ଚାଇନାରେ ଜନ୍ମ ହାର ୪୩ ବର୍ଷ ମଧ୍ୟରେ ସର୍ବନିମ୍ନ…

ବେଜିଂ,୨୪।୧୧: ଚାଇନାରେ ଗତ ୪୩ ବର୍ଷ ମଧ୍ୟରେ ୧୯୭୮ ପରଠାରୁ ଜନ୍ମ ହାର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଯେତେବେଳେ ଚାଇନା ସରକାର ଜନସଂଖ୍ୟା ସଙ୍କଟ ଦୂର କରିବାକୁ ସଂଘର୍ଷ କରୁଛନ୍ତି। ନିକଟରେ ଦ ଗାର୍ଜିଅନର ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ଚାଇନାର ସରକାରୀ ବିଭାଗ, ନ୍ୟାସନାଲ ଷ୍ଟାଟିଷ୍ଟିକ୍ସ ବ୍ୟୁରୋର ତଥ୍ୟକୁ ଦର୍ଶାଇ ରିପୋର୍ଟରେ କୁହାଯାଇଛି ଯେ ୨୦୨୦ ଜନ୍ମ ହାର ପ୍ରତି ହଜାରରେ ୮.୫ ପ୍ରତିଶତ ଥିଲା। ୧୯୭୮ ପରଠାରୁ ଏହା ସର୍ବନିମ୍ନ ବୋଲି କୁହାଯାଉଛି।

ଚାଇନା ପାଇଁ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ ସମସ୍ତ ସରକାରୀ ଯୋଜନା ପରେ ମଧ୍ୟ ଦେଶରେ ପ୍ରାକୃତିକ ଅଭିବୃଦ୍ଧି ହାର ୨୦୨୦ରେ ୧.୪୫ ପ୍ରତିଶତକୁ ଖସି ଆସିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ପ୍ରସବ ଉପରେ ଦଶନ୍ଧି ଧରି ହସ୍ତକ୍ଷେପ ନୀତି ତଥା ଉଚ୍ଚ ଜୀବିକା ଖର୍ଚ୍ଚ ହ୍ରାସ ପାଇବା ପରେ ସରକାର ସମ୍ଭାବ୍ୟ ଜନସଂଖ୍ୟା କମୁଥିବା ନେଇ ଚିନ୍ତାରେ ପଡ଼ିଛନ୍ତି। ଜନ୍ମ ହାର ବୃଦ୍ଧି କରିବାକୁ ସରକାର ଚେଷ୍ଟା କରୁଛନ୍ତି।

ଏଭଳି ନାଟକୀୟ ହ୍ରାସର କାରଣ ନେଇ କୌଣସି ରିପୋର୍ଟ ପ୍ରକାଶ ପାଇ ନାହିଁ। ଲୋକମାନେ ସନ୍ତାନ ଜନ୍ମ କରିବାକୁ ଚାହୁଁ ନାହାନ୍ତି ବୋଲି ଦ ଗାର୍ଜିଅନ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପରିସଂଖ୍ୟାନ ଦର୍ଶାଇଛି ଯେ ଗତ କିଛି ବର୍ଷ ଧରି ଚାଇନାରେ ଜନ୍ମ ହାର କ୍ରମାଗତ ଭାବେ ହ୍ରାସ ପାଉଛି।

‘ଗୋଟିଏ ଶିଶୁ ନୀତି’କୁ କୋହଳ କରିବା ପରେ ମଧ୍ୟ ଚାଇନାର ଲୋକମାନେ ଆଉ ସନ୍ତାନ ଜନ୍ମ କରିବାକୁ ରାଜି ହେଉ ନାହାନ୍ତି। ଚାଇନା ହେଉଛି ବିଶ୍ୱର ସବୁଠାରୁ ଜନବହୁଳ ଦେଶ। ବିଗତ ବର୍ଷଗୁଡିକରେ ଏକ-ଶିଶୁ ନୀତି ଅବଲମ୍ବନ କରାଯିବା ଦ୍ୱାରା ଦେଶରେ ଯୁବ ଜନସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଉଛି ଏବଂ ଜନ୍ମ ହାର କମିବାରେ ଲାଗିଛି। ଯାହା ସରକାରଙ୍କ ପାଇଁ
ଚିନ୍ତାର କାରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri