ଉପଖଣ୍ଡ ମାନ୍ୟତାରୁ ବଞ୍ଚିତ ବିଷମକଟକ

ବିଷମ କଟକ,୧୪ା୩(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ବିଷମକଟକ ବ୍ଲକ ୨୧ଟି ପଞ୍ଚାୟତକୁ ନେଇ ଗଠିତ। ଜନସଂଖ୍ୟା ୯୨,୦୦୦ ହଜାରରୁ ଉଦ୍ଧର୍‌ବ। ବ୍ଲକରେ ୩୧୫ରୁ ଉଦ୍ଧର୍‌ବ ରାଜସ୍ବ ଗାଁ ରହିଛି। ୧୯୫୩ରୁ ବିଷମକଟକ ତହସିଲ କର୍ଯ୍ୟାଳୟ ସ୍ଥାପିତ ହୋଇଛି। ଏହା ପୂର୍ବରୁ ଏହା ଅଞ୍ଚଳ କର୍ଯ୍ୟାଳୟ ହୋଇଥିଲା। ୨୦୦୯ରେ ବିଷମକଟକରୁ ମୁନିଗୁଡ଼ା ଓ ଚନ୍ଦ୍ରପୁରକୁ ବିଭକ୍ତ କରାଯାଇଥିଲା। ଏହାସତ୍ତ୍ୱେ ବିଷମକଟକ ତହସିଲ ଜିଲାରେ ଅଧିକ ରାଜସ୍ବ ଦେଇ ଆସୁଛି। ହେଲେ ଏ ଯାଏ ଏହି ପୁରାତନ ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଉପଖଣ୍ଡ ମାନ୍ୟତା ମିଳି ପାରିନାହିଁ। ଏଠାରେ ସମସ୍ତ ଭିତ୍ତିଭୂମି ରହିଥିବାରୁ ୧୯୯୨ରୁ ବିଷମକଟକକୁ ଉପଖଣ୍ଡ ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ତେଣୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ ନେଇ ସୋମବାର ସ୍ଥାନୀୟ ରାଜସ୍ବ ବଙ୍ଗଳାଠାରେ ବିଭିନ୍ନ ସଂଗଠନ ଓ ରାଜନୈତିକ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା। ଆସନ୍ତା ୧୭ ତାରିଖରେ ଏକ ବିଶାଳ ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାୟଗଡା ସଦର ମହକୁମାଠାରୁ ୫୦ କି.ମି. ଦୂରରେ ରହିଛି ବିଷମକଟକ ସହର। ଏକାଦଶ, ଦ୍ବାଦଶ ଖ୍ରୀଷ୍ଟାବ୍ଦର ଏହି ସହରରେ ପ୍ରଥମେ ରାଜା ମହାରାଜାଙ୍କ ରାଜୁତି ଚାଲିଥିଲା। ପରେ ଜୟପୁର ଜମିଦାରୀ ଅଧିନରେ ୮ପୁରୁଷ ଧରି ଥାଟରାଜାମାନେ ଶାସନ କରୁଥିଲେ। ୧୯୫୦ରେ ବିଷମକଟକ ପଞ୍ଚାୟତ ମାନ୍ୟତା ପାଇଥିଲା । ବର୍ତ୍ତମାନ ଏହି ପଞ୍ଚାୟତରେ ୧୫ଟି ୱାର୍ଡ ରହିଛି। ପଞ୍ଚାୟତର ଜନସଂଖ୍ୟା ୧୨ହଜାର ଟପିଲାଣି। ୧୯୬୨ରେ ବିଷମକଟକ ବ୍ଲକ ଗଠନ ହେଲା। ସେବେଠାରୁ ବିଷମକଟକ ବ୍ଳକ ସଦର ମହକୁମା ହୋଇଛି। ସହରରେ ରାଷ୍ଟ୍ରାୟତ ବ୍ୟାଙ୍କ, କୋର୍ଟ, ତହସିଲ ଅଫିସ, ସବରେଜିଷ୍ଟ୍ରିର ଅଫିସ, ହାଇସ୍କୁଲ, ଡିଗ୍ରି କଲେଜ, ଶିକ୍ଷକ ପ୍ରଶିକ୍ଷଣ କଲେଜ ସମେତ ବ୍ରିଟିଶ ଅମଳରୁ ପୋଲିସ ଷ୍ଟେଶନ ଅଛି। ଜିଲାର ଚନ୍ଦ୍ରପୁର, ମୁନିଗୁଡା ଓ ଗୁଡାରୀ ବ୍ଲକର ଅନେକ ଅଞ୍ଚଳ ଲୋକ ବ୍ୟବସାୟ ବାଣିଜ୍ୟ ପାଇଁ ବିଷମକଟକ ଉପରେ ନିର୍ଭର କରିଥାନ୍ତି। ଐତିହାସିକ ପୃଷ୍ଠଭୂମି ଥିବା ଏହି ସହରର କଳେବର ବଢ଼ି ଚାଲିଥିବା ସତ୍ତ୍ୱେ ସରକାର ଏ ଯାଏ ଏହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଉପଖଣ୍ଡ ମାନ୍ୟତା ଦେଇନାହାନ୍ତି। ଏଥିଲାଗି ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଛି। ହେଲେ କେବଳ ପ୍ରତିଶ୍ରୁତି ଛଡ଼ା କୌଣସି ପଦକ୍ଷେପ ନିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri