ଜନ୍ମ, ଜୀବନ ଓ ମୃତ୍ୟୁ

ସାମ୍ପ୍ରତିକ ଆଧୁନିକ ସମୟରେ ଧର୍ମକୁ ବହୁ ସମୟରେ ନ୍ୟାୟ ବୋଲି ବୁଝାଯାଏ। ହେଲେ ଏଭଳି ଧାରଣାରେ ଏକ ମୌଳିକ ତ୍ରୁଟି ରହିଛି। ଧର୍ମ କହିଲେ କର୍ମ ଓ ଏଥିପାଇଁ ପୁନର୍ଜନ୍ମ ରହିଛି ବୋଲି ଆମେ ବିଶ୍ୱାସ କରିଛୁ। କର୍ମ ଅନୁଯାୟୀ ପୁନର୍ଜନ୍ମ ହୋଇଥାଏ ବୋଲି ଧର୍ମ ସ୍ବୀକାର କରେ। କିନ୍ତୁ ନ୍ୟାୟ କଦାପି ଏହା ମାନିନିଏ ନାହିଁ। ଧର୍ମଶାସ୍ତ୍ର କହେ, ଆମେ ପୂର୍ବଜନ୍ମରେ କରିଥିବା କର୍ମର ଋଣ ନେଇ ଜନ୍ମ ନେଇଥାଉ ଓ ତାହାକୁ ଏହି ଜନ୍ମରେ ଶୁଝୁ କିମ୍ବା ବାକି ଥିବା କର୍ମର ଫଳ ଭୋଗିବାକୁ ପଡ଼େ। ସେଥିପାଇଁ ବିଶ୍ୱରେ ଜୀବର କର୍ମ ଓ କର୍ମଫଳକୁ ନେଇ ବିବିଧତା ଏବଂ ଅସମାନତା ରହିଛି। ଏହି ବାସ୍ତବତାକୁ ନେଇ ଆମେ ବି କର୍ମ କରିଥାଉ। କିନ୍ତୁ ନ୍ୟାୟ ଶାସ୍ତ୍ରରେ, ଆମେ ଅନ୍ୟ ପ୍ରାଣୀଙ୍କ ପରି ଏକ ସ୍ବଚ୍ଛ ସ୍ଲେଟ୍‌ ସହ ଜନ୍ମ ନେଇଥାଉ, ଅର୍ଥାତ୍‌ ଆମେ ଜନ୍ମ ନେବା ସମୟରେ କୌଣସି କର୍ମର ଋଣ ବା ପ୍ରାରବ୍ଧ ନେଇ ଜନ୍ମ ନେଇ ନ ଥାଉ; ବରଂ ଏହି ଜନ୍ମରେ ଯାହା କରୁ ତାହାର ଫଳ ଲାଭ କରିଥାଉ। କେତେ ଜଣ ବ୍ୟକ୍ତି ଭୁଲ୍‌ ବାଟରେ ସମ୍ପତ୍ତି ଓ କ୍ଷମତା ଠୁଳ କରିଥିବାରୁ ଆମ ଚାରିପାଖରେ ଅସମାନତା ଦେଖିବାକୁ ପାଉ। ଅନ୍ୟ ପକ୍ଷରେ ଧର୍ମ ଏଇ ଜନ୍ମରେ କର୍ମକୁ ନେଇ ଅସମାନତା କିମ୍ବା ଅନ୍ୟାୟ ସୃଷ୍ଟି ହୋଇଥିବା ବିଚାର କରି ନ ଥାଏ, ବରଂ ଏସବୁ ଆମମାନଙ୍କର ଅତୀତ କର୍ମର ଫଳ ବୋଲି ବିଚାର କରେ। ନ୍ୟାୟ ଶାସ୍ତ୍ର ଅସମାନତା ଓ ଅନ୍ୟାୟକୁ ସୁଧାରବା ସହ ଏହି ସବୁ ସମସ୍ୟାକୁ ସମାଧାନ କରିବାକୁ ଚାହଁିଥାଏ। ଧର୍ମଶାସ୍ତ୍ର ଏଭଳି ଦୃଷ୍ଟିକୋଣକୁ ନିରର୍ଥକ ଏବଂ ପଥଭ୍ରଷ୍ଟ ବୋଲି ବର୍ଣ୍ଣନା କରେ। କିନ୍ତୁ ନ୍ୟାୟିକ ବର୍ଣ୍ଣନାରେ, କ୍ଷମତା ସମାନତା ଆଣେ। ଧର୍ମଶାସ୍ତ୍ର ଅନୁଯାୟୀ, ଆମେ କିଭଳି ସାଧୁ, ନିଷ୍ପକ୍ଷ ତଥା ସମାନ ହେବୁ ତାହା ଜ୍ଞାନ ଆମକୁ ଅନୁଭବ କରାଇଦିଏ। ଆମେ ଯାହା ସେଭଳି ହେବା ଲାଗି ଅନ୍ୟ କାହା ଉପରେ ବଳ ପ୍ରୟୋଗ କରିପାରିବୁ ନାହିଁ। ନ୍ୟାୟ ଶାସ୍ତ୍ର ଆଧାରରେ ଥିବା ଭୌତିକ ଶକ୍ତି ଏବଂ ଧର୍ମଶାସ୍ତ୍ରକୁ ଭିତ୍ତି କରି ରହିଥିବା ଆଧ୍ୟାମତ୍ିକ ଶକ୍ତି ମଧ୍ୟରେ ଥିବା ସଂଶୟ ହିନ୍ଦୁ ପୁରାଣକଥାର ଗରୁଡ଼ଙ୍କ କାହାଣୀରେ ଦେଖିବାକୁ ମିଳେ। ଗରୁଡ଼ ତିନି ବିଶ୍ୱକୁ ଭ୍ରମଣ କରିଛନ୍ତି। ଏହି ତିନି ବିଶ୍ୱ ମଧ୍ୟରୁ ଗୋଟିଏ ଆକାଶ ଉପରେ( ସ୍ବର୍ଗ), ଅନ୍ୟଟି ପୃଥିବୀ ତଳେ (ପାତାଳ) ଓ ଆଉ ଗୋଟିଏ ରହିଛ ଏହି ଦୁଇଟି ମଧ୍ୟରେ(ମର୍ତ୍ତ୍ୟ)। ତିନୋଟି ବିଶ୍ୱ ଭ୍ରମଣ କରିବା ସମୟରେ ଗରୁଡ଼ ଦୁଇଟିି ଜିନିଷ ଦେଖିଲେ, ଯାହା ତାଙ୍କୁ ଖୁବ୍‌ ଆକର୍ଷିତ କରିଥିଲା ଓ ତାହାର ରହସ୍ୟ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ପ୍ରଥମରେ, ଏକ ବୃହତ୍‌କାୟ କଇଁଛ ଏକ ହାତୀ ସହ ଲଢ଼େଇ କରୁଥିଲା ଯାହାକୁ ତାଙ୍କ ପିତା କଶ୍ୟପ ଖାଇବାକୁ କହିଥିଲେ। ଦ୍ୱିତୀୟରେ, ଦଳେ ଋଷି ଏକ ଗଛରେ ତଳକୁ ମୁଣ୍ଡ କରି ଝୁଲି ରହିଥିଲେ, ଯାହାକୁ ତାଙ୍କ ପିତା ରକ୍ଷା କରିବାକୁ କହିଥିଲେ।
ହିନ୍ଦୁ ପୁରାଣ କଥାରେ କଇଁଛ ଓ ହାତୀ ପୃଥିବୀକୁ ମୁଣ୍ଡେଇ ଧରିବା ଦୃଶ୍ୟ ସ୍ଥିରତାର ପ୍ରତୀକ ବୋଲି ମନେକରାଯାଏ। କିନ୍ତୁ ଏହି କାହାଣୀରେ ଭାଇ ରୂପେ ସେମାନଙ୍କ ସମ୍ପତ୍ତି ଲଢ଼େଇକୁ ସୂଚିତ କରେ। ସମ୍ପତ୍ତି ଲାଗି ଭାଇ -ଭାଇ ମଧ୍ୟରେ କଳି ଭାରତ ଏବଂ ମଧ୍ୟପ୍ରାଚ୍ୟ ପୁରାଣଗୁଡ଼ିକରେ ଏକ ସାଧାରଣ କଥା। ରାମାୟଣ ବର୍ଣ୍ଣନା କରେ, ସମ୍ପତ୍ତି ପାଇଁ ବାଳି ଓ ସୁଗ୍ରୀବଙ୍କ କଳି ଏବଂ ରାବଣ ଓ କୁବେରଙ୍କ ଲଢ଼େଇର କାହାଣୀ। ମହାଭାରତ କହେ, ପାଣ୍ଡବ ଓ କୌରବଙ୍କ ମଧ୍ୟରେ ସମ୍ପତ୍ତି ଲାଗି ହୋଇଥିବା ଭୀଷଣ ଯୁଦ୍ଧର କାହାଣୀ। ଏମାନଙ୍କ ପୂର୍ବରୁ ଉତ୍ତରାଧିକାର ଲାଗି ପୁରୁ ଓ ଯଦୁଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ କଥା ମହାଭାରତରେ ଉଲ୍ଲେଖ ରହିଛି। ଗରୁଡ଼ ଏବଂ ନାଗମାନେ ମଧ୍ୟ ଭାଇ ଥିଲେ। ଏମାନେ ଥିଲେ କଶ୍ୟପଙ୍କ ଦୁଇ ସ୍ତ୍ରୀଙ୍କର ସନ୍ତାନ । ଏଣୁ ଆମେ ସମସ୍ତେ କଶ୍ୟପଙ୍କ ବଂଶଜ ହୋଇଥିବାରୁ ଏହି ପୃଥିବୀରେ ସବୁ ଜୀବ ପରସ୍ପର ଭାଇ ଭାଇ। ବ୍ରହ୍ମାଙ୍କ ପୁତ୍ର କଶ୍ୟପ ହିଁ ସମସ୍ତଙ୍କର ପୂର୍ବଜ। ପୃଥିବୀରେ ଆମେ ସମସ୍ତେ ଗୋଟିଏ ବଂଶର ଦାୟାଦ ଓ ପୃଥିବୀ ଉପରେ ବଢୁଛୁ, ପୃଥିବୀରୁ ଖାଉଛୁ। ଆମେ ପରସ୍ପର ଉପରେ ନିର୍ଭର କରୁଛୁ ଓ ପରସ୍ପରକୁ ଖାଉଛୁ। ଏଠି କିଛି ପାଇବା ଲାଗି କ୍ଷୁଧା ବଢିଯାଇଛି ଓ ଆମକୁ ଅତି ଲୋଭ ଘାରିଛି। ଆମେ ଭାଇମାନଙ୍କ ସହ ଲଢ଼େଇରେ ସମୟ ବିତାଉଛୁ। ଆମେ ସେମାନଙ୍କ ଉପରେ ପ୍ରାଧାନ୍ୟ ବିିସ୍ତାର କରି ସେମାନଙ୍କୁ ଲୋପ କରିଦେବାକୁ ଚହଁୁଛୁ। ପରିବାର ବିରୋଧୀ ହିଂସାକୁ ନ୍ୟାୟୋଚିତ ମନେକରି ଏହାକୁ ଠିକ୍‌ କହୁଛୁ। ଠିକ୍‌ କି ଭୁଲ୍‌ ହେଉ, ହିଂସା ହିଁ ହିଂସା। ଏହା ଆମକୁ ପୁନର୍ଜନ୍ମ ଚକ୍ରରେ, ବନ୍ଧନ ଏବଂ ଯନ୍ତ୍ରଣାର ବିଶ୍ୱରେ ବାନ୍ଧିି ଦେବା ସହ ଏକ ବୃହତ୍‌ ବିଚାର କିମ୍ବା ଦୃଶ୍ୟରୁ ଲକ୍ଷ୍ୟଚ୍ୟୁତ କରିଦେଉଛି।
ବୃକ୍ଷର ଶାଖାପ୍ରଶାଖାରୁ ଋଷିମାନେ ମୁଣ୍ଡ ତଳକୁ କରି ଝୁଲି ରହିବା ଦୃଶ୍ୟ ଜନ୍ମ ପୂର୍ବରୁ ଜୀବନ ଏବଂ ମୃତ୍ୟୁ ପର ଜୀବନକୁ ସ୍ପଷ୍ଟ ସୂଚିତ କରୁଛି। କାହାଣୀରେ, ସେହି ଋଷିମାନଙ୍କୁ କ୍ଷୁଦ୍ର କୀଟ ସଦୃଶ ଋଷି ବାଳଖିଲ୍ୟ ଭାବେ ନାମିତ କରାଯାଇଛି। ମୁଣ୍ଡ ତଳକୁ କରି ଝୁଲି ରହିଥିବା ବାଳଖିଲ୍ୟ ଏକ ପ୍ୟୁପା କିମ୍ବା କୋଷସ୍ଥ କୀଟର ଏକ ଉଦାହରଣ ହୋଇପାରେ; ଯେଉଁଥିରୁ କୀଟଟି ପୁନର୍ଜନ୍ମ ଲାଭ କରିଥାଏ। ଅନେକ ପୁରାଣ କଥାରେ ରୁଷିମାନେ ପୂର୍ବଜ ଦୃଷ୍ଟିକୋଣକୁ ଭିନ୍ନ ରୂପେ ଦେଖିଥାନ୍ତି। ସେମାନଙ୍କ ମତରେ ଘନ ଅନ୍ଧକାରମୟ ତଥା ଅତଳକୁ ଲମ୍ବିଥିବା ଗର୍ତ୍ତ ଉପରେ ଏକ କାଠଗଣ୍ଡିରୁ ମୁଣ୍ଡ ତଳକୁ କରି ପିତୃଗଣ ଝୁଲନ୍ତାବସ୍ଥାରେ ରହିଥାନ୍ତି। ଏହି ଭୟଙ୍କର ସ୍ଥାନ ନିଃସନ୍ତାନମାନଙ୍କ ପାଇଁ ଏକ ନର୍କ। ଯେଉଁମାନେ ପୃଥିବୀରେ ଜନ୍ମ ନେଇଥାନ୍ତି ଓ ସନ୍ତାନର ପିତାମାତା ହୋଇ ନ ଥାନ୍ତି ସେମାନେ ଯମଲୋକରେ ପୁନର୍ଜନ୍ମ ଲାଭ କରିଥାନ୍ତି। ପିଲାମାନଙ୍କୁ ଜନ୍ମ ଦେଇ ସେମାନଙ୍କୁ ବଢ଼ାଇବା ଦ୍ୱାରା ପିତୃଋଣ ପରିଶୋଧ କରାଯାଇଥାଏ।
ଏବେ ପୃଥିବୀରେ ଭ୍ରାତୃକଳହ ଉପରେ ଗୁରୁତ୍ୱ ଦେବା ଭୌତିକବାଦକୁ ପ୍ରତିପାଦିତ କରୁଛି। ପୁନର୍ଜନ୍ମ ଅପେକ୍ଷାରେ ରହିଥିବା ପୂର୍ବଜଙ୍କ ଯନ୍ତ୍ରଣା ଉପରେ ଦୃଷ୍ଟି ଦେବା ଆଧ୍ୟମତ୍ିକତା ଏବଂ ମୃତ୍ୟୁ ଓ ଏହା ପରଜୀବନାବସ୍ଥାକୁ ପ୍ରକାଶ କରୁଛି। ମାନବ ଜୀବନର ଗୂଢ଼ ରହସ୍ୟ ସ୍ପଷ୍ଟ କରିବା ଲାଗି ଗରୁଡ଼ ଉଚିତ୍‌ ସ୍ଥାନରେ ସ୍ଥାନିତ ହୋଇଛନ୍ତି। ମଣିଷ କ’ଣ ଭାଇମାନଙ୍କ ଉପରେ ଅଧିକ ଶକ୍ତିି ଦେଖାଇ ସେମାନଙ୍କ ପରାଭୂତ କରିବା ଭଳି ବ୍ୟର୍ଥ ପ୍ରତିଦ୍ୱନ୍ଦ୍ୱିତାରେ ଜୀବନ ବିତାଇଦେବା ଉଚିତ କି? ଏହି ଜୀବନ କ୍ଷଣଭଙ୍ଗୁର ବୋଲି ଅନୁଭବ କରିବା ସହ ପୂର୍ବ ଏବଂ ପର ଜୀବନର ଅସୀମତା ଉପରେ ଧ୍ୟାନ ଦେବା ଉଚିତ କି? ମୃତ୍ୟୁପରେ ମୃତକଙ୍କର କ’ଣ ହୁଏ? ଜୀବନରେ ଯେଉର୍ଁମାନେ ନ୍ୟାୟ ଓ ଅନ୍ୟାୟ ପ୍ରତି ଅତ୍ୟଧିକ ଆସକ୍ତ ସେମାନଙ୍କର କ’ଣ ଘଟିଥାଏ। ସମ୍ଭବତଃ ବିଷ୍ଣୁଙ୍କ ପାଖରେ ଏହାର ଉତ୍ତର ରହିଥିଲା। ତିନି ବିଶ୍ୱର ବିଭିନ୍ନ ବ୍ୟାପାରରେ ଜଡ଼ିତ ରହି ମଧ୍ୟ ବିଷ୍ଣୁଙ୍କ ଓଠରେ ଏକ ଦିବ୍ୟ ହସ ଉକୁଟି ଉଠୁଥିବା ଦେଖି ସେ ସଦାସର୍ବଦା ଶାନ୍ତିରେ ରହିଥିବା ଗରୁଡ଼ ଜାଣି ପାରିଥିଲେ। ସେଥିପାଇଁ ଗରୁଡ଼ ବିଷ୍ଣୁଙ୍କୁ ଜୀବନ ଓ ମୃତ୍ୟୁ ସମ୍ପର୍କରେ ପଚାରିଥିଲେ ଏବଂ ବିଷ୍ଣୁଙ୍କ ଉତ୍ତରରୁ ଜନ୍ମ ନେଇଥିଲା ବିଷ୍ଣୁ ପୁରାଣ।

  • ଦେବଦତ୍ତ ପଟ୍ଟନାୟକ
    devduttofficial@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri