ବିଜେଡି, ଭାଜପାର ଭୋଟ ହାର ବଢ଼ିଲା

ଭୁବନେଶ୍ବର, ୧୪।୫(ବ୍ୟୁରୋ):  ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧ ଲକ୍ଷ ୦୭ ହଜାର ୧୯୮ ଭୋଟ ପାଇ ବିଜୟୀ ହୋଇଛନ୍ତି। ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮ ହଜାର ୪୭୭ ଖଣ୍ଡ ଭୋଟ ପାଇଛନ୍ତି। ତେବେ ଦୀପାଳିଙ୍କଠାରୁ ଟଙ୍କଧର ୪୮,୭୨୧ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି। ଏହି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୪୪୯୬ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ପ୍ରାର୍ଥୀ ୪୫, ୬୯୯ ଖଣ୍ଡ ଭୋଟରେ ହାରିଥିବା ବେଳେ ଏଥର ୪୮,୭୨୧ ଖଣ୍ଡ ଭୋଟରେ ବିଜେଡିଠାରୁ ପରାଜିତ ହୋଇଛନ୍ତି। ସେହିପରି କଂଗ୍ରେସ ୨୦୧୯ ନିର୍ବାଚନ ତୁଳନାରେ ବହୁ କମ୍‌ ଭୋଟ ପାଇଛି। ଏବେ କଂଗ୍ରେସ ନେତୃତ୍ୱକୁ ନେଇ ପୁଣି ଦଳ ଭିତରେ ନେତାମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି।
୨୦୧୯ ସାଧାରଣ ନିର୍ବାଚନରେ ସ୍ବର୍ଗତ ନବ ଦାସ ବିଜେଡି ପ୍ରାର୍ଥୀ ହୋଇଥିଲେ। ଗତଥର ବିଜେଡି ନେତା ନବ ଦାସ ମୋଟ୍‌ ୯୮,୬୨୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଭାଜପା ପ୍ରାର୍ଥୀ ଦିନେଶ କୁମାର ଜୈନ୍‌ ୫୨,୯୨୧ ଭୋଟ ପାଇଥିବା ବେଳେ ତାଙ୍କଠାରୁ ୪୫,୬୯୯ ଅଧିକ ଭୋଟରେ ନବ ଦାସ ବିଜୟୀ ହୋଇଥିଲେ। ସେଥର କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମହେନ୍ଦ୍ର ନାଏକ ମୋଟ ୧୮,୮୨୩ ଖଣ୍ଡ ଭୋଟ ପାଇଥିଲେ। ସେଥର ବିଜେଡି ମୋଟ୍‌ ୫୫.୯୭ ପ୍ରତିଶତ, ଭାଜପା ୩୦.୪ ଏବଂ କଂଗ୍ରେସ ୧୦.୬୮ ପ୍ରତିଶତ ଭୋଟ ପାଇଥିଲା। ହେଲେ ଏହି ଉପନିର୍ବାଚନରେ ବିଜେଡିକୁ ୬୦.୯୩ ପ୍ରତିଶତ ଭୋଟ ମିଳିଥିବା ବେଳେ ଭାଜପାକୁ ୩୩.୨୪ ପ୍ରତିଶତ ମିଳିଛି। କଂଗ୍ରେସ ୨.୫୬ ପ୍ରତିଶତ ଭୋଟ ପାଇଛି।
ଗତଥର ତୁଳନାରେ ଏଥର ବିଜେଡି ୪.୯୬ ପ୍ରତିଶତ ଅଧିକ ଭୋଟ୍‌ ପାଇଛି। ସେହିପରି ଭାଜପା ୨୦୧୯ ନିର୍ବାଚନ ତୁଳନାରେ ୨.୮୪ ପ୍ରତିଶତ ଅଧିକ ଭୋଟ୍‌ ପାଇଛି। ହେଲେ କଂଗ୍ରେସ ଗତ ନିର୍ବାଚନ ତୁଳନାରେ ୮.୧୨ ପ୍ରତିଶତ କମ୍‌ ଭୋଟ ପାଇଛି। କଂଗ୍ରେସର ଏଭଳି ପ୍ରଦର୍ଶନ ପରେ ଦଳର ସ୍ଥିତି ସଜାଡ଼ିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାରଦର୍ଶିତାକୁ ନେଇ ରାଜନୀତି ଜୋର୍‌ ଧରିଛି। ସେହିପରି ବିଜେଡି ଗତ ନିର୍ବାଚନ ତୁଳନାରେ ୮୫୭୮ ଖଣ୍ଡ ଏବଂ ଭାଜପା ୫୫୫୬ ଖଣ୍ଡ ଅଧିକ ଭୋଟ ପାଇଛି। ହେଲେ କଂଗ୍ରେସ ଗତଥର ଅପେକ୍ଷା ୧୪,୩୨୭ ଖଣ୍ଡ କମ୍‌ ଭୋଟ ପାଇଛି। ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସରୁ ନବ ଦାସ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ମୋଟ୍‌ ୭୪,୪୯୯ ଖଣ୍ଡ ଭୋଟ ମିଳିଥିଲା। ତାଙ୍କ ବିରୋଧରେ ବିଜେଡିରୁ ପ୍ରାର୍ଥୀ ହୋଇ ସ୍ବର୍ଗତ କିଶୋର କୁମାର ମହାନ୍ତି ୬୨,୯୩୬ ଖଣ୍ଡ ଭୋଟ ପାଇଥିଲେ। ସେଥରୁ ଭାଜପାରୁ ଆନନ୍ଦ ପ୍ରଧାନ ପ୍ରାର୍ଥୀ ହୋଇ ୨୧,୦୪୭ ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସକୁ ମୋଟ୍‌ ୪୫.୧ ପ୍ରତିଶତ, ବିଜେଡିକୁ ୩୮.୧ ଏବଂ ଭାଜପାକୁ ୧୨.୭୪ ପ୍ରତିଶତ ଭୋଟ ମିଳିଥିଲା। ତେବେ ଏହି ଭୋଟ ପ୍ରତିଶତକୁ ଉପନିର୍ବାଚନ ଫଳାଫଳ ସହ ତୁଳନାକଲେ କଂଗ୍ରେସ ୨୦୧୪ ନିର୍ବାଚନ ତୁଳନାରେ ଏଥର ୪୨.୫୪ ପ୍ରତିଶତ କମ୍‌ ଭୋଟ ପାଇଛି। ବିଜେଡିକୁ ୨୨.୮୩ ଏବଂ ଭାଜପାକୁ ୨୦.୫ ପ୍ରତିଶତ ଅଧିକ ଭୋଟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri