ବିଜେଡି: ୩୦ରୁ ୩୦

ଭୁବନେଶ୍ୱର,୧୪ା୩(ବ୍ୟୁରୋ): ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଭାଜନ ହୋଇ ଦୀର୍ଘ ୨୨ବର୍ଷ ଧରି ଶାସନ କରି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ପଞ୍ଚାୟତ ନିର୍ବାଚନରେ ଇତିହାସ ରଚିଛନ୍ତି। କେବଳ ରାଜ୍ୟ ନୁହେଁ ବରଂ ସାରା ଭାରତ ବର୍ଷରେ ଏକ ବିରଳ ରେକର୍ଡ କରି ସମସ୍ତ ୩୦ଜିଲାରେ ବିଜେଡି ଜିଲା ପରିଷଦ ସଭାପତି ଆସନ ହାସଲ କରିଛି। ଯୁବ, ଶିକ୍ଷିତ ଏବଂ ସ୍ବଚ୍ଛ ଭାବମୂର୍ତ୍ତି ଉପରେ ବିଜେଡି ଭରସା କରିବାସହ ମହିଳାଙ୍କୁ ବିଶେଷ ଅଗ୍ରାଧିକାର ଦେଇଛି। ବିଜେଡିର ଏଭଳି ଅଭୂତପୂର୍ବ ସଫଳତା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁ ସମ୍ଭବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।
ଜିଲା ପରିଷଦ ସଭାପତି ନିର୍ବାଚନ ରବିବାର ଶେଷ ହୋଇଛି। ସବୁ ଜିଲାରେ ବିଜେଡି ସଭାପତି ଆସନ ହାତେଇଥିବା ବେଳେ କଂଗ୍ରେସ ଏବଂ ଭାଜପା ଗୋଟିଏ ବି ଜିଲା ପରିଷଦ ନିଜ ଆଡ଼କୁ ନେବାରେ ସମର୍ଥ ହୋଇପାରିନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରାଜ୍ୟବାସୀଙ୍କ ସମର୍ଥନର ଏହା ଏକ ବଡ ଉଦାହରଣ କହିଲେ କିଛି ଭୁଲ୍‌ ହେବ ନାହିଁ। ବିଜେଡି ପକ୍ଷରୁ କୁହାଯାଇଛି, ଦଳ ଏଥର ଭବିଷ୍ୟତ କଥାକୁ ଦୃଷ୍ଟିରେ ରଖି ଦୀର୍ଘମିଆଦୀ ରଣନୀତି ପ୍ରସ୍ତୁତ କରିବା ପାଇଁ ଯୁବ ଏବଂ ଶିକ୍ଷିତ ପ୍ରାର୍ଥୀଙ୍କୁ ସଭାପତି ପଦରେ ବସାଇଛି। ରାୟଗଡ଼ା ଜିଲାରେ ୨୩ବର୍ଷୀୟା ସରସ୍ବତୀ ମାଝି ଜିଲା ପରିଷଦ ସଭାପତି ଭାବେ ମନୋନୀତ ହୋଇଛନ୍ତି। ରାଜ୍ୟର ସବୁଠାରୁ କମ୍‌ ବୟସ୍କ ଜିଲା ପରିଷଦ ସଭାପତି ଭାବେ ସରସ୍ବତୀ ରେକର୍ଡ କରିଛନ୍ତି। ଉପାନ୍ତ କାଶୀପୁର ବ୍ଲକରୁ ନିର୍ବାଚିତ ହୋଇଥିବା ସରସ୍ବତୀ ବିଜ୍ଞାନରେ ସ୍ନାତକ କରିଛନ୍ତି, ତେଣୁ ଜିଲାରେ ବିକାଶମୂଳକ କାର୍ଯ୍ୟ ଅଧିକ ଫଳପ୍ରଦ ହେବ ବୋଲି ବିଜେଡି ଦାବି କରିଛି। ସେହିପରି ସ୍ବାଭିମାନ ଅଞ୍ଚଳ ମାଲକାନଗିରିରେ ସମାରି ଟାଙ୍ଗୁଲଙ୍କୁ ଜିଲା ପରିଷଦ ସଭାପତି କରାଯାଇଛି। ତାଙ୍କୁ ମାତ୍ର ୨୬ବର୍ଷ ହୋଇଥିବା ବେଳେ ସେ ଯୁକ୍ତ୨ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ସମ୍ବଲପୁର ଜିଲାର ଉପାନ୍ତ ଅଞ୍ଚଳ ବାମରା ବ୍ଲକରୁ ଆସିଥିବା କୁମୁଦିନୀ ନାୟକ ମଧ୍ୟ ଜିଲା ପରିଷଦ ସଭାପତି ହୋଇଛନ୍ତି।
ଚଳିତ ଜିଲା ପରିଷଦ ସଭାପତି ତାଲିକାରେ ୩୦ଜିଲା ମଧ୍ୟରୁ ୧୫ ଜିଲାରେ ୫୦%ରୁ ଊର୍ଦ୍ଧ୍ୱରେ ୪୦ ବର୍ଷରୁ କମ୍‌ ବୟସର ଅଛନ୍ତି। ସେହିପରି ୨୩ ଜିଲାରେ ୫୦ ବର୍ଷରୁ କମ୍‌ ବୟସ୍କ ରହିଛନ୍ତି। ତେଣୁ ଜିଲାପରିଷଦ ସଭାପତିଙ୍କ ହାରାହାରି ବୟସ ୪୧ ବର୍ଷ ହେବ। ୧୮ ଜଣ ଜିଲା ପରିଷଦ ସଭାପତି ସ୍ନାତକ ଶିକ୍ଷା ସମାପ୍ତ କରିଥିବାବେଳେ ୨୬ଜଣ ଯୁକ୍ତ୨ସ୍ତରୀୟ ଶିକ୍ଷା ସମାପ୍ତ କରିଛନ୍ତି। ସବୁ ଜିଲାରେ ମୁଖ୍ୟତଃ ଶିକ୍ଷିତ ଏବଂ କୌଣସି ଆପରାଧିକ ମାମଲାରେ ଜଡ଼ିତ ନ ଥିବା ବ୍ୟକ୍ତି ଜିଲା ପରିଷଦ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ମହିଳାଙ୍କ ଲାଗି ୫୦ପ୍ରତିଶତ ଆସନ ସଂରକ୍ଷଣ ରହିବାର ବ୍ୟବସ୍ଥା ଅଛି, ହେଲେ ବିଜେଡିର ୭୦ ପ୍ରତିଶତ ମହିଳା ସଭାପତି ହୋଇପାରିଛନ୍ତି। ୩୦ରୁ ୨୧ ଜିଲାରେ ମହିଳା ପ୍ରାର୍ଥୀ ଏହି ପଦବୀ ମଣ୍ଡନ କରିଛନ୍ତି। ୧୮ଅଣସଂରକ୍ଷିତ ଆସନ ମଧ୍ୟରୁ ମହିଳାଙ୍କ ସମେତ ୧୨ ଓବିସି ପ୍ରାର୍ଥୀ(୬୭%) ସଭାପତି ପଦ ହାତେଇଛନ୍ତି। ଓବିସି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାରେ ଦଳ ସବୁବେଳେ ଗୁରୁତ୍ୱ ଦେଇଆସିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri