେବେ ଏହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି କୁହାଯାଉଛି। କିଛି ପଞ୍ଚାୟତରେ ଅସନ୍ୁଷ୍ଟ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ଅଘୋଷିତ ମେଣ୍ଟ କରି ନିର୍ବାଚନ ଲଢୁଥିବା ଦେଖିବାକୁ ମିଳିଛି। ଦଳୀୟ ନେତା ଏବେ ବିଦ୍ରୋହୀଙ୍କ ମାନଭଞ୍ଜନ ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଥିବାରୁ ଏଥିରେ ସଫଳ କି ବିଫଳ ହେବେ ଆଗାମୀ ଦିନରେ ଜଣାପଡ଼ିବ ା
କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ
ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...
ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ
ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...
କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…
ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...
ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ
ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...
ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼
ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...
ଶୁକଦେବଙ୍କୁ ମୃତ ଭାବି ନେଇଥିଲେ ଘର ଲୋକେ: ୨୫ ବର୍ଷ ପରେ ଘଟିଲା…
ସିମୁଳିଆ,୧l୧୨(ସନ୍ତୋଷ କୁମାର ନାୟକ): ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ...
ଭାଇରାଲ ହେଉଛି ସେଜଲଙ୍କ ମା’ଙ୍କ ହାତଲେଖା ଚିଠି, ଏଥିରେ ଲେଖିଛନ୍ତି ସବୁଠୁ ବଡ଼ ଦୁଃଖ ସମୟରେ ମୁଁ ତୁମ…
ବାଲେଶ୍ୱର,୧ା୧୨: ସାମ୍ନାକୁ ଆସିଛି ସେଜଲଙ୍କ ପାଳିତ ମା’ଙ୍କ ଆବେଗଭରା ଚିଠି। ଏଥିରେ ସେ ଲେଖିଛନ୍ତି, ତୁମେ ଚାଲିଯାଉଥିବାରୁ ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି।...
ମହିଳା ଜନଶୁଣାଣି କାର୍ଯ୍ୟକ୍ରମ: ଶୁଣାଣି କଲେ ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟା
ବାଲେଶ୍ୱର, ୨୭।୧୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାପାଳଙ୍କ ଅଡିଟରିୟମ ହଲରେ ଗୁରୁବାରଏକ ଦିବସୀୟ ମହିଳା ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା...
Archives


