ଗାଁ ପରେ ସହର ଦଖଲ ଲକ୍ଷ୍ୟରେ ବିଜେଡି

କେନ୍ଦ୍ରାପଡ଼ା ଅଫିସ, ୫ା୩: ପୌର ନିର୍ବାଚନ ପାଇଁ ଗତ ୨ ତାରିଖରୁ ନାମାଙ୍କନପତ୍ର ଦାଖଲ ଧାର୍ଯ୍ୟ ହୋଇଛି। ଇତିମଧ୍ୟରେ ୩ ଦିନ ବିତିଥିଲେ ମଧ୍ୟ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଜଣେ ହେଲେ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ପୌରାଞ୍ଚଳରେ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଆଲୋଚନା ଜାରି ରହିଛି। ଅପରପକ୍ଷରେ ରାଜ୍ୟର ପ୍ରମୁଖ ବିଜେଡି, କଂଗ୍ରେସ, ଭାଜପା ଦଳର ମୁଖିଆଙ୍କ ନିକଟରେ ଆଶାୟୀଙ୍କ ଲମ୍ବାଧାଡି ଲାଗିଛି। ଗାଁ ପରେ ସହର ଦଖଲ ଲକ୍ଷ୍ୟରେ ବିଜେଡି ଥିବା ବେଳେ ପୌର ପରିଷଦ ଗଠନ ଲକ୍ଷ୍ୟରେ ବିରୋଧୀ କଂଗ୍ରେସ ଓ ଭାଜପା ପଛରେ ପଡିନାହାନ୍ତି। ପ୍ରତ୍ୟେକ ଦଳରେ ଆଶାୟୀଙ୍କ ଲମ୍ବା ଲିଷ୍ଟ ରହିଛି। ପ୍ରାର୍ଥୀ ମଧ୍ୟ ମୁଖିଆଙ୍କ ନିକଟରେ ଜନଶକ୍ତି ପ୍ରଦର୍ଶନ କରି ଲବିକୁ ଜୋରଦାର କରିଛନ୍ତି। ଚଳିତ ଥର ପରିଷଦ ଗଠନକୁ ଦୁଇ ଭାଗ କରାଯାଇଛି। ପ୍ରତ୍ୟେକ୍ଷ ଭାବେ ଅଧ୍ୟକ୍ଷ, କାଉନସିଲରଙ୍କ ନିର୍ବାଚନ ହେବ। ଏଥିପାଇଁ ୩ ରାଜନୈତିକ ଦଳରେ ଅଧ୍ୟକ୍ଷ ପଦ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି।
କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷ ପଦବୀ ପାଇଁ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ଅଧିକ। ରେଣୁବାଳା କର, ସରିତା ସାହୁ, ପୁଷ୍ପାଞ୍ଜଳି ବସ୍ତିଆଙ୍କ ସମେତ ୩୦ରୁ ଅଧିକ ଆଶାୟୀ ପ୍ରାର୍ଥୀ ହେବାକୁ ଜିଲା ପର୍ଯ୍ୟବେକ୍ଷକଙ୍କ ନିକଟରେ ଆବେଦନ ପତ୍ର ଦେଇଛନ୍ତି। ନାମାଙ୍କନପତ୍ର ଦାଖଲ ସମୟ ଆସନ୍ତା ୭ ତାରିଖରେ ମଧ୍ୟରେ ଥିବାରୁ ବିଜେଡି ଟିକେଟ ଆଶାୟୀମାନେ ଭୁବନେଶ୍ୱର ଓ କଟକରେ ଘୂରି ବୁଲୁଛନ୍ତି। ଏପରିକି କେତେଜଣ ଆଶାୟୀ ସମର୍ଥକଙ୍କୁ ସାଙ୍ଗରେ ନେଇଥିବା ସହରରେ ଚର୍ଚ୍ଚା ହେଉଛି। ଚଳିତଥର ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଉତ୍ସାହଜନକ ନ ଥିଲା। ତେବେ ଗତ ୨୦୧୯ ସାଧାରଣ ନିର୍ବାଚନରେ ପୌରାଞ୍ଚଳରେ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରା ସର୍ବାଧିକ ଭୋଟ ସଂଗ୍ରହ କରିଥିଲେ। ସମର୍ଥକଙ୍କ ସଂଖ୍ୟା ଏହି ଦଳର ଆଶାୟୀ ପ୍ରାର୍ଥୀଙ୍କ ମୂଳଧନ ହୋଇଛି। ନିକଟରେ ନଗର କଂଗ୍ରେସରୁ କେତେଜଣ ନେତା ବିଜେଡିରେ ସାମିଲ ହୋଇଥିଲେ ମଧ୍ୟ ଦଳର ଅଧ୍ୟକ୍ଷ ଟିକେଟ ପାଇଁ ଜିଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତିଙ୍କ ନିକଟରେ ୧୦ରୁ ଅଧିକ ଆବେଦନ ପତ୍ର ପଡିରହିଛି। ସେହିପରି ଚଳିତ ପଞ୍ଚାୟତ ନିର୍ବାଚନରେ ଭାଜପା ଜିଲାର ୩୨ରୁ ମାତ୍ର ଗୋଟିଏ ଜିଲା ପରିଷଦ ଜୋନରେ ବିଜୟୀ ହୋଇଛି। ଏହାସତ୍ତ୍ୱେ କଂଗ୍ରେସ ହରାଇଥିବା ପ୍ରାୟ ୪ ପ୍ରତିଶତ ଭୋଟକୁ ଭାଜପା ହାତେଇଛି। ଚଳିତ କେନ୍ଦ୍ରାପଡ଼ା ପୌରାଞ୍ଚଳ ନିର୍ବାଚନରେ ବିଜୟ ପାଇଁ ଭାଜପା ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ଜିଲା ଭାଜପା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି। ଅଧ୍ୟକ୍ଷ ପଦ ପାଇଁ ବରିଷ୍ଠ ନେତା ଦୁର୍ଯ୍ୟୋଧନ ସାହୁ, ସଲିମ ଖାନ ଓ ପି. କେ. ଶତପଥି ପରିବାରରୁ ଆବେଦନ ପତ୍ର ଆସିଥିବା ଦର୍ଶାଇଛନ୍ତି। ରାଜ୍ୟର ସର୍ବପୁରାତନ ଏହି ପୌରାଞ୍ଚଳର ବିକାଶକୁ ନେଇ କ୍ଷୋଭ ପ୍ରକାଶ ସହିତ ଚଳିତ ନିର୍ବାଚନରେ ଭାଜପା ବୋର୍ଡ ଗଠନ କରିବ ବୋଲି ପ୍ରକାଶ କରିଛନ୍ତି। ଆସନ୍ତା ୬ ତାରିଖ ସୁଦ୍ଧା ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଯିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri