ନ୍ୟୁଜ୍‌ ଶେୟାର ବନ୍ଦକଲା ଫେସ୍‌ବୁକ୍‌

କାନ୍‌ବେରା,୧୯ା୨: ମାର୍କ ଜୁକରବର୍ଗଙ୍କ ଫେସ୍‌ବୁକ୍‌ ଓ ଅଷ୍ଟ୍ରେଲିଆ ସରକାରଙ୍କ ମଧ୍ୟରେ ନ୍ୟୁଜ୍‌ କଣ୍ଟେଣ୍ଟ ପାଇଁ ପେମେଣ୍ଟକୁ ନେଇ ତିକ୍ତତା ବଢ଼ିବାରେ ଲାଗିଛି। ନୂଆ ଆଇନ ଉପରେ ଆପତ୍ତି ଜଣାଇ ଫେସ୍‌ବୁକ୍‌ ଅଷ୍ଟ୍ରେଲିଆର ବିରୋଧୀ ନେତାମାନଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ଓ ପାଣିପାଗ ବିଭାଗର ଆକାଉଣ୍ଟକୁ ବନ୍ଦ କରିଦେଇଛି। ଏତିକି ନୁହେଁ, ଅଷ୍ଟ୍ରେଲିଆରେ ଫେସ୍‌ବୁକ୍‌ ନିଜ ପେଜ୍‌କୁ ମଧ୍ୟ ବନ୍ଦ କରିଦେଇଛି। ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ କମ୍ପାନୀର ଏହି ପଦକ୍ଷେପକୁ ‘ଅହଂକାରୀ ଓ ନୈରାଶ୍ୟଜନକ’ ବୋଲି ଅଭିହିତ କରିଛନ୍ତି।
ଫେସ୍‌ବୁକ୍‌ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି ଯେ ଉକ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଅଷ୍ଟ୍ରେଲୀୟ ୟୁଜରମାନଙ୍କ ନ୍ୟୁଜ୍‌ ଶେୟାରକୁ ବ୍ଲକ୍‌ କରିଦିଆଯାଇଛି। ଏହା ବ୍ୟତୀତ ଅଷ୍ଟ୍ରେଲିଆ ବାହାରେ ଦରିଆପାରି ବ୍ୟବହାରକାରୀ ମଧ୍ୟ ଅଷ୍ଟ୍ରେଲୀୟ ନ୍ୟୁଜ୍‌ ଶେୟାର କରିପାରିବେ ନାହିଁ। ଏହି ବ୍ୟାନ୍‌ ଯୋଗୁ ଅଷ୍ଟ୍ରେଲିଆରେ ଜରୁରୀ ସେବା ଉପରେ ଅତି ଖରାପ ପ୍ରଭାବ ପଡ଼ିଛି। ଅଷ୍ଟ୍ରେଲିଆ ସରକାର ଆଣିବାକୁ ଯାଉଥିବା ନ୍ୟୁଜ୍‌ ମିଡିଆ କୋଡ୍‌ ଆଇନର ଜବାବରେ ଏପରି କରିଥିବା ଫେସ୍‌ବୁକ୍‌ କହିଛି। ପ୍ରସ୍ତାବିତ ଆଇନ ଖୁବ୍‌ଶୀଘ୍ର ଲାଗୁ ହେବାକୁ ଯାଉଛି। ଏଥିରେ ଫେସ୍‌ବୁକ୍‌ ଓ ଗୁଗଲ ଭଳି ଡିଜିଟାଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ଯେଉଁ ନ୍ୟୁଜ୍‌ ମିଡିଆ କମ୍ପାନୀର କଣ୍ଟେଣ୍ଟ ହୋଷ୍ଟ କରିବେ ସେମାନଙ୍କୁ ଅର୍ଥ ପଇଠ କରିବେ। ତେବେ ଅଷ୍ଟ୍ରେଲୀୟ ପବ୍ଲିଶର୍ସ ଉକ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ନ୍ୟୁଜ୍‌ କଣ୍ଟେଣ୍ଟ ପ୍ରକାଶନ ଜାରି ରଖିପାରିବେ। କିନ୍ତୁ ଲିଙ୍କ୍‌ ଓ ପୋଷ୍ଟଗୁଡ଼ିକୁ ଅଷ୍ଟ୍ରେଲୀୟ ଭ୍ୟୁୟର୍ସ ଦେଖି କିମ୍ବା ଶେୟାର କରିପାରିବେ ନାହିଁ ବୋଲି ଫେସ୍‌ବୁକ୍‌ ଏକ ବିବୃତିରେ କହିଛି। ଅନ୍ୟପକ୍ଷେ ଫେସ୍‌ବୁକ୍‌ର ଏହି ପଦକ୍ଷେପ ଯୋଗୁ ଅଷ୍ଟ୍ରେଲିଆରେ ଜରୁରୀ ସେବା ବହୁଳ ଭାବେ ବାଧାପ୍ରାପ୍ତ ହୋଇଛି। ଫେସ୍‌ବୁକ୍‌ ଉପରେ ଚାପ ପକାଇବା ପାଇଁ ସୋସିଆଲ ମିଡିଆରେ ୟୁଜର୍ସ ଫେସ୍‌ବୁକ୍‌ ବର୍ଜନ ଅଭିଯାନ ଆରମ୍ଭ କରିଛନ୍ତି।

ମିଡିଆ ପେମେଣ୍ଟ ଲ’କୁ ଫେସ୍‌ବୁକ୍‌ର ବିରୋଧ
ଫେସ୍‌ବୁକ୍‌, ଗୁଗଲକୁ ଛୋଟ ପବ୍ଲିଶର୍ସଙ୍କ ନ୍ୟୁଜ୍‌ ଦେଖାଇବା ପାଇଁ ଦେବାକୁ ପଡ଼ିବ ଅର୍ଥ
ନ୍ୟୁଜ୍‌ ଶେୟାର କରିବା ଉପରେ ରୋକ ଲଗାଇଲା ଫେସ୍‌ବୁକ୍‌
ଅଷ୍ଟ୍ରେଲିଆରେ ନିଜ ପେଜ୍‌ ବନ୍ଦ କଲା
ନେତାଙ୍କ ଆକାଉଣ୍ଟ, ସ୍ବାସ୍ଥ୍ୟ ଓ ପାଣିପାଗ ବିଭାଗ ଆକାଉଣ୍ଟ ମଧ୍ୟ ବନ୍ଦ
ବ୍ୟାନ୍‌ ଯୋଗୁ ଜରୁରୀ ସେବା ପ୍ରଭାବିତ
ଚାପ ପକାଇବା ପାଇଁ ସୋସିଆଲ ମିଡିଆରେ ୟୁଜର୍ସ ଆରମ୍ଭ କଲେ ଫେସ୍‌ବୁକ୍‌ ବର୍ଜନ ଅଭିଯାନ

ବିରୋଧ କାହିଁକି
ଅଷ୍ଟ୍ରେଲିଆ ସିନେଟରେ ଏକ ନୂଆ ଆଇନ ଅଣାଯାଇଛି, ଯେଉଁଥିରେ କୁହାଯାଇଛି ଯେ ଫେସ୍‌ବୁକ୍‌ ଓ ଗୁଗଲକୁ ନ୍ୟୁଜ୍‌ କମ୍ପାନୀଗୁଡ଼ିକୁ ଖବର ଶେୟାର କରିବା ବଦଳରେ ଅର୍ଥ ପଇଠ କରିବାକୁ ପଡ଼ିବ। ପ୍ରସ୍ତାବିତ ଆଇନ ପ୍ଲାଟଫର୍ମ ଓ ନ୍ୟୁଜ୍‌ ଶେୟାର କରୁଥିବା ପବ୍ଲିଶର୍ସଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଖରାପ କରିବ ବୋଲି ଫେସ୍‌ବୁକ୍‌ର ରିଜିଓନାଲ ମ୍ୟାନେଜିଂ ଡାଇରେକ୍ଟର ଓ୍ବିଲିୟମ୍‌ ଇଷ୍ଟନ କହିଛନ୍ତି। ଅନ୍ୟପକ୍ଷେ ସରକାର ନିଜ ନିଷ୍ପତ୍ତିରୁ ପଛଘୁଞ୍ଚା ଦେବେ ନାହିଁ ବୋଲି ଅଷ୍ଟ୍ରେଲିଆର ଯୋଗାଯୋଗ ମନ୍ତ୍ରୀ ପଲ୍‌ ଫ୍ଲେଚର ସ୍ପଷ୍ଟ କରିଛନ୍ତି।

