ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ ଶିଶୁପୁତ୍ର ଜିମା ନେବାରୁ ବଞ୍ଚିତ କରାଯାଇ ପାରିବ ନାହିଁ। ହାଇକୋର୍ଟର ବିଚାରପତି ସଞ୍ଜୟ କୁମାର ମିଶ୍ର ଏ ସଂକ୍ରାନ୍ତୀୟ ମାମଲାର ବିଚାର କରି ଅଜା ଶିଶୁପୁତ୍ର ହସ୍ତାନ୍ତର କରିବାକୁ ରାୟ ପ୍ରଦାନ କରିଛନ୍ତି। ଏଥିସହ ସ୍ତ୍ରୀଙ୍କ ମୃତ୍ୟୁ ସାର୍ଟିଫିକେଟ ଓ ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବାରୁ ଶିଶୁପୁତ୍ରର ଜିମା ପାଇବା ପାଇଁ ବାପା ଦାଏର କରିଥିବା ଆବେଦନକୁ ଖାରଜ କରି ଭଦ୍ରକ ପରିବାର ଅଦାଲତ ୨୦୨୨ ଜୁଲାଇ ୭ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ ଖାରଜ କରିଛନ୍ତି। ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଯଦି ଆବେଦନକାରୀଙ୍କୁ ଶିଶୁର ଜିମା ଦିଆ ନ ଯାଏ, ତେବେ ଉଭୟ ବାପା-ପୁଅ ପରସ୍ପରର ସ୍ନେହ ମମତାରୁ ବଞ୍ଚିତ ହେବେ। ମା’ଙ୍କ ମୃତ୍ୟୁ ହେବା ବେଳେ ଶିଶୁ ଅତି ଛୋଟ ଥିଲା ଓ ଏବେ ତାକୁ ସାଢ଼େ ୫ବର୍ଷ ବୟସ। ଏଭଳି ସ୍ଥିତିରେ ଶିଶୁର ପସନ୍ଦ ଆକଳନ କରାଯାଇ ପାରିବ ନାହିଁ। ତେଣୁ ହସ୍ତାନ୍ତର ପାଇଁ ଅଜା ତାରିଖ ଓ ସମୟ ସଂପର୍କରେ ଆବେଦନକାରୀଙ୍କୁ ଆଗୁଆ ସୂଚନା ଦେବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ରମାକାନ୍ତ ମାଝିଙ୍କ ବିବାହ ୨୦୧୯ରେ ହୋଇଥିଲା। ତାଙ୍କ ସ୍ତ୍ରୀ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ସ୍ତ୍ରୀ ଶିଶୁପୁତ୍ର ସହିତ ବାପଘରେ ଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିଦିନଠାରୁ ଶିଶୁପୁତ୍ର ଅଜାଙ୍କ ଘରେ ରହୁଥିଲା। ପୁଅର ଜିମା ପାଇଁ ଆବେଦନକାରୀ ୨୦୨୧ରେ ଭଦ୍ରକ ପରିବାର ଅଦାଲତରେ ମାମଲା ଦାୟର କରିଥିଲେ। ମାମଲାରେ ଅଜା ଦାଖଲ କରିଥିବା ଜବାବରେ ଆବେଦନକାରୀଙ୍କ ବିବାହ ଓ ଶିଶୁପୁତ୍ରର ଜନ୍ମ ପ୍ରସଙ୍ଗ ସ୍ବୀକାର କରାଯାଇଥିଲା। କିନ୍ତୁ ଆବେଦନକାରୀ ସ୍ତ୍ରୀଙ୍କ ମୃତ୍ୟୁ ସାର୍ଟିଫିକେଟ ଓ ପୁଅର ଜନ୍ମ ସାର୍ଟିଫିକେଟ ଉପସ୍ଥାପନ କରିବାରେ ବିଫଳ ହୋଇଥିଲେ। ଏହାପରେ ପରିବାର ଅଦାଲତ ଆବେଦନକାରୀଙ୍କ ଦରଖାସ୍ତକୁ ୨୦୨୨, ଜୁଲାଇ ୭ରେ ଖାରଜ କରିଥିଲେ। ଏହି ଆଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ପ୍ଲେବ୍ୟାକ ସିଙ୍ଗିଙ୍ଗ୍‌ରୁ କାହିଁକି ସନ୍ନ୍ୟାସ ନେଲେ ଅରିଜିତ? ଅସଲ କାରଣ ଖୋଲି କହିଦେଲେ ଗାୟକ

ମୁମ୍ବାଇ: ପ୍ରଖ୍ୟାତ ଗାୟକ ଅରିଜିତ ସିଂ ପ୍ଲେବ୍ୟାକ ସିଙ୍ଗିଙ୍ଗ୍‌ରୁ ଅବସର ଘୋଷଣା କରିବା ପରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି। କେହି କଳ୍ପନା କରିନଥିଲେ…

ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ: ଜାଣନ୍ତୁ କେତେଟାରୁ…

ପୁରୀ,୨୬ା୧(ଅଜିତ୍‌ କୁମାର ମହାନ୍ତି):ମାଘ ଶୁକ୍ଳପକ୍ଷ ଦଶମୀ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏହା ଗୁପ୍ତନୀତି ହୋଇଥିବାରୁ ସନ୍ଧ୍ୟା ୬ଟାରୁ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ, ଭାରତ ହେବ ନୂଆ କିଙ୍ଗ୍‌! ହେବାକୁ ଯାଉଛି ବଡ଼ ଚୁକ୍ତି

ନୂଆଦିଲ୍ଲୀ,୨୮।୧: ବିଶ୍ୱ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜନୀତି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାବାଦୀ ନୀତି, ଉଚ୍ଚ ଶୁଳ୍କ ଏବଂ ଅନିଶ୍ଚିତ…

ଗୋଟିଏ ଲାଇଭ ଶୋ ପାଇଁ ନିଅନ୍ତି କୋଟି କୋଟି ଟଙ୍କା, ଅରିଜିତ ସିଂଙ୍କ ସମ୍ପତ୍ତି ମୂଲ୍ୟ ଜାଣିଲେ…

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ ଗାୟକ ଅରିଜିତ ସିଂ ଅନେକ ଫିଲ୍ମରେ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ଯେକୌଣସି ଗୀତକୁ କିପରି ଜୀବନ୍ତ କରିବେ ତାହା…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଗଣତନ୍ତ୍ରରେ ବ୍ୟକ୍ତିତନ୍ତ୍ର

ଗଣତନ୍ତ୍ରରେ ବ୍ୟକ୍ତିର ନିଜସ୍ବ ମତ ଉପସ୍ଥାପନ କରିବାର ସୁଯୋଗ ଥାଏ କିନ୍ତୁ ସଂଖ୍ୟାଗରିଷ୍ଠ ମତକୁ ସମସ୍ତଙ୍କୁ ସ୍ବୀକାର କରିବାକୁ ପଡ଼ିଥାଏ। ସ୍ବେଚ୍ଛାଚାରିତାର ସ୍ଥାନ ନାହିଁ କି ବ୍ୟକ୍ତିବାଦିତାକୁ…

ୟୁଜିସି ବିବାଦକୁ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ କ୍ୟାମ୍ପସ୍‌ରେ…

ନୂଆଦିଲ୍ଲୀ,୨୮।୧: ୟୁଜିସି ଗାଇଡ୍‌ଲାଇନ୍‌କୁ ନେଇ ବିବାଦ ସୃଷ୍ଟିହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କ୍ୟାମ୍ପସ୍‌ରେ ଜାତିଗତ ଭେଦଭାବ ଦୂରକରିବା ପାଇଁ ଜାରି ନିୟମର ଦୁରୁପଯୋଗ…

ଖଣ୍ଡଗିରିରେ ଯାତ୍ରା ମହାସମର: କମିଲା ସିଟ୍‌ ସଂଖ୍ୟା

ଭୁବନେଶ୍ୱର, ୨୮ା୧(ଅନୁରାଧା ମହାରଣା/ତ୍ରିନାଥ ମହାନ୍ତି):ଖଣ୍ଡଗିରି କୁମ୍ଭମେଳାରେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୪ଟି ଯାତ୍ରା ଅନୁଷ୍ଠାନ ଯାତ୍ରା ମହାସମରକୁ ଓହ୍ଲାଇଥିବାବେଳେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଇନ୍ଦିରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri