କଲରା ଚାଷରେ ଭୁରୁଙ୍ଗା ରୋଗ

ଧର୍ମଶାଳା,୧୦ା୬(ଡି.ଏନ.ଏ.): ଧର୍ମଶାଳା ବ୍ଲକ୍‌ ଅଞ୍ଚଳ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ଜଳବାୟୁ ପରିବର୍ତ୍ତନ। ଅନେକ ସମୟରେ ଲଗାଣ ବର୍ଷା ଓ ବନ୍ୟାରେ ଧାନ ଚାଷରେ କ୍ଷତି ସହିଥାନ୍ତି ଚାଷୀକୁଳ। ସେଥିରୁ ମୁକୁଳିବା ପାଇଁ ବିଭିନ୍ନ ପନିପରିବା ଫସଲ କରିଥାନ୍ତି। ଆଶା ଥାଏ ଧାନଫସଲ କ୍ଷତିର ଭରଣା ହେବ। କିନ୍ତୁ ଏବେ ଚାଷୀ କରିଥିବା କଲରା ଚାଷରେ ଦେଖାଦେଇଛି ଭୁରୁଙ୍ଗା ରୋଗ। ଫଳରେ ଏକରଏକର କଲରା ଫସଲ କ୍ଷତିଗ୍ରସ୍ତ ହୋଇଛି। ଯାହାକୁ ନେଇ ଚିନ୍ତାରେ ଚାଷୀକୁଳ।
ବ୍ଲକର ମିର୍ଜାପୁର, ପାଟପୁର ଆଦି ଅଞ୍ଚଳ ଚାଷୀ ଶହଶହ ଏକର ଜମିରେ କଲରା ଚାଷ କରିଥିଲେ। ଭଲ ଫସଲ ଅମଳ ହେବା ନେଇ ଆଶା ମଧ୍ୟ ରଖିଥିଲେ। କିନ୍ତୁ ଏବେ ରୋଗ ଯୋଗୁ ଗଛର ଅଗ ଭାଗ ପତ୍ର ସବୁ ମୋଡି ହୋଇଯିବା ସହ ଫଳ ବଢୁନାହିଁ। ଯେଉଁ ସମୟରେ କଲରା ତୋଳା ହୋଇ ବିକ୍ରି ହେବା କଥା ସେହି ସମୟରେ ଫଳ ବାହାରୁନାହିଁ। ଧାର କରଜ କରି ଚାଷ କରିଥିବା ଚାଷୀ ଫସଲକୁ ଦେଖି ହତାଶ ହୋଇ ପଡ଼ିଛନ୍ତି। ତେବେ ଅତ୍ୟଧିକ ତାପମାତ୍ରା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ଚାଷୀ। ଗତ ଲଘୁଚାପଜନିତ ଲଗାଣ ବର୍ଷାରେ ସମ୍ପୃକ୍ତ ଅଞ୍ଚଳର ଚାଷୀକୁଳ ପ୍ରଭୂତ କ୍ଷତି ସହିଥିଲେ। ତେବେ ଏହି ଫସଲ କରି ଭଲ ଅମଳ ହେବା ନେଇ ଆଶା ରଖିଥିଲେ। ଏବେ ଚାଷ ଉପରେ ନିର୍ଭର କରି ଚଳୁଥିବା ଅଞ୍ଚଳର ଚାଷୀ ଏବେ କିପରି ନିଜର ପରିବାର ପ୍ରତିପୋଷଣ କରିବେ ସେ ନେଇ ଆଶଙ୍କାରେ ରହିଛନ୍ତି। ଅନେକ ଚାଷୀ କଲରା ଗଛଗୁଡିକୁ ଉପାଡ଼ିଦେବାକୁ ଆରମ୍ଭ କଲେଣି। ଆଉ କେତେଜଣ ଚାଷୀ ବାରମ୍ବାର ଚାଷରେ କ୍ଷତି ସହୁଥିବାରୁ ଚାଷ କ୍ଷେତ୍ରରୁ ମୁହଁ ଫେରାଇବାକୁ ବସିଲେଣି। ଏପରିସ୍ଥଳେ ସରକାରୀ ସହାୟତା ମିଳିଲେ ଚାଷୀକୁଳ ପୁଣି ଅଣ୍ଟା ସଳଖି ଛିଡ଼ା ହୋଇପାରିବେ ବୋଲି ଆଶା ରଖିଛନ୍ତି। ତେଣୁ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ ଚାଷୀଙ୍କୁ ସହାୟତା ଯୋଗାଇଦେବା ଲାଗି ଦାବି ହୋଇଛି। ଏ ସମ୍ପର୍କରେ ଧର୍ମଶାଳା ଉଦ୍ୟାନ ବିଭାଗ ସହକାରୀ ଅଧିକାରୀ ଶୁଭଶ୍ରୀ ଶୁଭଦର୍ଶିନୀଙ୍କୁ ପଚାରିବାରେ ସେ କହିଛନ୍ତି, ଚାଷୀଙ୍କ କ୍ଷୟକ୍ଷତିର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ। ଏବେ ଦେଖିବାକୁ ଅପେକ୍ଷା କେବେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri