ବିଜେଡି ବିଧାନସଭା ପ୍ରାର୍ଥୀ: ଜାଣନ୍ତୁ କିଏ ରହିଲେ, କିଏ କଟିଲେ

ଭୁବନେଶ୍ୱର,୧୧।୪: ୯ ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ପାରାଦୀପରୁ ସମ୍ବିତ ରାଉତରାୟଙ୍କ ସ୍ତ୍ରୀ ଗୀତାଞ୍ଜଳି ରାଉତରାୟଙ୍କୁ ଟିକେଟ୍‌ ମିଳିଛି। ତେଲକୋଇରୁ ପ୍ରେମାନନ୍ଦ ଦଳ ଛାଡିବା ପରେ ମାଧବ ସର୍ଦ୍ଦାରଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ନର୍ଲାରୁ ଭୁପିନ୍ଦର ସିଂଙ୍କ ଟିକେଟ୍‌ କାଟିଛି ବିଜେଡି। ତାଙ୍କ ବଦଳରେ ମନୋରମା ମହାନ୍ତିଙ୍କୁ ଟିକେଟ୍‌୍‌ ମିଳିଛି। ସେହିପରି ସମ୍ବଲପୁରରୁ ରାସେଶ୍ୱରୀ ପାଣିଗାହୀଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି।