ବିଜେଡି: ୩୦ରୁ ୩୦

ଭୁବନେଶ୍ୱର,୧୪ା୩(ବ୍ୟୁରୋ): ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଭାଜନ ହୋଇ ଦୀର୍ଘ ୨୨ବର୍ଷ ଧରି ଶାସନ କରି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ପଞ୍ଚାୟତ ନିର୍ବାଚନରେ ଇତିହାସ ରଚିଛନ୍ତି। କେବଳ ରାଜ୍ୟ ନୁହେଁ ବରଂ ସାରା ଭାରତ ବର୍ଷରେ ଏକ ବିରଳ ରେକର୍ଡ କରି ସମସ୍ତ ୩୦ଜିଲାରେ ବିଜେଡି ଜିଲା ପରିଷଦ ସଭାପତି ଆସନ ହାସଲ କରିଛି। ଯୁବ, ଶିକ୍ଷିତ ଏବଂ ସ୍ବଚ୍ଛ ଭାବମୂର୍ତ୍ତି ଉପରେ ବିଜେଡି ଭରସା କରିବାସହ ମହିଳାଙ୍କୁ ବିଶେଷ ଅଗ୍ରାଧିକାର ଦେଇଛି। ବିଜେଡିର ଏଭଳି ଅଭୂତପୂର୍ବ ସଫଳତା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁ ସମ୍ଭବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।
ଜିଲା ପରିଷଦ ସଭାପତି ନିର୍ବାଚନ ରବିବାର ଶେଷ ହୋଇଛି। ସବୁ ଜିଲାରେ ବିଜେଡି ସଭାପତି ଆସନ ହାତେଇଥିବା ବେଳେ କଂଗ୍ରେସ ଏବଂ ଭାଜପା ଗୋଟିଏ ବି ଜିଲା ପରିଷଦ ନିଜ ଆଡ଼କୁ ନେବାରେ ସମର୍ଥ ହୋଇପାରିନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରାଜ୍ୟବାସୀଙ୍କ ସମର୍ଥନର ଏହା ଏକ ବଡ ଉଦାହରଣ କହିଲେ କିଛି ଭୁଲ୍‌ ହେବ ନାହିଁ। ବିଜେଡି ପକ୍ଷରୁ କୁହାଯାଇଛି, ଦଳ ଏଥର ଭବିଷ୍ୟତ କଥାକୁ ଦୃଷ୍ଟିରେ ରଖି ଦୀର୍ଘମିଆଦୀ ରଣନୀତି ପ୍ରସ୍ତୁତ କରିବା ପାଇଁ ଯୁବ ଏବଂ ଶିକ୍ଷିତ ପ୍ରାର୍ଥୀଙ୍କୁ ସଭାପତି ପଦରେ ବସାଇଛି। ରାୟଗଡ଼ା ଜିଲାରେ ୨୩ବର୍ଷୀୟା ସରସ୍ବତୀ ମାଝି ଜିଲା ପରିଷଦ ସଭାପତି ଭାବେ ମନୋନୀତ ହୋଇଛନ୍ତି। ରାଜ୍ୟର ସବୁଠାରୁ କମ୍‌ ବୟସ୍କ ଜିଲା ପରିଷଦ ସଭାପତି ଭାବେ ସରସ୍ବତୀ ରେକର୍ଡ କରିଛନ୍ତି। ଉପାନ୍ତ କାଶୀପୁର ବ୍ଲକରୁ ନିର୍ବାଚିତ ହୋଇଥିବା ସରସ୍ବତୀ ବିଜ୍ଞାନରେ ସ୍ନାତକ କରିଛନ୍ତି, ତେଣୁ ଜିଲାରେ ବିକାଶମୂଳକ କାର୍ଯ୍ୟ ଅଧିକ ଫଳପ୍ରଦ ହେବ ବୋଲି ବିଜେଡି ଦାବି କରିଛି। ସେହିପରି ସ୍ବାଭିମାନ ଅଞ୍ଚଳ ମାଲକାନଗିରିରେ ସମାରି ଟାଙ୍ଗୁଲଙ୍କୁ ଜିଲା ପରିଷଦ ସଭାପତି କରାଯାଇଛି। ତାଙ୍କୁ ମାତ୍ର ୨୬ବର୍ଷ ହୋଇଥିବା ବେଳେ ସେ ଯୁକ୍ତ୨ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ସମ୍ବଲପୁର ଜିଲାର ଉପାନ୍ତ ଅଞ୍ଚଳ ବାମରା ବ୍ଲକରୁ ଆସିଥିବା କୁମୁଦିନୀ ନାୟକ ମଧ୍ୟ ଜିଲା ପରିଷଦ ସଭାପତି ହୋଇଛନ୍ତି।
ଚଳିତ ଜିଲା ପରିଷଦ ସଭାପତି ତାଲିକାରେ ୩୦ଜିଲା ମଧ୍ୟରୁ ୧୫ ଜିଲାରେ ୫୦%ରୁ ଊର୍ଦ୍ଧ୍ୱରେ ୪୦ ବର୍ଷରୁ କମ୍‌ ବୟସର ଅଛନ୍ତି। ସେହିପରି ୨୩ ଜିଲାରେ ୫୦ ବର୍ଷରୁ କମ୍‌ ବୟସ୍କ ରହିଛନ୍ତି। ତେଣୁ ଜିଲାପରିଷଦ ସଭାପତିଙ୍କ ହାରାହାରି ବୟସ ୪୧ ବର୍ଷ ହେବ। ୧୮ ଜଣ ଜିଲା ପରିଷଦ ସଭାପତି ସ୍ନାତକ ଶିକ୍ଷା ସମାପ୍ତ କରିଥିବାବେଳେ ୨୬ଜଣ ଯୁକ୍ତ୨ସ୍ତରୀୟ ଶିକ୍ଷା ସମାପ୍ତ କରିଛନ୍ତି। ସବୁ ଜିଲାରେ ମୁଖ୍ୟତଃ ଶିକ୍ଷିତ ଏବଂ କୌଣସି ଆପରାଧିକ ମାମଲାରେ ଜଡ଼ିତ ନ ଥିବା ବ୍ୟକ୍ତି ଜିଲା ପରିଷଦ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ମହିଳାଙ୍କ ଲାଗି ୫୦ପ୍ରତିଶତ ଆସନ ସଂରକ୍ଷଣ ରହିବାର ବ୍ୟବସ୍ଥା ଅଛି, ହେଲେ ବିଜେଡିର ୭୦ ପ୍ରତିଶତ ମହିଳା ସଭାପତି ହୋଇପାରିଛନ୍ତି। ୩୦ରୁ ୨୧ ଜିଲାରେ ମହିଳା ପ୍ରାର୍ଥୀ ଏହି ପଦବୀ ମଣ୍ଡନ କରିଛନ୍ତି। ୧୮ଅଣସଂରକ୍ଷିତ ଆସନ ମଧ୍ୟରୁ ମହିଳାଙ୍କ ସମେତ ୧୨ ଓବିସି ପ୍ରାର୍ଥୀ(୬୭%) ସଭାପତି ପଦ ହାତେଇଛନ୍ତି। ଓବିସି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାରେ ଦଳ ସବୁବେଳେ ଗୁରୁତ୍ୱ ଦେଇଆସିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri