ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ

ବରଗଡ଼,୧୯ା୧(ପ୍ରେମାନନ୍ଦ ଖମାରୀ): ସୋମବାର ସ୍ବାଧୀନତା ସଂଗ୍ରାମୀ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ। ଏହି ଅବସରରେ ବରଗଡ଼ରେ ବହ୍ନିକନ୍ୟାଙ୍କ ଜନ୍ମ ଶତବାର୍ଷିକୀକୁ ଜିଲା ପ୍ରଶାସନ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଉଛି। ସୋମବାର ସକାଳେ ବରଗଡ଼ସ୍ଥିତ ବହ୍ନିକନ୍ୟାଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ, ବରଗଡ଼ ସାମ୍ବାଦିକ ସଂଘ, ବଡ଼ମା ଅନୁଷ୍ଠାନ ପକ୍ଷରୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

Dharitri – Odisha’s No.1 Odia Daily

Share