ଆଜି ସରିବ ବିଆଇଟିଏଫ୍‌

ଭୁବନେଶ୍ୱର,୧୮।୧୦: ରାଜ୍ୟର ପ୍ରମୁଖ ଇଭେଣ୍ଟ ଆଣ୍ଡ ପ୍ରଦର୍ଶନୀଭିତ୍ତିକ ଘରୋଇ ସଂସ୍ଥା ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରା.ଲିଃ (ଜେଇଏମ୍‌) ପକ୍ଷରୁ ଆୟୋଜିତ ୭ମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ବିଆଇଟିଏଫ୍‌)-୨୦୨୨ର ଶେଷ ଦିନ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ବିଶେଷ କରି ଉକ୍ତ ମେଳା ଚଳିତ ବର୍ଷ ଅକ୍ଟୋବର ୮ ରୁ ୧୮ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନ ପରିସରରେ ଉପଲବ୍ଧ ରହିଛି। ଏ ସମ୍ପର୍କରେ ଜେଇଏମ୍‌ର ଏମ୍‌ଡି ସୁଜିତ ଗୁପ୍ତା କହିଛନ୍ତି ଦୀର୍ଘ ୭ ବର୍ଷ ହେବ ଏହି ମେଳାର ଆୟୋଜନ କରାଯାଉଛି। ଚଳିତ ବର୍ଷ ଭଲ ବ୍ୟବସାୟ ସାଙ୍ଗକୁ ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ମଧ୍ୟ ସେମାନଙ୍କର ଆବଶ୍ୟକତା ଓ ଲକ୍ଷ୍ୟ ପୂରଣ କରିପାରିଛନ୍ତି। ଏପରିକି ଉକ୍ତ ମେଳାରେ ୭ଟି ଦେଶ ଏବଂ ୨୦ଟି ରାଜ୍ୟର ୪୦୦ରୁ ଅଧିକ ବ୍ୟବସାୟୀ ଯୋଗଦେଇଥିବା ଜଣାପଡିଛି। ଏଥିରେ ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ କୁଶଳୀ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଆଭ୍ୟନ୍ତରୀଣ ସାଜସଜ୍ଜା, ଘର ସାଜସଜ୍ଜା, ଫର୍ନିଚର, ଆଣ୍ଟିକ୍‌ କଲେକ୍ସନ, ପେଣ୍ଟିଂ, ଜୁଏଲେରି, ଥାଇଲାଣ୍ଡ ଫୁଲ, ପୋଷାକ ପତ୍ର, ରାଜସ୍ଥାନୀ ମାର୍ବଲ୍ସ, ଆଫଗାନିସ୍ତାନ ଡ୍ରାଏ ଫ୍ରୁଟ୍ସ, ବାଂଲାଦେଶ ଶାଢ଼ି, ହାଣ୍ଡିକ୍ରାଫ୍ଟ ଓ ହ୍ୟାଣ୍ଡ୍‌ଲୁମ ଭଳି ଅନେକ ଜିନିଷ ପ୍ରଦର୍ଶିତ ହେଉଛି। ସେହିଭଳି ଚଳିତ ବର୍ଷର ବାଣିଜ୍ୟ ମେଳାରେ ପ୍ରଥମ ଥର ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ସହଯୋଗରେ ମଧ୍ୟ ଏକ ରିଅଲ ଇଷ୍ଟେଟ୍‌ ମେଳା ଆୟୋଜିତ ହେଉଛି। ଏଥିରେ ବହୁ ନାମୀଦାମୀ ବିଲ୍‌ଡର ମଧ୍ୟ ଅଂଶଗ୍ରହଣ କରିଛନ୍ତି। ବିଶେଷକରି ରିଅଲ ଇଷ୍ଟେଟ୍‌ ମେଳାରୁ ସମସ୍ତେ ନିଜ ନିଜର ଆବଶ୍ୟକ ମୁତାବକ ବିଭିନ୍ନ ସୁବିଧା ଓ ସେବା ମଧ୍ୟ ପାଇପାରିବେ। ସେହିପରି ମେଳା ପରିସରକୁ ଆସିଥିବା ଦର୍ଶକଙ୍କ ପାଇଁ ବିଭିନ୍ନ ସୁସ୍ବାଦୁ ଖାଦ୍ୟର ଏକ ସ୍ବତନ୍ତ୍ର ଫୁଡ୍‌ ଜୋନ୍‌ ମଧ୍ୟ ରହିଛି ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତି ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେଉଛି। ଉକ୍ତ ମେଳା ପ୍ରତିଦିନ ଅପରାହ୍ନ ୨ରୁ ରାତି ୧୦ଘଟିକା ପର୍ଯ୍ୟନ୍ତ ଉପଲବ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri