ସଦର ବ୍ଲକ ଦଖଲ ପାଇଁ ଛକାପଞ୍ଝା, ଅଜ୍ଞାତବାସରେ ସମିତି ସଭ୍ୟ

ବାଲେଶ୍ୱର ଅଫିସ, ୪।୩: ଚଳିତ ପଞ୍ଚାୟତ ନିର୍ବାଚନର ଫଳାଫଳ ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଉପରେ ସମସ୍ତଙ୍କ ନଜର ରହିଛି। ବାଲେଶ୍ୱର ଜିଲା ସଦର ବ୍ଲକର ଅଧ୍ୟକ୍ଷ ପଦ ପାଇଁ ବିଜେଡି-ଭାଜପା ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ମୋଟ ୩୭ ପଞ୍ଚାୟତରୁ ଅଧ୍ୟକ୍ଷ ପଦ ପାଇଁ ୧୯ଜଣ ସମିତିସଭ୍ୟଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ସେଥିମଧ୍ୟରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ୧୫ଟି ଆସନରେ ଜିତିଛନ୍ତି। ଭାଜପା ସମର୍ଥତ୍ତ ପ୍ରାର୍ଥୀ ୧୪ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ୮ଜଣ ପ୍ରାର୍ଥୀ ଜିତିଥିବା ଜଣାପଡ଼ିଛି। ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ହାତେଇ ବ୍ଲକ ଅଧ୍ୟକ୍ଷ ପଦ କବ୍‌ଜା କରିବା ପାଇଁ ଉଭୟ ଦଳ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି।

ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷ ପଦ ଚଳିତବର୍ଷ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେବେ ଚଳିତ ନିର୍ବାଚନ ରସୁଲପୁର, କୁରାଡ଼ିହା, ଛାନୁଆ, ବୁଆଁଳ ଓ ରଣସାହି ପଞ୍ଚାୟତର ସମିତିସଭ୍ୟ ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଥିଲା। ସେହିପରି ରସାଳପୁର, ଶାସଙ୍ଗ, ଓଡ଼ଙ୍ଗି, ଗୁଡୁ ଓ ଜୟଦେବକସବା ପଞ୍ଚାୟତର ସମିତିସଭ୍ୟ ଆସନ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା।

ଏହି ସବୁ ଆସନରେ ନିର୍ବାଚିତ ହୋଇଥିବା ମହିଳା ସମିତି ସଦସ୍ୟମାନଙ୍କୁ ନେଇ ଅଧ୍ୟକ୍ଷା ପଦ ପାଇଁ ଅଙ୍କକଷା ଆରମ୍ଭ ହୋଇଛି। ପ୍ରତ୍ୟେକ ଦଳ ନିଜ ନିଜର ନିର୍ବାଚିତ ସମର୍ଥିତ ବିଜୟୀ ପ୍ରାର୍ଥୀଙ୍କୁ ପୁରୀ, ଭୁବନେଶ୍ୱର, କୋଲକାତା ଭଳି ସହରରେ ଥିବା ହୋଟେଲ୍‌, ରିସୋର୍ଟ, ଫାର୍ମ ହାଉସ୍‌ ଆଦିରେ ନେଇ ରଖିଛନ୍ତି। ସେହିପରି କିଛି ସ୍ବାଧୀନ ବିଜୟୀ ପ୍ରାର୍ଥୀଙ୍କୁ ନେତାଙ୍କ ଫାର୍ମହାଉସ୍‌ ତଥା ଗୋପନୀୟ ସ୍ଥାନରେ ରଖାଯାଇଛି। ଯେପରି ସେମାନେ ଅନ୍ୟ କାହା ସହିତ ମିଶି ନ ପାରିବେ ସେଥିପାଇଁ କଡ଼ା ନଜର ରଖି ଦଳୀୟ ନେତୃବର୍ଗଙ୍କୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୧୨ତାରିଖରେ ହେବାକୁ ଥିବା ଅଧ୍ୟକ୍ଷ ନିର୍ବାଚନର ପୂର୍ବ ରାତି ଯାଏ ସଦସ୍ୟମାନଙ୍କର ରହିବା ବନ୍ଦୋବସ୍ତ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ଆସନ୍ତା ୧୨ତାରିଖ ପୂର୍ବାହ୍ନରେ ସମସ୍ତ ସମିତିସଭ୍ୟ ବାଲେଶ୍ୱରରେ ପହଞ୍ଚତ୍ ନିର୍ବାଚନରେ ଭାଗ ନେବେ। ଦଳର ମୁଖ୍ୟଙ୍କ ନିର୍ଦ୍ଦେଶ ଅନୁସାରେ ବ୍ଲକର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚିତ ସମିତିସଭ୍ୟମାନେ ନାମାଙ୍କନ ପତ୍ର ଦାଖଲ କରିବେ। ଏନେଇ ବିଧାୟକ, ବିଧାୟକ ପ୍ରାର୍ଥୀ ଏବଂ ବରିଷ୍ଠ ନେତାମାନେ ଚଳଚଞ୍ଚଳ ହୋଇଉଠିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri