ନ୍ୟୁଜ୍‌ ଶେୟାର ବନ୍ଦକଲା ଫେସ୍‌ବୁକ୍‌

କାନ୍‌ବେରା,୧୯ା୨: ମାର୍କ ଜୁକରବର୍ଗଙ୍କ ଫେସ୍‌ବୁକ୍‌ ଓ ଅଷ୍ଟ୍ରେଲିଆ ସରକାରଙ୍କ ମଧ୍ୟରେ ନ୍ୟୁଜ୍‌ କଣ୍ଟେଣ୍ଟ ପାଇଁ ପେମେଣ୍ଟକୁ ନେଇ ତିକ୍ତତା ବଢ଼ିବାରେ ଲାଗିଛି। ନୂଆ ଆଇନ ଉପରେ ଆପତ୍ତି ଜଣାଇ ଫେସ୍‌ବୁକ୍‌ ଅଷ୍ଟ୍ରେଲିଆର ବିରୋଧୀ ନେତାମାନଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ଓ ପାଣିପାଗ ବିଭାଗର ଆକାଉଣ୍ଟକୁ ବନ୍ଦ କରିଦେଇଛି। ଏତିକି ନୁହେଁ, ଅଷ୍ଟ୍ରେଲିଆରେ ଫେସ୍‌ବୁକ୍‌ ନିଜ ପେଜ୍‌କୁ ମଧ୍ୟ ବନ୍ଦ କରିଦେଇଛି। ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ କମ୍ପାନୀର ଏହି ପଦକ୍ଷେପକୁ ‘ଅହଂକାରୀ ଓ ନୈରାଶ୍ୟଜନକ’ ବୋଲି ଅଭିହିତ କରିଛନ୍ତି।
ଫେସ୍‌ବୁକ୍‌ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି ଯେ ଉକ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଅଷ୍ଟ୍ରେଲୀୟ ୟୁଜରମାନଙ୍କ ନ୍ୟୁଜ୍‌ ଶେୟାରକୁ ବ୍ଲକ୍‌ କରିଦିଆଯାଇଛି। ଏହା ବ୍ୟତୀତ ଅଷ୍ଟ୍ରେଲିଆ ବାହାରେ ଦରିଆପାରି ବ୍ୟବହାରକାରୀ ମଧ୍ୟ ଅଷ୍ଟ୍ରେଲୀୟ ନ୍ୟୁଜ୍‌ ଶେୟାର କରିପାରିବେ ନାହିଁ। ଏହି ବ୍ୟାନ୍‌ ଯୋଗୁ ଅଷ୍ଟ୍ରେଲିଆରେ ଜରୁରୀ ସେବା ଉପରେ ଅତି ଖରାପ ପ୍ରଭାବ ପଡ଼ିଛି। ଅଷ୍ଟ୍ରେଲିଆ ସରକାର ଆଣିବାକୁ ଯାଉଥିବା ନ୍ୟୁଜ୍‌ ମିଡିଆ କୋଡ୍‌ ଆଇନର ଜବାବରେ ଏପରି କରିଥିବା ଫେସ୍‌ବୁକ୍‌ କହିଛି। ପ୍ରସ୍ତାବିତ ଆଇନ ଖୁବ୍‌ଶୀଘ୍ର ଲାଗୁ ହେବାକୁ ଯାଉଛି। ଏଥିରେ ଫେସ୍‌ବୁକ୍‌ ଓ ଗୁଗଲ ଭଳି ଡିଜିଟାଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ଯେଉଁ ନ୍ୟୁଜ୍‌ ମିଡିଆ କମ୍ପାନୀର କଣ୍ଟେଣ୍ଟ ହୋଷ୍ଟ କରିବେ ସେମାନଙ୍କୁ ଅର୍ଥ ପଇଠ କରିବେ। ତେବେ ଅଷ୍ଟ୍ରେଲୀୟ ପବ୍ଲିଶର୍ସ ଉକ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ନ୍ୟୁଜ୍‌ କଣ୍ଟେଣ୍ଟ ପ୍ରକାଶନ ଜାରି ରଖିପାରିବେ। କିନ୍ତୁ ଲିଙ୍କ୍‌ ଓ ପୋଷ୍ଟଗୁଡ଼ିକୁ ଅଷ୍ଟ୍ରେଲୀୟ ଭ୍ୟୁୟର୍ସ ଦେଖି କିମ୍ବା ଶେୟାର କରିପାରିବେ ନାହିଁ ବୋଲି ଫେସ୍‌ବୁକ୍‌ ଏକ ବିବୃତିରେ କହିଛି। ଅନ୍ୟପକ୍ଷେ ଫେସ୍‌ବୁକ୍‌ର ଏହି ପଦକ୍ଷେପ ଯୋଗୁ ଅଷ୍ଟ୍ରେଲିଆରେ ଜରୁରୀ ସେବା ବହୁଳ ଭାବେ ବାଧାପ୍ରାପ୍ତ ହୋଇଛି। ଫେସ୍‌ବୁକ୍‌ ଉପରେ ଚାପ ପକାଇବା ପାଇଁ ସୋସିଆଲ ମିଡିଆରେ ୟୁଜର୍ସ ଫେସ୍‌ବୁକ୍‌ ବର୍ଜନ ଅଭିଯାନ ଆରମ୍ଭ କରିଛନ୍ତି।

ମିଡିଆ ପେମେଣ୍ଟ ଲ’କୁ ଫେସ୍‌ବୁକ୍‌ର ବିରୋଧ
ଫେସ୍‌ବୁକ୍‌, ଗୁଗଲକୁ ଛୋଟ ପବ୍ଲିଶର୍ସଙ୍କ ନ୍ୟୁଜ୍‌ ଦେଖାଇବା ପାଇଁ ଦେବାକୁ ପଡ଼ିବ ଅର୍ଥ
ନ୍ୟୁଜ୍‌ ଶେୟାର କରିବା ଉପରେ ରୋକ ଲଗାଇଲା ଫେସ୍‌ବୁକ୍‌
ଅଷ୍ଟ୍ରେଲିଆରେ ନିଜ ପେଜ୍‌ ବନ୍ଦ କଲା
ନେତାଙ୍କ ଆକାଉଣ୍ଟ, ସ୍ବାସ୍ଥ୍ୟ ଓ ପାଣିପାଗ ବିଭାଗ ଆକାଉଣ୍ଟ ମଧ୍ୟ ବନ୍ଦ
ବ୍ୟାନ୍‌ ଯୋଗୁ ଜରୁରୀ ସେବା ପ୍ରଭାବିତ
ଚାପ ପକାଇବା ପାଇଁ ସୋସିଆଲ ମିଡିଆରେ ୟୁଜର୍ସ ଆରମ୍ଭ କଲେ ଫେସ୍‌ବୁକ୍‌ ବର୍ଜନ ଅଭିଯାନ

ବିରୋଧ କାହିଁକି
ଅଷ୍ଟ୍ରେଲିଆ ସିନେଟରେ ଏକ ନୂଆ ଆଇନ ଅଣାଯାଇଛି, ଯେଉଁଥିରେ କୁହାଯାଇଛି ଯେ ଫେସ୍‌ବୁକ୍‌ ଓ ଗୁଗଲକୁ ନ୍ୟୁଜ୍‌ କମ୍ପାନୀଗୁଡ଼ିକୁ ଖବର ଶେୟାର କରିବା ବଦଳରେ ଅର୍ଥ ପଇଠ କରିବାକୁ ପଡ଼ିବ। ପ୍ରସ୍ତାବିତ ଆଇନ ପ୍ଲାଟଫର୍ମ ଓ ନ୍ୟୁଜ୍‌ ଶେୟାର କରୁଥିବା ପବ୍ଲିଶର୍ସଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଖରାପ କରିବ ବୋଲି ଫେସ୍‌ବୁକ୍‌ର ରିଜିଓନାଲ ମ୍ୟାନେଜିଂ ଡାଇରେକ୍ଟର ଓ୍ବିଲିୟମ୍‌ ଇଷ୍ଟନ କହିଛନ୍ତି। ଅନ୍ୟପକ୍ଷେ ସରକାର ନିଜ ନିଷ୍ପତ୍ତିରୁ ପଛଘୁଞ୍ଚା ଦେବେ ନାହିଁ ବୋଲି ଅଷ୍ଟ୍ରେଲିଆର ଯୋଗାଯୋଗ ମନ୍ତ୍ରୀ ପଲ୍‌ ଫ୍ଲେଚର ସ୍ପଷ୍ଟ କରିଛନ୍ତି।

ତାତ୍ପର୍ଯ୍ୟ କ’ଣ

ସାରା ବିଶ୍ୱରେ ପବ୍ଲିଶରମାନେ ଲୋକଙ୍କ ପାଖରେ ପହଞ୍ଚତ୍ବା ପାଇଁ ଫେସ୍‌ବୁକ୍‌କୁ ଏକ ମାଧ୍ୟମ ରୂପେ ବ୍ୟବହାର କରିଥାଆନ୍ତି। ଏଥିଯୋଗୁ ଏହି କଣ୍ଟେଣ୍ଟ କଞ୍ଜମ୍ପଶନ ପ୍ଲାଟ୍‌ଫର୍ମରୁ ଉଭୟ ରିଚ୍‌ (ପହଞ୍ଚ) ଓ ରେଭେନ୍ୟୁ (ରାଜସ୍ବ) ମିଳିଥାଏ। ୟୁଜର୍ସ ମଧ୍ୟ ଫେସ୍‌ବୁକ୍‌ରେ ଅନେକ ନ୍ୟୁଜ୍‌ ଶେୟାର କରିଥାନ୍ତି। ଏହିସବୁ ଫଳରେ ଫେସ୍‌ବୁକ୍‌ର ଟାଇମ୍‌ଲାଇନ୍‌ ଜରିଆରେ ନ୍ୟୁଜ୍‌ ସାଇଟ୍‌ଗୁଡ଼ିକରେ ଲକ୍ଷ ଲକ୍ଷ ଭିଜିଟ୍‌ ଆସିଥାଏ। ପବି୍ଲଶରମାନେ ମଧ୍ୟ ନିଜ କଣ୍ଟେଣ୍ଟଗୁଡ଼ିକୁ ଇନ୍‌ଷ୍ଟାଣ୍ଟ ଆର୍ଟିକିଲ ରୂପେ ହୋଷ୍ଟ କରିବା ପାଇଁ ଫେସ୍‌ବୁକ୍‌ ସହିତ ବାଣିଜି୍ୟକ ଚୁକ୍ତି କରିଥାନ୍ତି। ନୂଆ ଆଇନ ପବ୍ଲିଶର୍ସଙ୍କ ବିରୋଧରେ ଯିବ ବୋଲି ଫେସ୍‌ବୁକ୍‌ର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପରିଚାଳନା ନିର୍ଦ୍ଦେଶକ ଓ୍ବିଲିଅମ୍‌ ଇଷ୍ଟନ୍‌ ଏକ ବ୍ଲଗ୍‌ ପୋଷ୍ଟରେ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, ଗତବର୍ଷ ଫେସ୍‌ବୁକ୍‌ ଅଷ୍ଟ୍ରେଲୀୟ ପ୍ରକାଶକଙ୍କ ଯୋଗୁ ୫.୧ ବିଲିୟନ୍‌ ଡଲାର ଫ୍ରି ରେଫରାଲ ଆୟ କରିଛନ୍ତି।

ବିଶ୍ୱ ଉପରେ ପ୍ରଭାବ
ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ପରେ ସାରା ବିଶ୍ୱରେ ଏଭଳି ଆଇନ ଅଣାଯାଇପାରେ ବୋଲି ଫେସ୍‌ବୁକ୍‌ ଓ ଗୁଗଲ ଆଶଙ୍କା ବ୍ୟକ୍ତ କରିଛନ୍ତି। ଉଦାହରଣ ସ୍ବରୂପ ଫ୍ରାନ୍ସ ଭଳି ଦେଶଗୁଡ଼ିକର ପ୍ରକାଶକଙ୍କ ସହ ଗୁଗଲ ଚୁକ୍ତି ସ୍ବାକ୍ଷର କରିବାରେ ଲାଗିଛି। ଅନ୍ୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ଫେସ୍‌ବୁକ୍‌ ପକ୍ଷରୁ ‘ଫେସ୍‌ବୁକ୍‌ ନ୍ୟୁଜ୍‌’ ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ବିତ କରାଯାଇପାରେ। ଉକ୍ତ ପ୍ଲାଟ୍‌ଫର୍ମରେ ନ୍ୟୁଜ୍‌ ପ୍ରସାରଣକୁ ନେଇ ଫେସ୍‌ବୁକ୍‌ କଡ଼ା ଆଭିମୁଖ୍ୟ ଗ୍ରହଣ କରିପାରେ। ମୋଟାମୋଟି ଭାବେ ଏଥିଯୋଗୁ ଭ୍ୟୁୟର୍ସ କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri