Posted inଖେଳ

ବର୍ମିଂହାମ ଟେଷ୍ଟ: ଦୃଢ଼ ସ୍ଥିତରେ ଭାରତ

ବର୍ମିଂହାମ, ୫।୭: ଅଧିନାୟକ ଶୁବମନ ଗିଲ୍‌ଙ୍କ କ୍ରମାଗତ ଶତକ ଏବଂ ଲୋକେଶ ରାହୁଲ, ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ବର୍ମିଂହାମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନିଜର ସ୍ଥିତିକୁ ସୁଦୃଢ଼ କରିଛି।

ଅଧିନାୟକ ଭାବେ ୪ ଇନିଂସରେ ୩ ଶତକ ହାସଲ କରି ଗିଲ୍‌ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଭାରତ ଏହାର ଦ୍ୱିତୀୟ ଇନିଂସକୁ ୪୨୭/୬ରେ ଘୋଷଣା କରିଛି। ଫଳରେ ଇଂଲଣ୍ଡ ସମ୍ମୁଖରେ ୬୦୮ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୩୧ ରନ ମଧ୍ୟରେ ୨ ଉଇକେଟ ହରାଇ ବିପଦରେ ପଡ଼ିଛି।

ତୃତୀୟ ଦିବସର ଅସମାପ୍ତ ସ୍କୋର ୬୪/୧ରୁ ଖେଳ ଆରମ୍ଭ କରିଥିଲା ଭାରତ। ଭଲ ଆରମ୍ଭ କରିଥିବା କରୁଣ ନାୟାର ୨୬ ରନକରି ଆଉଟ ହୋଇଥିବାବେଳେ ଅର୍ଦ୍ଧଶତକ ହାସଲ କରିଥିଲେ ଲୋକେଶ ରାହୁଲ। ତେବେ ସେ ୫୫ ରନ କରି ଜୋଶ୍‌ ଟଙ୍ଗ୍‌ଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ। ଗିଲ୍‌ଙ୍କ ସହ କ୍ରିଜ୍‌ରେ ଯୋଗଦେଇ ରିଷଭ ପନ୍ତ ଦ୍ରୁତ ହାରରେ ରନ ସଂଗ୍ରହ ସହ ଭାରତୀୟ ଇନିଂସକୁ ଆଗେଇ ନେଇଥିଲେ। ୪ର୍ଥ ଉଇକେଟରେ ଦୁହେଁ ଶତକୀୟ ଭାଗୀଦାରି ଗଢ଼ିଥିଲେ। ୧୦୩ ବଲ୍‌ରୁ ୧୧୦ ରନ ସଂଗ୍ରହ ପରେ ପନ୍ତ ୫୮ ବଲ୍‌ରୁ ୬୫ ରନକରି ଆଉଟ ହୋଇଥିଲେ। ଏହାପରେ ଗିଲ୍‌ ଓ ରବୀନ୍ଦ୍ର ଜାଡେଜାଙ୍କ ଯୋଡ଼ି ୫ମ ଉଇକେଟରେ ଶତକୀୟ ପାର୍ଟନରଶିପ୍‌ ଗଢ଼ିଥିଲେ। ଏହି ଅବସରରେ ଗିଲ୍‌ ଶତକ ହାସଲ କରିଥିଲେ। ସୁନୀଲ ଗାଭାସ୍କର ଓ ବିରାଟ କୋହଲିଙ୍କ ପରେ ଭାରତର ତୃତୀୟ ଅଧିନାୟକ ଭାବେ ସେ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିଥିଲେ। ଏହା ବ୍ୟତୀତ ଅଧିନାୟକ ଭାବେ ନିଜ ପ୍ରଥମ ୨ ଟେଷ୍ଟରେ ୩ ଶତକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ହୋଇଥିଲେ।

ପୂର୍ବରୁ ବିରାଟ କୋହଲି ଏହି ରେକର୍ଡର ଅଧିକାରୀ ଥିଲେ। ସେହିପରି ଗୋଟିଏ ଟେଷ୍ଟରେ ସର୍ବାଧିକ ରନ କରିବାରେ ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଥିଲେ ଗିଲ୍‌। ଗାଭାସ୍କର ୧୯୭୧ରେ ପୋର୍ଟ ଅଫ୍‌ ସ୍ପେନ୍‌ ଟେଷ୍ଟରେ ୩୪୪ ରନ କରି ରେକର୍ଡର ଅଧିକାରୀ ଥିଲେ। ପୂର୍ବ ଟେଷ୍ଟରେ ଇଂଲଣ୍ଡ ୩୭୧ ରନକୁ ସଫଳତାର ସହ ଚେଜ୍‌ କରିଥିବାରୁ ଗିଲ୍‌ ଦ୍ୱିତୀୟ ଇନିଂସରେ ଯଥା ସମ୍ଭବ ବଡ଼ ସ୍କୋର କରିବାକୁ ଉଦ୍ୟମ କରିଥିଲେ। ଶତକ ହାସଲ ପରେ ସେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଫଳରେ ଆଉଟ ହେବା ବେଳକୁ ସେ ୧୬୨ ବଲ୍‌ରୁ ୧୬୧ (୧୩ ଚୌକା, ୮ ଛକା) ରନ ସଂଗ୍ରହ କରିଥିଲେ। ପନ୍ତ ୬୫ ଓ ଜାଡେଜା ୬୯ ରନର ଇନିଂସ ଖେଳି ଭାରତର ବଡ଼ ସ୍କୋରେ ଉପଯୋଗୀ ଯୋଗଦାନ ଦେଇଥିଲେ। ଇଂଲଣ୍ଡ ପକ୍ଷରୁ ଜୋଶ ଟଙ୍ଗ୍‌ ଓ ଶୋଏବ ବଶିର ୨ଟି ଲେଖାଏ ଏବଂ ବେର୍ଡନ କାର୍ସ ଓ ଜୋ ରୁଟ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପ୍ରକାଶ ଯୋଗ୍ୟ ଯେ, ଗିଲ୍‌ ପ୍ରଥମ ଇନିଂସରେ ୨୬୯ ରନ ସ୍କୋର କରିଥିଲେ। ଏହି ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୫୮୭ ଓ ଇଂଲଣ୍ଡ ୪୦୭ ରନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri