ବିଜେବି କଲେଜ ଛାତ୍ରଙ୍କୁ ମାଡ଼ ଘଟଣା: ୩ ଗିରଫ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଭୁବନେଶ୍ୱର ବିଜେବି କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ପୋଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରିଛି। ଗିରଫ ଛାତ୍ରମାନେ ହେଲେ +୨ ଦ୍ୱିତୀୟ ବର୍ଷର ଛାତ୍ର। ତେବେ ଏହି ଘଟଣାରେ ଅଟକ ଥିବା ଜଣେ ନାବାଳକଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଛି।

ବୁଧବାର କଲେଜରେ ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମ ବର୍ଷ ଛାତ୍ରଙ୍କୁ କିଛି ଛାତ୍ର ମାଡ଼ ମାରିଥିଲେ। କ୍ୟାମ୍ପସ ଭିତରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବାର ଭିଡିଓ ଭାଇରାଲ ହେବା ପରେ କିଛି ଛାତ୍ର ୟୁନିଫର୍ମରେ ଥିବା ବେଳେ ଆଉ କିଛି ବିନା ୟୁନିଫର୍ମରେ ଥିଲେ। ଏହି ମାମଲାରେ ଯୁକ୍ତ ୨ କଳା ବିଭାଗର ଦ୍ୱିତୀୟ ବର୍ଷର ୪ ଛାତ୍ରଙ୍କୁ ବଡ଼ଗଡ଼ ପୋଲିସ ଥାନାରେ ଅଟକ ରଖିଥିଲା। ତେବେ ଆଜି ଏହି ୩ ଛାତ୍ରଙ୍କୁ ଗିରଫ କରାଯାଇଥିଲା ବେଳେ ଆଉ ଜଣଙ୍କୁ ସୁଧାର ଗୃହକୁ ପଠାଯାଇଛି।