ବିଜେଡି, ଭାଜପାର ଭୋଟ ହାର ବଢ଼ିଲା

ଭୁବନେଶ୍ବର, ୧୪।୫(ବ୍ୟୁରୋ):  ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧ ଲକ୍ଷ ୦୭ ହଜାର ୧୯୮ ଭୋଟ ପାଇ ବିଜୟୀ ହୋଇଛନ୍ତି। ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮ ହଜାର ୪୭୭ ଖଣ୍ଡ ଭୋଟ ପାଇଛନ୍ତି। ତେବେ ଦୀପାଳିଙ୍କଠାରୁ ଟଙ୍କଧର ୪୮,୭୨୧ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି। ଏହି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୪୪୯୬ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ପ୍ରାର୍ଥୀ ୪୫, ୬୯୯ ଖଣ୍ଡ ଭୋଟରେ ହାରିଥିବା ବେଳେ ଏଥର ୪୮,୭୨୧ ଖଣ୍ଡ ଭୋଟରେ ବିଜେଡିଠାରୁ ପରାଜିତ ହୋଇଛନ୍ତି। ସେହିପରି କଂଗ୍ରେସ ୨୦୧୯ ନିର୍ବାଚନ ତୁଳନାରେ ବହୁ କମ୍‌ ଭୋଟ ପାଇଛି। ଏବେ କଂଗ୍ରେସ ନେତୃତ୍ୱକୁ ନେଇ ପୁଣି ଦଳ ଭିତରେ ନେତାମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି।
୨୦୧୯ ସାଧାରଣ ନିର୍ବାଚନରେ ସ୍ବର୍ଗତ ନବ ଦାସ ବିଜେଡି ପ୍ରାର୍ଥୀ ହୋଇଥିଲେ। ଗତଥର ବିଜେଡି ନେତା ନବ ଦାସ ମୋଟ୍‌ ୯୮,୬୨୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଭାଜପା ପ୍ରାର୍ଥୀ ଦିନେଶ କୁମାର ଜୈନ୍‌ ୫୨,୯୨୧ ଭୋଟ ପାଇଥିବା ବେଳେ ତାଙ୍କଠାରୁ ୪୫,୬୯୯ ଅଧିକ ଭୋଟରେ ନବ ଦାସ ବିଜୟୀ ହୋଇଥିଲେ। ସେଥର କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମହେନ୍ଦ୍ର ନାଏକ ମୋଟ ୧୮,୮୨୩ ଖଣ୍ଡ ଭୋଟ ପାଇଥିଲେ। ସେଥର ବିଜେଡି ମୋଟ୍‌ ୫୫.୯୭ ପ୍ରତିଶତ, ଭାଜପା ୩୦.୪ ଏବଂ କଂଗ୍ରେସ ୧୦.୬୮ ପ୍ରତିଶତ ଭୋଟ ପାଇଥିଲା। ହେଲେ ଏହି ଉପନିର୍ବାଚନରେ ବିଜେଡିକୁ ୬୦.୯୩ ପ୍ରତିଶତ ଭୋଟ ମିଳିଥିବା ବେଳେ ଭାଜପାକୁ ୩୩.୨୪ ପ୍ରତିଶତ ମିଳିଛି। କଂଗ୍ରେସ ୨.୫୬ ପ୍ରତିଶତ ଭୋଟ ପାଇଛି।
ଗତଥର ତୁଳନାରେ ଏଥର ବିଜେଡି ୪.୯୬ ପ୍ରତିଶତ ଅଧିକ ଭୋଟ୍‌ ପାଇଛି। ସେହିପରି ଭାଜପା ୨୦୧୯ ନିର୍ବାଚନ ତୁଳନାରେ ୨.୮୪ ପ୍ରତିଶତ ଅଧିକ ଭୋଟ୍‌ ପାଇଛି। ହେଲେ କଂଗ୍ରେସ ଗତ ନିର୍ବାଚନ ତୁଳନାରେ ୮.୧୨ ପ୍ରତିଶତ କମ୍‌ ଭୋଟ ପାଇଛି। କଂଗ୍ରେସର ଏଭଳି ପ୍ରଦର୍ଶନ ପରେ ଦଳର ସ୍ଥିତି ସଜାଡ଼ିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାରଦର୍ଶିତାକୁ ନେଇ ରାଜନୀତି ଜୋର୍‌ ଧରିଛି। ସେହିପରି ବିଜେଡି ଗତ ନିର୍ବାଚନ ତୁଳନାରେ ୮୫୭୮ ଖଣ୍ଡ ଏବଂ ଭାଜପା ୫୫୫୬ ଖଣ୍ଡ ଅଧିକ ଭୋଟ ପାଇଛି। ହେଲେ କଂଗ୍ରେସ ଗତଥର ଅପେକ୍ଷା ୧୪,୩୨୭ ଖଣ୍ଡ କମ୍‌ ଭୋଟ ପାଇଛି। ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସରୁ ନବ ଦାସ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ମୋଟ୍‌ ୭୪,୪୯୯ ଖଣ୍ଡ ଭୋଟ ମିଳିଥିଲା। ତାଙ୍କ ବିରୋଧରେ ବିଜେଡିରୁ ପ୍ରାର୍ଥୀ ହୋଇ ସ୍ବର୍ଗତ କିଶୋର କୁମାର ମହାନ୍ତି ୬୨,୯୩୬ ଖଣ୍ଡ ଭୋଟ ପାଇଥିଲେ। ସେଥରୁ ଭାଜପାରୁ ଆନନ୍ଦ ପ୍ରଧାନ ପ୍ରାର୍ଥୀ ହୋଇ ୨୧,୦୪୭ ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସକୁ ମୋଟ୍‌ ୪୫.୧ ପ୍ରତିଶତ, ବିଜେଡିକୁ ୩୮.୧ ଏବଂ ଭାଜପାକୁ ୧୨.୭୪ ପ୍ରତିଶତ ଭୋଟ ମିଳିଥିଲା। ତେବେ ଏହି ଭୋଟ ପ୍ରତିଶତକୁ ଉପନିର୍ବାଚନ ଫଳାଫଳ ସହ ତୁଳନାକଲେ କଂଗ୍ରେସ ୨୦୧୪ ନିର୍ବାଚନ ତୁଳନାରେ ଏଥର ୪୨.୫୪ ପ୍ରତିଶତ କମ୍‌ ଭୋଟ ପାଇଛି। ବିଜେଡିକୁ ୨୨.୮୩ ଏବଂ ଭାଜପାକୁ ୨୦.୫ ପ୍ରତିଶତ ଅଧିକ ଭୋଟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri