ଶୀର୍ଷରେ ବିଜେଡି-ଭାଜପା ଲଢ଼େଇ

ଢେଙ୍କାନାଳରୁ ଅନିଲ ଦାସ,୨୩।୫: ଆସନ୍ତା ୨୫ ତାରିଖରେ ଢେଙ୍କାନାଳ ସମେତ ୬ ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ହେବ। ଗୁରୁବାର ଅପରାହ୍ନ ୫ଟା ସୁଦ୍ଧା ଉକ୍ତ ନିର୍ବାଚନମଣ୍ଡଳୀରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଇତିମଧ୍ୟରେ ପ୍ରଚାର ଶୀର୍ଷରେ ପହଞ୍ଚତ୍ଛି। ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀରେ ମୁଖ୍ୟତଃ ବିଜେଡି, ଭାଜପା ଏବଂ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ହେଉଛି। ବିଜେଡି ଓ ଭାଜପା ତୁଳନାରେ ପ୍ରଚାରରେ କଂଗ୍ରେସ ଧିମା ପଡ଼ିଥିବା ଲକ୍ଷ୍ୟ କରାଯାଇଛି। ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ ହେବ ବୋଲି କୁହାଯାଉଛି।
ଏହି ସଂସଦୀୟ କ୍ଷେତ୍ରରେ ଅବିନାଶ ସାମଲ ବିଜେଡିର ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଭାଜପାର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି ଏବଂ କଂଗ୍ରେସର ମହିଳା ପ୍ରାର୍ଥୀ ସସ୍ମିତା ବେହେରା ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି। ମୁଖ୍ୟତଃ ରୁଦ୍ର ଏବଂ ଅବିନାଶଙ୍କ ମଧ୍ୟରେ ଜୋରଦାର ମୁକାବିଲା ହେଉଥିବା ନେଇ ମତଦାତାଙ୍କ ମଧ୍ୟରେ ଆଲୋଚନା ହେଉଛି। ଅଳ୍ପ ସମୟ ଥିବାରୁ ବୁଧବାର ଦିନତମାମ ଏବଂ ରାତିରେ ମଧ୍ୟ ଲୋକ ସଭା ପ୍ରାର୍ଥୀମାନେ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତ କରି ପ୍ରଚାର ଚଳାଇଛନ୍ତି। ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ଢେଙ୍କାନାଳରେ ବିଜେଡି ପ୍ରାର୍ଥୀ ସୁଧୀର ସାମଲ, ଭାଜପା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର, କଂଗ୍ରେସ ପ୍ରାର୍ଥୀ ସୁସ୍ମିତା ନାୟକଙ୍କ ମଧ୍ୟରେ ପ୍ରତିନ୍ଦ୍ୱନ୍ଦ୍ୱିତା ହେଉଛି। ହିନ୍ଦୋଳରେ ବିଜେଡିର ମହେଶ ସାହୁଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିଧାୟିକା ତଥା ଭାଜପା ପ୍ରାର୍ଥୀ ସୀମାରାଣୀ ନାୟକ। ଉଭୟ ପୂର୍ବରୁ ଗୋଟିଏ ଦଳରୁ ଥିବାବେଳେ ଚଳିତ ନିର୍ବାଚନରେ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇଥିବାରୁ ରୋଚକ ଲଢ଼େଇ ହେଉଛି। କାମାକ୍ଷାନଗରରେ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ଭାଜପାର ଶତ୍ରୁଘ୍ନ ଜେନାଙ୍କ ମଧ୍ୟରେ ପ୍ରତିନ୍ଦ୍ୱନ୍ଦ୍ୱିତା ଜୋରଦାର ହେଉଛି। ଅପରପକ୍ଷେ ପରଜଙ୍ଗ ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ବିଭୂତିଭୂଷଣ ପ୍ରଧାନ ବିଜେଡିର ନୃସିଂହ ସାହୁଙ୍କୁ କଡ଼ା ଟକ୍କର ଦେଉଛନ୍ତି। ଗୁରୁବାର ନୃସିଂହ ନିଜ ନିର୍ବାଚନମଣ୍ଡଳୀର ଏକଘରିଆ, ମେଣ୍ଡାପଦା ଗାଁ ସମେତ ବିଭିନ୍ନ ଅଞ୍ଚଳ ବୁଲି ପ୍ରଚାର ଜୋରଦାର କରିଥିବା ଦେଖାଯାଇଛି। ରାଜ୍ୟ ସରକାରଙ୍କ ବିକାଶକୁ ନେଇ ଲୋକଙ୍କଠାରୁ ଭୋଟଭିକ୍ଷା କରୁଛନ୍ତି। ମେଣ୍ଡାପଦାର ଏକ ନିର୍ବାଚନୀ ସଭା ପରେ ଆମେ ତାଙ୍କୁ ଭେଟିଥିଲୁ। ସେ କହିଛନ୍ତି, ରାଜ୍ୟରେ ଯାହା କିଛି ବିକାଶ ହୋଇଛି, ସେ ସବୁ ନବୀନବାବୁ କରିଛନ୍ତି। ଭତ୍ତା ବଢ଼ାଇବାଠାରୁ ଆରମ୍ଭ କରି ମାଗଣା ବିଜୁଳି, ପକ୍କାଘର, ସମସ୍ତଙ୍କୁ ପିଇବା ପାଣି, ସ୍ବାସ୍ଥ୍ୟ ଏବଂ ଶିକ୍ଷା ଆଦି ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ଆହୁରି ବିକାଶ ହେବ। ଆସନ୍ତା ୨୫ରେ ହେବାକୁ ଥିବା ନିର୍ବାଚନରେ ବିଜେଡିର ଶଙ୍ଖ ଚିହ୍ନରେ ଦୁଇଥର ବଟନ୍‌ ଚିପି ନବୀନଙ୍କ ହାତମୁଠାକୁ ଟାଣ କରିବା ଲାଗି ସେ ଭୋଟରଙ୍କୁ ନିବେଦନ କରିଛନ୍ତି। ବିଭିନ୍ନ ସ୍ଥାନରେ ରାଲି, ଶୋଭାଯାତ୍ରା କରି ସେ ଭୋଟଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ଏହି ନିର୍ବାଚନମଣ୍ଡଳୀରେ ଆମେ କେତେକ ଭୋଟରଙ୍କୁ ସାକ୍ଷାତ୍‌ କରି ସେମାନଙ୍କ ମତାମତ ନେଇଥିଲୁ। ଏକଘରିଆ ଗ୍ରାମର ଗୌରଚନ୍ଦ୍ର ନାହକ କହିଛନ୍ତି ଯେ ଏଥର କ’ଣ ହେବ ଆମେ କହିପାରିବୁ ନାହିଁ। ଲୋକ ଯେଉଁଆଡ଼େ ଭୋଟ ଦେବେ ଆମେ ସେହିଆଡ଼େ ଦେବୁ। ଆଗରୁ ନବୀନ ବାବୁଙ୍କୁ ଦେଉଥିଲୁ। ସେହିଭଳି ଜନ୍ଦାମାଳର ସନ୍ତୋଷ ଦେହୁରୀ କହିଛନ୍ତି, ନେତା ଆସି ଘରେ ଘରେ ବୁଲୁଛନ୍ତି। ଭୋଟ ମାଗୁଛନ୍ତି। ଆମର ଯାହାକୁ ଇଚ୍ଛା ହେବ ଦେବୁ। କଂଗ୍ରେସର ଏଠାରେ ହାଓ୍ବା କିଛି ନାହିଁ। ବିଜେଡି ଓ ଭାଜପା ମଧ୍ୟରୁ କେହିଜଣେ ଜିତିପାରେ। ଏବେଠାରୁ କହିହେବ ନାହିଁ। ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେଉଛି।
ସେହିଭଳି ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ମୁକେଶ ପାଲ, ଭାଜପା ପ୍ରାର୍ଥୀ ଅଶୋକ ମହାନ୍ତି ଓ କଂଗ୍ରେସ ପ୍ରାର୍ଥୀ ଫକୀର ସାମଲଙ୍କ ମଧ୍ୟରେ ପ୍ରତିନ୍ଦ୍ୱନ୍ଦ୍ୱିତା ହେଉଛି। ଏହି ଆସନରେ ମଧ୍ୟ ଦ୍ୱିମୁଖୀ ଲଢ଼େଇ ହେବ ବୋଲି କୁହାଯାଉଛି। ଏଠାରେ ବିଧାୟକ ଥିବା ମୁକେଶଙ୍କୁ ଭାଜପା ପ୍ରାର୍ଥୀ କଡ଼ା ଟକ୍କର ଦେଉଥିବା ଲୋକେ କୁହାକୁହି ହେଉଛନ୍ତି। ଅପରପକ୍ଷେ ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ଏକପାଖିଆ ମତଦାନ ହେବ ବୋଲି କେତେଜଣ ଭୋଟର କହିଛନ୍ତି। ଏଠାରୁ ଲଗାତର ଦୁଇଥର ବ୍ରଜ କିଶୋର ପ୍ରଧାନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ସେ ଅଧିକ ଜନସମର୍ଥନ ପାଇବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି।
ଅନୁଗୋଳ ନିର୍ବାଚନମଣ୍ଡଳୀରେ ରୋଚକ ସ୍ଥିତି ଦେଖିବାକୁ ମିଳିଛି। ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ପତ୍ନୀ ସଂଯୁକ୍ତା ସିଂ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହାଛଡ଼ା ଭାଜପା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ କଂଗ୍ରେସ ପ୍ରାର୍ଥୀ ଅମ୍ବିକା ପ୍ରସାଦ ଭଟ୍ଟ ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଉଛନ୍ତି। ଏହି ଆସନ ଏତେ ସହଜରେ ବିଜେଡି ନିଜ ପାଖରେ ରଖିପାରିବ ବୋଲି କହିହେଉ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।
ଢେଙ୍କାନାଳ ଲୋକ ସଭା କ୍ଷେତ୍ରର ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକରେ ବିଜେଡି ଓ ଭାଜପା କାହାରିକୁ ଛାଡ଼ିବା ସ୍ଥିତିରେ ନାହାନ୍ତି। ଏହି ନିର୍ବାଚନମଣ୍ଡଳୀକୁ ଭାଜପାର କେନ୍ଦ୍ରୀୟ ଷ୍ଟାର ପ୍ରଚାରକମାନେ ଘନଘନ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ଲାଗି ଜୋର ଲଗାଇଛନ୍ତି। ଅନ୍ୟ ଦୁଇ ଦଳ ବିଜେଡି ଓ କଂଗ୍ରେସ ମଧ୍ୟ ପ୍ରଚାର ଜୋରଦାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?