ତାତ୍ପର୍ଯ୍ୟ କ’ଣ

ସାରା ବିଶ୍ୱରେ ପବ୍ଲିଶରମାନେ ଲୋକଙ୍କ ପାଖରେ ପହଞ୍ଚତ୍ବା ପାଇଁ ଫେସ୍‌ବୁକ୍‌କୁ ଏକ ମାଧ୍ୟମ ରୂପେ ବ୍ୟବହାର କରିଥାଆନ୍ତି। ଏଥିଯୋଗୁ ଏହି କଣ୍ଟେଣ୍ଟ କଞ୍ଜମ୍ପଶନ ପ୍ଲାଟ୍‌ଫର୍ମରୁ ଉଭୟ ରିଚ୍‌ (ପହଞ୍ଚ) ଓ ରେଭେନ୍ୟୁ (ରାଜସ୍ବ) ମିଳିଥାଏ। ୟୁଜର୍ସ ମଧ୍ୟ ଫେସ୍‌ବୁକ୍‌ରେ ଅନେକ ନ୍ୟୁଜ୍‌ ଶେୟାର କରିଥାନ୍ତି। ଏହିସବୁ ଫଳରେ ଫେସ୍‌ବୁକ୍‌ର ଟାଇମ୍‌ଲାଇନ୍‌ ଜରିଆରେ ନ୍ୟୁଜ୍‌ ସାଇଟ୍‌ଗୁଡ଼ିକରେ ଲକ୍ଷ ଲକ୍ଷ ଭିଜିଟ୍‌ ଆସିଥାଏ। ପବି୍ଲଶରମାନେ ମଧ୍ୟ ନିଜ କଣ୍ଟେଣ୍ଟଗୁଡ଼ିକୁ ଇନ୍‌ଷ୍ଟାଣ୍ଟ ଆର୍ଟିକିଲ ରୂପେ ହୋଷ୍ଟ କରିବା ପାଇଁ ଫେସ୍‌ବୁକ୍‌ ସହିତ ବାଣିଜି୍ୟକ ଚୁକ୍ତି କରିଥାନ୍ତି। ନୂଆ ଆଇନ ପବ୍ଲିଶର୍ସଙ୍କ ବିରୋଧରେ ଯିବ ବୋଲି ଫେସ୍‌ବୁକ୍‌ର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପରିଚାଳନା ନିର୍ଦ୍ଦେଶକ ଓ୍ବିଲିଅମ୍‌ ଇଷ୍ଟନ୍‌ ଏକ ବ୍ଲଗ୍‌ ପୋଷ୍ଟରେ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, ଗତବର୍ଷ ଫେସ୍‌ବୁକ୍‌ ଅଷ୍ଟ୍ରେଲୀୟ ପ୍ରକାଶକଙ୍କ ଯୋଗୁ ୫.୧ ବିଲିୟନ୍‌ ଡଲାର ଫ୍ରି ରେଫରାଲ ଆୟ କରିଛନ୍ତି।

ବିଶ୍ୱ ଉପରେ ପ୍ରଭାବ
ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ପରେ ସାରା ବିଶ୍ୱରେ ଏଭଳି ଆଇନ ଅଣାଯାଇପାରେ ବୋଲି ଫେସ୍‌ବୁକ୍‌ ଓ ଗୁଗଲ ଆଶଙ୍କା ବ୍ୟକ୍ତ କରିଛନ୍ତି। ଉଦାହରଣ ସ୍ବରୂପ ଫ୍ରାନ୍ସ ଭଳି ଦେଶଗୁଡ଼ିକର ପ୍ରକାଶକଙ୍କ ସହ ଗୁଗଲ ଚୁକ୍ତି ସ୍ବାକ୍ଷର କରିବାରେ ଲାଗିଛି। ଅନ୍ୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ଫେସ୍‌ବୁକ୍‌ ପକ୍ଷରୁ ‘ଫେସ୍‌ବୁକ୍‌ ନ୍ୟୁଜ୍‌’ ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ବିତ କରାଯାଇପାରେ। ଉକ୍ତ ପ୍ଲାଟ୍‌ଫର୍ମରେ ନ୍ୟୁଜ୍‌ ପ୍ରସାରଣକୁ ନେଇ ଫେସ୍‌ବୁକ୍‌ କଡ଼ା ଆଭିମୁଖ୍ୟ ଗ୍ରହଣ କରିପାରେ। ମୋଟାମୋଟି ଭାବେ ଏଥିଯୋଗୁ ଭ୍ୟୁୟର୍ସ କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri