ଗାଁ ପରେ ସହର ଦଖଲ ଲକ୍ଷ୍ୟରେ ବିଜେଡି

କେନ୍ଦ୍ରାପଡ଼ା ଅଫିସ, ୫ା୩: ପୌର ନିର୍ବାଚନ ପାଇଁ ଗତ ୨ ତାରିଖରୁ ନାମାଙ୍କନପତ୍ର ଦାଖଲ ଧାର୍ଯ୍ୟ ହୋଇଛି। ଇତିମଧ୍ୟରେ ୩ ଦିନ ବିତିଥିଲେ ମଧ୍ୟ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଜଣେ ହେଲେ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ପୌରାଞ୍ଚଳରେ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଆଲୋଚନା ଜାରି ରହିଛି। ଅପରପକ୍ଷରେ ରାଜ୍ୟର ପ୍ରମୁଖ ବିଜେଡି, କଂଗ୍ରେସ, ଭାଜପା ଦଳର ମୁଖିଆଙ୍କ ନିକଟରେ ଆଶାୟୀଙ୍କ ଲମ୍ବାଧାଡି ଲାଗିଛି। ଗାଁ ପରେ ସହର ଦଖଲ ଲକ୍ଷ୍ୟରେ ବିଜେଡି ଥିବା ବେଳେ ପୌର ପରିଷଦ ଗଠନ ଲକ୍ଷ୍ୟରେ ବିରୋଧୀ କଂଗ୍ରେସ ଓ ଭାଜପା ପଛରେ ପଡିନାହାନ୍ତି। ପ୍ରତ୍ୟେକ ଦଳରେ ଆଶାୟୀଙ୍କ ଲମ୍ବା ଲିଷ୍ଟ ରହିଛି। ପ୍ରାର୍ଥୀ ମଧ୍ୟ ମୁଖିଆଙ୍କ ନିକଟରେ ଜନଶକ୍ତି ପ୍ରଦର୍ଶନ କରି ଲବିକୁ ଜୋରଦାର କରିଛନ୍ତି। ଚଳିତ ଥର ପରିଷଦ ଗଠନକୁ ଦୁଇ ଭାଗ କରାଯାଇଛି। ପ୍ରତ୍ୟେକ୍ଷ ଭାବେ ଅଧ୍ୟକ୍ଷ, କାଉନସିଲରଙ୍କ ନିର୍ବାଚନ ହେବ। ଏଥିପାଇଁ ୩ ରାଜନୈତିକ ଦଳରେ ଅଧ୍ୟକ୍ଷ ପଦ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି।
କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷ ପଦବୀ ପାଇଁ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ଅଧିକ। ରେଣୁବାଳା କର, ସରିତା ସାହୁ, ପୁଷ୍ପାଞ୍ଜଳି ବସ୍ତିଆଙ୍କ ସମେତ ୩୦ରୁ ଅଧିକ ଆଶାୟୀ ପ୍ରାର୍ଥୀ ହେବାକୁ ଜିଲା ପର୍ଯ୍ୟବେକ୍ଷକଙ୍କ ନିକଟରେ ଆବେଦନ ପତ୍ର ଦେଇଛନ୍ତି। ନାମାଙ୍କନପତ୍ର ଦାଖଲ ସମୟ ଆସନ୍ତା ୭ ତାରିଖରେ ମଧ୍ୟରେ ଥିବାରୁ ବିଜେଡି ଟିକେଟ ଆଶାୟୀମାନେ ଭୁବନେଶ୍ୱର ଓ କଟକରେ ଘୂରି ବୁଲୁଛନ୍ତି। ଏପରିକି କେତେଜଣ ଆଶାୟୀ ସମର୍ଥକଙ୍କୁ ସାଙ୍ଗରେ ନେଇଥିବା ସହରରେ ଚର୍ଚ୍ଚା ହେଉଛି। ଚଳିତଥର ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଉତ୍ସାହଜନକ ନ ଥିଲା। ତେବେ ଗତ ୨୦୧୯ ସାଧାରଣ ନିର୍ବାଚନରେ ପୌରାଞ୍ଚଳରେ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରା ସର୍ବାଧିକ ଭୋଟ ସଂଗ୍ରହ କରିଥିଲେ। ସମର୍ଥକଙ୍କ ସଂଖ୍ୟା ଏହି ଦଳର ଆଶାୟୀ ପ୍ରାର୍ଥୀଙ୍କ ମୂଳଧନ ହୋଇଛି। ନିକଟରେ ନଗର କଂଗ୍ରେସରୁ କେତେଜଣ ନେତା ବିଜେଡିରେ ସାମିଲ ହୋଇଥିଲେ ମଧ୍ୟ ଦଳର ଅଧ୍ୟକ୍ଷ ଟିକେଟ ପାଇଁ ଜିଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତିଙ୍କ ନିକଟରେ ୧୦ରୁ ଅଧିକ ଆବେଦନ ପତ୍ର ପଡିରହିଛି। ସେହିପରି ଚଳିତ ପଞ୍ଚାୟତ ନିର୍ବାଚନରେ ଭାଜପା ଜିଲାର ୩୨ରୁ ମାତ୍ର ଗୋଟିଏ ଜିଲା ପରିଷଦ ଜୋନରେ ବିଜୟୀ ହୋଇଛି। ଏହାସତ୍ତ୍ୱେ କଂଗ୍ରେସ ହରାଇଥିବା ପ୍ରାୟ ୪ ପ୍ରତିଶତ ଭୋଟକୁ ଭାଜପା ହାତେଇଛି। ଚଳିତ କେନ୍ଦ୍ରାପଡ଼ା ପୌରାଞ୍ଚଳ ନିର୍ବାଚନରେ ବିଜୟ ପାଇଁ ଭାଜପା ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ଜିଲା ଭାଜପା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି। ଅଧ୍ୟକ୍ଷ ପଦ ପାଇଁ ବରିଷ୍ଠ ନେତା ଦୁର୍ଯ୍ୟୋଧନ ସାହୁ, ସଲିମ ଖାନ ଓ ପି. କେ. ଶତପଥି ପରିବାରରୁ ଆବେଦନ ପତ୍ର ଆସିଥିବା ଦର୍ଶାଇଛନ୍ତି। ରାଜ୍ୟର ସର୍ବପୁରାତନ ଏହି ପୌରାଞ୍ଚଳର ବିକାଶକୁ ନେଇ କ୍ଷୋଭ ପ୍ରକାଶ ସହିତ ଚଳିତ ନିର୍ବାଚନରେ ଭାଜପା ବୋର୍ଡ ଗଠନ କରିବ ବୋଲି ପ୍ରକାଶ କରିଛନ୍ତି। ଆସନ୍ତା ୬ ତାରିଖ ସୁଦ୍ଧା ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଯିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri