ଚାଉଳକୁ ନେଇ ବିଜେଡି, ଭାଜପା ନାଟକ କରୁଛନ୍ତି: କଂଗ୍ରେସ

ଭୁବନେଶ୍ୱର, ୯ା୨(ବ୍ୟୁରୋ):ଅରୁଆ ଓ ଉଷୁନା ଚାଉଳକୁ ନେଇ ରାଜନୀତି ଜୋର୍‌ ଧରିଛି। ସମ୍ପ୍ରତି ପଞ୍ଚାୟତ ନିର୍ବାଚନ ଥିବାରୁ ଅରୁଆ ଓ ଉଷୁନା ଚାଉଳକୁ ନେଇ ଉଭୟ ଶାସକ ବିଜେଡି ଏବଂ ଭାଜପା ନାଟକବାଜି କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କିଷାନ ସେଲ୍‌ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ କହିଛନ୍ତି। ରାଜ୍ୟରେ ଧାନକିଣାକୁ ନେଇ ଅବ୍ୟବସ୍ଥା ଲାଗିରହିଥିବା ବେଳେ ଚାଷୀଙ୍କ ନିକଟରୁ ନିଜକୁ ବଞ୍ଚାଇବା ପାଇଁ ଉଭୟ ଦଳ ଏଭଳି ରାଜନୀତି ରଚିଛନ୍ତି। ଜାଣି ଅଜଣା ପରି ରାଜ୍ୟ ସରକାର ଯଥେଷ୍ଟ ପୂର୍ବରୁ କାହିଁକି ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ଚାଷୀଙ୍କ ହକ୍‌ ପାଇଁ ୧୭ଲକ୍ଷ ମେଟ୍ରିକ୍‌ ଟନ୍‌ ଉଷୁନା ଓ ଅରୁଆ ଚାଉଳ ଉଠାଇବାକୁ ଦାବି କଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଛତିଶଗଡ଼ ସରକାର ଯେପରି ଚାଷୀଙ୍କୁ ଏମ୍‌ଏସ୍‌ପି ଉପରେ ପ୍ରାୟ ୫୬୦ଟଙ୍କା ବୋନସ୍‌ ଦେଉଛନ୍ତି, ସେହିପରି ଓଡ଼ିଶା ସରକାରଙ୍କର ଯଦି ଚାଷୀଙ୍କ ପାଇଁ ସତରେ ଚିନ୍ତା ରହିଛି ତେବେ ପ୍ରତି କୁଇଣ୍ଟାଲରେ ୫୦୦ ଟଙ୍କା ବୋନସ ଦିଅନ୍ତୁ। ଓଡ଼ିଶାରେ ଉଷୁନା ଚାଉଳ ମୁଖ୍ୟ ଉତ୍ପାଦ ହୋଇଥିବାବେଳେ ଅରୁଆ ପ୍ଲାଣ୍ଟ ପ୍ରୋସେସିଂ ୟୁନିଟ ଭିତ୍ତିଭୂମି, ବୈଷୟିକ ଜ୍ଞାନକୌଶଳ ପ୍ରଦାନ ଓ ଆବଶ୍ୟକ ସଂଖ୍ୟକ ଗୋଦାମ ଘର ନିର୍ମାଣ ଲାଗି ସୁଯୋଗ ସୃଷ୍ଟି କରାଯାଇ ନାହିଁ। ଅପରପକ୍ଷେ ପ୍ରଧାନମନ୍ତ୍ରୀ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବେ ବୋଲି ୫ବର୍ଷ ତଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏପର୍ଯ୍ୟନ୍ତ ହୋଇନାହିଁ। ସେହିପରି ଜାତୀୟ ସାମ୍ପୁଲ ସର୍ଭେ ଅନୁଯାୟୀ ଓଡ଼ିଶା ଚାଷୀଙ୍କ ଆୟ ବର୍ତ୍ତମାନ ତଳ ଆଡ଼ୁ ଦ୍ୱିତୀୟରେ ରହିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାର ଯୋଗାଣରେ ମଧ୍ୟ ଅବହେଳା କରିଚାଲିଛନ୍ତି। ଯଦି କେନ୍ଦ୍ର ସରକାର ଓଡ଼ିଶାର ୨ଲକ୍ଷ ମେଟ୍ରିକ ଟନ୍‌ ଅରୁଆ ଓ ୧୫ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳକୁ ଯୁଦ୍ଧକାଳୀନ ଭିତ୍ତିରେ ନ ଉଠାନ୍ତି ତେବେ ରାଜ୍ୟର ୧୦ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ କରିବେ କ’ଣ ଏବଂ ସେମାନଙ୍କ ଆୟ କିପରି ଦ୍ୱିଗୁଣିତ ହେବ ବୋଲି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri