ବିଜେବି ଛାତ୍ର କରୋନା ପଜିଟିଭ

ଭୁବନେଶ୍ୱର, ୫।୪(ବ୍ୟୁରୋ): କରୋନା ପୁଣିଥରେ ନିଜର କାୟା ବିସ୍ତାର କରି ଚାଲିଛି। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମ୍ନାକୁ ଆସୁଛି । ତେବେ ଏହାରି ଭିତରେ ବିଜେବି ହାୟର ସେକେଣ୍ଡାରୀ ସ୍କୁଲର ଜଣେ କମର୍ସ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଛାତ୍ରଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ନେଇ କର୍ତ୍ତୃପକ୍ଷ ନୋଟିସ ବୋର୍ଡରେ ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଗୋଟିଏ ସପ୍ତାହ ଆଇସୋଲେଶନରେ ରହିବାକୁ ସ୍କୁଲ ପକ୍ଷରୁ ପରାମର୍ଶ ଦିଆଯାଇଛି । ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ଆରଟିପିସିଟି ଟେଷ୍ଟ କରାଯିବା ନେଇ ମଧ୍ୟ କୁହାଯାଉଛି।