ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ହଟାଯାଉନି ହୋର୍ଡିଂ

ଭଣ୍ଡାରିପୋଖରୀ,୩୧।୧(ଡି.ଏନ.ଏ) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳରେ ତିନି ପ୍ରମୁଖ ଦଳ ପକ୍ଷରୁ ଲୋକଙ୍କୁ ଭେଟି ଭୋଟ୍‌ ଭିକ୍ଷା ଆରମ୍ଭ କରାଯାଇଛି। ଗ୍ରାମାଞ୍ଚଳରେ ସରକାରଙ୍କ ଯୋଜନା ସମ୍ପର୍କରେ ସୂଚନା ଦେଉଥିବା ଫଳକ ଓ ଦଳର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ହୋର୍ଡିଂ ହଟାଇବା ଲାଗି ନିର୍ବାଚନ କମିଶନ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଅନେକ ସରକାରୀ ସ୍ଥାନରେ ଏବେ ମଧ୍ୟ ହୋର୍ଡ଼ିଂ ଲାଗି ରହିଛି। ମୁଖ୍ୟତଃ ପଞ୍ଚାୟତ ପାଇଁ ଭୋଟ୍‌ ଗ୍ରହଣ ହେବାକୁ ଥିବା କେନ୍ଦ୍ର ନିକଟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ରହିଥିବା ଦେଖିବାକୁ ମିଳିଛି।
ରହଣିଆ ହାଇସ୍କୁଲ ମତଦାନ କେନ୍ଦ୍ର ହୋଇଥାଏ। ଉକ୍ତ ସ୍କୁଲ ପାଚେରିକୁ ଲାଗି ରହିଛି ରହଣିଆ ପଞ୍ଚାୟତ କାର୍ଯ୍ୟାଳୟ। ପଞ୍ଚାୟତ ଅଫିସ୍‌ ପାଚେରୀକୁ ଲାଗି ମୁଖ୍ୟମନ୍ତ୍ରୀଙ୍କ ଫଟୋ ସମ୍ବଳିତ ଏକ ହୋର୍ଡିଂ ରହିଛି। ସେହିପରି ନାଅଁାମୀ ପଞ୍ଚାୟତ କାର୍ଯ୍ୟାଳୟ, ସାତଶୋଳା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ମତଦାନ କେନ୍ଦ୍ର ହୋଇଥାଏ। ମାତ୍ର ଏପର୍ଯ୍ୟନ୍ତ ଏହିସବୁ ମତଦାନ କେନ୍ଦ୍ର ସମ୍ମୁଖରୁ ହୋର୍ଡିଂ ହଟାଯାଉ ନାହିଁ। ଅନୁରୂପ ଭାବେ ନାଅଁାମୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ମିଶନ ଶକ୍ତିର ହୋର୍ଡିଂ ରହିଛି। ଏପରିକି ବ୍ଲକର ବିଭିନ୍ନ ସରକାରୀ ସ୍ଥାନରେ ମଧ୍ୟ ଦଳୀୟ ମୁଖ୍ୟମାନଙ୍କ ଫଟୋ ଥିବା ଅଭିନନ୍ଦନ ଓ ଅନ୍ୟାନ୍ୟ ଦଳୀୟ ପ୍ରଚାର ତଥ୍ୟ ଥିବା ତୋରଣ, ବ୍ୟାନର ରହିଛି। ଏ ସମ୍ପର୍କରେ ଭଣ୍ଡାରିପୋଖରୀ ତହସିଲଦାର ସରୋଜକାନ୍ତ ନାୟକ କହିଛନ୍ତି, ସମସ୍ତ ହୋର୍ଡିଂ ଚିରି ଦିଆଯାଇଛି। କେଉଁଠି ହୋର୍ଡିଂ ରହିଥିବା ତାଙ୍କ ନଜରକୁ ଆସିନାହିଁ। ତେବେ କେଉଁଠି ଥିଲେ ତାହାକୁ ହଟାଇବା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?