ଭଞ୍ଜନଗର,୧୮।୯(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ସହର ସମେତ ବ୍ଲକର ବିଭିନ୍ନ ଗ୍ରାମରେ ବିଶ୍ୱକର୍ମା ପୂଜା ଧୂମଧାମରେ ପାଳିତ ହୋଇଯାଇଛି । ସହରର ପଞ୍ଚାୟତ ସମିତି କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ, ବିଦ୍ୟୁତ୍ ବିଭାଗ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା କରାଯାଇଛି ।
ପୂଜା ମଣ୍ଡପଗୁଡ଼ିକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଥିବାରୁ ପରିବେଶ ଉତ୍ସବମୁଖର ହୋଇଉଠିଛି। ଏଥିସହ ଗୁରୁବାର ସନ୍ଧ୍ୟାରେ ସହରର କେତେକ ପୂଜା ମଣ୍ଡପ ସମ୍ମୁଖରେ ଭଜନ ସନ୍ଧ୍ୟା ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିବା ବେଳେ ସମଗ୍ର ଭଞ୍ଜନଗର ଅଞ୍ଚଳରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି ।