କାଉନ୍‌ସିଲର ପଦ ପାଇଁ ୨ ପ୍ରାର୍ଥତ୍ପତ୍ର ଦାଖଲ

ଜଗତ୍‌ସିଂହପୁର ଅଫିସ, ୫ା୩: ଜଗତ୍‌ସିଂହପୁର ପୌର ପରିଷଦ ପାଇଁ ଗତ ୨ ତାରିଖରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନପତ୍ର ଦାଖଲର ୩ୟ ଦିନ ସୁଦ୍ଧା ଅଧ୍ୟକ୍ଷ ପଦବୀ ପାଇଁ କେହି ଜଣେ ହେଲେ ବି ପ୍ରାର୍ଥତ୍ପତ୍ର ଦାଖଲ କରିନାହାନ୍ତି। କିନ୍ତୁ ଗୁରୁବାର ଜଣେ ଫର୍ମ କିଣିଛନ୍ତି। କାଉନସିଲର ପଦବୀରେ ୨ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥିସହ କାଉନସିଲର ପଦବୀରେ ୩୨ ଜଣ ଫର୍ମ କିଣିଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ, ବୁଧବାର ସୁଦ୍ଧା ଅଧ୍ୟକ୍ଷ ପାଇଁ ୨ ଓ କାଉନସିଲର ପଦବୀ ପାଇଁ ୧୪ଜଣ ଫର୍ମ କିଣିଥିଲେ । ପରିଷଦ ଅଞ୍ଚଳର ୨୧ଟି ୱାର୍ଡରେ ୨୫,୫୧୭ ଜଣ ଭୋଟର ଥିବାବେଳେ ସେମାନେ ୧୯ଟି ସ୍ଥାନର ୩୩ଟି ବୁଥ୍‌ରେ ମତଦାନ ସାବ୍ୟସ୍ତ କରିବା ପାଇଁ ବ୍ୟବସ୍ଥା ହୋଇଥିଲା। ମାର୍ଚ୍ଚ ୯ରେ ମନୋନୟନପତ୍ର ଯାଞ୍ଚ ଓ ୧୦ରେ ବୈଧ ତାଲିକା ପ୍ରକାଶ ପାଇବ। ୧୪ରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ତେବେ ଏହା ଭିତରେ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ଚୟନ ସରିଥିଲେ ସୁଦ୍ଧା ବିଜେଡି ଓ ଭାଜପାର ଚୂଡ଼ାନ୍ତ ହୋଇନାହିଁ। ବିଶେଷକରି ବିଜେଡିରେ ଏକାଧିକ ଆଶାୟୀ ଥିବାରୁ ଅଡ଼ୁଆ ହେଉଛି। ଆସନ୍ତା ୬ ଓ ୭ ତାରିଖରେ ପ୍ରାୟତଃ ୱାର୍ଡର କାଉନସିଲର ଓ ଅଧ୍ୟକ୍ଷ ପଦବୀ ପାଇଁ ଆଶାୟୀଥିବା ନେତାମାନେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri