କଲରା ଚାଷରେ ଭୁରୁଙ୍ଗା ରୋଗ

ଧର୍ମଶାଳା,୧୦ା୬(ଡି.ଏନ.ଏ.): ଧର୍ମଶାଳା ବ୍ଲକ୍‌ ଅଞ୍ଚଳ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ଜଳବାୟୁ ପରିବର୍ତ୍ତନ। ଅନେକ ସମୟରେ ଲଗାଣ ବର୍ଷା ଓ ବନ୍ୟାରେ ଧାନ ଚାଷରେ କ୍ଷତି ସହିଥାନ୍ତି ଚାଷୀକୁଳ। ସେଥିରୁ ମୁକୁଳିବା ପାଇଁ ବିଭିନ୍ନ ପନିପରିବା ଫସଲ କରିଥାନ୍ତି। ଆଶା ଥାଏ ଧାନଫସଲ କ୍ଷତିର ଭରଣା ହେବ। କିନ୍ତୁ ଏବେ ଚାଷୀ କରିଥିବା କଲରା ଚାଷରେ ଦେଖାଦେଇଛି ଭୁରୁଙ୍ଗା ରୋଗ। ଫଳରେ ଏକରଏକର କଲରା ଫସଲ କ୍ଷତିଗ୍ରସ୍ତ ହୋଇଛି। ଯାହାକୁ ନେଇ ଚିନ୍ତାରେ ଚାଷୀକୁଳ।
ବ୍ଲକର ମିର୍ଜାପୁର, ପାଟପୁର ଆଦି ଅଞ୍ଚଳ ଚାଷୀ ଶହଶହ ଏକର ଜମିରେ କଲରା ଚାଷ କରିଥିଲେ। ଭଲ ଫସଲ ଅମଳ ହେବା ନେଇ ଆଶା ମଧ୍ୟ ରଖିଥିଲେ। କିନ୍ତୁ ଏବେ ରୋଗ ଯୋଗୁ ଗଛର ଅଗ ଭାଗ ପତ୍ର ସବୁ ମୋଡି ହୋଇଯିବା ସହ ଫଳ ବଢୁନାହିଁ। ଯେଉଁ ସମୟରେ କଲରା ତୋଳା ହୋଇ ବିକ୍ରି ହେବା କଥା ସେହି ସମୟରେ ଫଳ ବାହାରୁନାହିଁ। ଧାର କରଜ କରି ଚାଷ କରିଥିବା ଚାଷୀ ଫସଲକୁ ଦେଖି ହତାଶ ହୋଇ ପଡ଼ିଛନ୍ତି। ତେବେ ଅତ୍ୟଧିକ ତାପମାତ୍ରା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ଚାଷୀ। ଗତ ଲଘୁଚାପଜନିତ ଲଗାଣ ବର୍ଷାରେ ସମ୍ପୃକ୍ତ ଅଞ୍ଚଳର ଚାଷୀକୁଳ ପ୍ରଭୂତ କ୍ଷତି ସହିଥିଲେ। ତେବେ ଏହି ଫସଲ କରି ଭଲ ଅମଳ ହେବା ନେଇ ଆଶା ରଖିଥିଲେ। ଏବେ ଚାଷ ଉପରେ ନିର୍ଭର କରି ଚଳୁଥିବା ଅଞ୍ଚଳର ଚାଷୀ ଏବେ କିପରି ନିଜର ପରିବାର ପ୍ରତିପୋଷଣ କରିବେ ସେ ନେଇ ଆଶଙ୍କାରେ ରହିଛନ୍ତି। ଅନେକ ଚାଷୀ କଲରା ଗଛଗୁଡିକୁ ଉପାଡ଼ିଦେବାକୁ ଆରମ୍ଭ କଲେଣି। ଆଉ କେତେଜଣ ଚାଷୀ ବାରମ୍ବାର ଚାଷରେ କ୍ଷତି ସହୁଥିବାରୁ ଚାଷ କ୍ଷେତ୍ରରୁ ମୁହଁ ଫେରାଇବାକୁ ବସିଲେଣି। ଏପରିସ୍ଥଳେ ସରକାରୀ ସହାୟତା ମିଳିଲେ ଚାଷୀକୁଳ ପୁଣି ଅଣ୍ଟା ସଳଖି ଛିଡ଼ା ହୋଇପାରିବେ ବୋଲି ଆଶା ରଖିଛନ୍ତି। ତେଣୁ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ ଚାଷୀଙ୍କୁ ସହାୟତା ଯୋଗାଇଦେବା ଲାଗି ଦାବି ହୋଇଛି। ଏ ସମ୍ପର୍କରେ ଧର୍ମଶାଳା ଉଦ୍ୟାନ ବିଭାଗ ସହକାରୀ ଅଧିକାରୀ ଶୁଭଶ୍ରୀ ଶୁଭଦର୍ଶିନୀଙ୍କୁ ପଚାରିବାରେ ସେ କହିଛନ୍ତି, ଚାଷୀଙ୍କ କ୍ଷୟକ୍ଷତିର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ। ଏବେ ଦେଖିବାକୁ ଅପେକ୍ଷା କେବେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri